Advertisment

IIT ଗୌହାଟୀ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଛାତ୍ର ଜଣକ BTech ପ୍ରଥମ ବର୍ଷରେ ପଢୁଥିଲେ...

author-image
Debibandita Barick
ଅଦ୍ୟତନ ହୋଇଛି
Died Student's File Photo

Died Student's File Photo

IIT ଗୌହାଟୀ ହଷ୍ଟେଲରୁ ଜଣେ ୨୦ ବର୍ଷୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ରାତିରେ ହଷ୍ଟେଲ ରୁମରୁ ତାଙ୍କୁ ମୃତଦେହ ମିଳିଛି। ପ୍ରାଥମିକ ଅନୁସନ୍ଧାନରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରା ଯାଉଥିଲେ ମଧ୍ୟ ପରିବାର ବର୍ଗ ଶିକ୍ଷାନୁଷ୍ଠାନରେ ଅବହେଳାକୁ ଦାୟୀ କରିଛନ୍ତି। 

Advertisment

ସୂଚନା ଅନୁସାରେ, ଛାତ୍ର ଜଣକ BTech ପ୍ରଥମ ବର୍ଷରେ ପଢୁଥିଲେ, ତାଙ୍କ ଘର ବିହାରରେ। ଅନୁଷ୍ଠାନର ଅବହେଳା କାରଣରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଥିସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦାବି କରାଯାଇଛି। 

ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଚାପ କାରଣରୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ପୁଲିସ କହିଛି। ସେପଟେ ଆଇଆଇଟି ଗୌହାଟୀ ଏକ ବିବୃତ୍ତି ଜାରି କରି ଦୁଃଖ ପ୍ରକାଶ କରିଛି। ଏଥିସହ ମୃତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛି।

Advertisment

ପ୍ରକାଶ ଥାଉକି, ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ଆଇଆଇଟି ଗୌହାଟୀରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଚତୁର୍ଥ ବର୍ଷର ଛାତ୍ରଛାତ୍ରୀଙ୍କୁ ଫେରୱେଲ ପାର୍ଟି ଦେବା ପରେ ଜଣେ ଛାତ୍ର ଚେତାଶୂନ୍ୟ ହୋଇ ପଡିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। 

Student Suicide IIT Guwahati