Advertisment

‘ଏଆଇ’ ପରିଚାଳିତ ‘ସୁଇସାଇଡ୍‌ ଡ୍ରୋନ୍’ ପ୍ରସ୍ତୁତ କଲା ଆଇଆଇଟି କାନପୁର

ଏହି ୟୁଏଭି ଡ୍ରୋନ୍‌ ୬ କେଜି ପର୍ଯ୍ୟନ୍ତ ଓଜନର ପରିବହନ କ୍ଷ୍ୟମତା ରଖିଛି। ଏହି ଡ୍ରୋନ୍ ଶତ୍ରୁପକ୍ଷର ଟାର୍ଗେଟକୁ ଅକାମୀ କରିଦେବାର ମଧ୍ୟ କ୍ଷମତା ରଖିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
The indigenously developed drone

The indigenously developed drone

‘ଏଆଇ’(ଆଟିଫିସିଆଲ ଇଣ୍ଟିଲିଜେନ୍ସ) ପରିଚାଳିତ ‘ସୁଇସାଇଡ୍‌ ଡ୍ରୋନ୍’ ପ୍ରସ୍ତୁତ କଲା ଆଇଆଇଟି(ଇଣ୍ଡିଆନ୍‌ ଇଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନୋଲଜି) କାନପୁର। ଏହା ୧୦୦ କିମି ଭିତରେ କରିପାରିବ ଲକ୍ଷ୍ୟଭେଦ। ଏହି ୟୁଏଭି(ମାନବ ବିହୀନ ଉଡ଼ାଯାହାଜ) ଡ୍ରୋନ୍‌ ୬ କେଜି ପର୍ଯ୍ୟନ୍ତ ଓଜନର ଜିନିଷ ପରିବହନ କ୍ଷ୍ୟମତା ରଖିଛି। ଏହି ଡ୍ରୋନ୍ ଶତ୍ରୁପକ୍ଷର ଟାର୍ଗେଟକୁ ଅକାମୀ କରିଦେବାର ମଧ୍ୟ କ୍ଷମତା ରଖିଛି।

Advertisment

ଇଣ୍ଡିଜିନିୟସ୍ ଭରସନ୍‌ର ଏହି କାମିକାଜା ଡ୍ରୋନ୍ ପ୍ରସ୍ତୁତ କରିବା ନେଇ ଏରୋସ୍ପେସ୍ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ସୁବ୍ରମନିୟମ ସାଦରାଲା କହିଛନ୍ତି, ସ୍ୱତନ୍ତ୍ର ଟେକ୍ନୋଲଜିରେ ପ୍ରସ୍ତୁତି ଏହି ଡ୍ରୋନ୍ ଶତ୍ରୁ ପକ୍ଷର ରାଡ୍‌ର ନଜରରୁ ଲୁଚି ପଳାଇ ଯାଇପାରିବ। ଗତବର୍ଷରୁ ଏହି ଡ୍ରୋନ୍‌ ପ୍ରସ୍ତୁତି ନେଇ ଡିଆରଡିଓର ଯୁବ ବୈଜ୍ଞାନିକମାନେ ଲ୍ୟାବରେ ଉଦ୍ୟମ କରିଆସୁଥିଲେ।

ଏହା ଆସନ୍ତା ୬ ମାସ ଭିତରେ ପରୀକ୍ଷଣ କରାଯିବ। ଏହି ଡ୍ରୋନ୍‌ର ଲମ୍ୱା ୨ ମିଟର ଓ ଏହାର ପରଗୁଡ଼ିକ ଫୋଲ୍ଡ ହୋଇପାରିବ। ଏହି ଡ୍ରୋନ୍‌ରେ ସେନସନ ଓ କ୍ୟାମେରା ବ୍ୟବହାର ହୋଇପାରିବ। ଏହାକୁ ଏକ କାଠ ଉପରେ ରଖି ଉଡାଇ ହେବ। ବିନା ଜିପିଏସ୍‌ ସହାୟତାରେ ଏବଂ ‘ଏଆଇ’ ଭିଜୁଆଲ ଗାଇଡାନ୍ସ ସିଷ୍ଟମକୁ ବ୍ୟବହାର କରି ଏହା ଶତ୍ରୁପକ୍ଷକୁ ଲକ୍ଷ୍ୟଭେଦ କରିହେବ।

Advertisment

ବ୍ୟାଟେରି ଦ୍ୱାରା ଚାଲିପାରୁଥିବା ୟୁଏଭି ୪୦ ମିନିଟ୍ ଭିତିରେ ଆକାଶରେ ୧୦୦ କିମି ପର୍ଯ୍ୟନ୍ତ ଜିନିଷ ନେଇ ଯାଇପାରିବ। ରିମୋଟ୍ ଦ୍ୱାରା ପରିଚାଳିତ ୟୁଏଭି ଶତ୍ରୁ ସୀମାରେ ପଶି ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରାରେ ଫଟୋ ଓ ଭିଡିଓ ଉଠାଇ ପଠାଇ ପାରିବ। ଏହି ଡ୍ରୋନ୍ ସମସ୍ତ ପ୍ରକାର ପାଗ ସହିତ ଦିନ ଓ ରାତିରେ କାମ କରିପାରିବ। ଏହା ଦେଶର ସଶସ୍ତ୍ର ବାହିନୀକୁ ଆହୁରି ବଳ ଦେବ।

ଏହି ଡ୍ରୋନ୍‌ ପ୍ରସ୍ତୁତ ନିମନ୍ତେ ସୁରକ୍ଷା ବିଭାଗ ପକ୍ଷରୁ ପ୍ରମୁଖ ଅର୍ଥ ମିଳୁଥିବା ପ୍ରଫେସର ସଦରାଲା କହିଛନ୍ତି।

IIT Drone