Advertisment

ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅ କହିବା ପରେ ହୃଦଘାତରେ ଟଳିପଡ଼ିଲେ ଆଇଆଇଟି ପ୍ରଫେସର

ମୃତ୍ୟୁ ପୂର୍ବରୁ ତାଙ୍କ ଶେଷ କଥା ପଦିକ ଥିଲା- ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

ଅଦ୍ୟତନ ହୋଇଛି
Sameer Khandekar

Sameer Khandekar

Advertisment

ଆଇଆଇଟି କାନପୁରରେ ଏକ ଆଲୁମିନି ମିଟ୍ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ହୃଦଘାତରେ ଜଣେ ସିନିୟର ପ୍ରଫେସରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସମୀର ଖାଣ୍ଡେକର। ତାଙ୍କୁ ୫୫ ବର୍ଷ ହୋଇଥିଲା।

Advertisment

ସେ ଆଇଆଇଟି କାନପୁରରେ ମେକାନିକାଲ ଇଞ୍ଜିନିୟରିଂ ବିଭାଗର ସିନିୟର ପ୍ରଫେସର ଥିଲେ। ତା’ ସହିତ ସେ ଷ୍ଟୁଡେଣ୍ଟ ଆଫାୟାର ଡିନ୍ ଭାବେ କାର୍ଯ୍ୟ କରୁଥିଲେ।

ଗତ ଶୁକ୍ରମବାର ଆଇଆଇଟି କାନପୁର ଅଡିଟୋରିୟମରେ ଏକ ଆଲୁମିନି ମିଟ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଫେସର ସମୀର ଖାଣ୍ଡେକର। ଯେତେବେଳେ ତାଙ୍କୁ ହୃଦଘାତ ହେଲା ସେତେବେଳେ ସେ ସ୍ୱାସ୍ଥ୍ୟ ବିଷୟରେ କହୁଥିଲେ। ସ୍ୱାସ୍ଥ୍ୟର ଯତ୍ନ ନେବାକୁ ସେ ସମସ୍ତଙ୍କୁ କହିବା ପରେ ହଠାତ୍ ମଞ୍ଚ ଉପରେ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତାଙ୍କୁ ହୃଦ୍‌ଘାତ ହୋଇଥିବା ଜଣାପଡ଼ିଥିଲା। ପୂର୍ବରୁ ତାଙ୍କର କୋଲେଷ୍ଟ୍ରୋଲ ସମସ୍ୟା ଥିଲା। ସେଥିପାଇଁ ସେ ଔଷଧ ଖାଉଥିଲେ।

Advertisment

ପ୍ରଫେସର ସମୀର ଖାଣ୍ଡେକର ମଧ୍ୟ ପ୍ରଦେଶର ଜବଲପୁରର ବାସିନ୍ଦା ଥିଲେ। ସେ ଆଇଆଇଟି କାନପୁରରୁ ବି.ଟେକ୍ ଡିଗ୍ରୀ ହାସଲ କରିଥିଲେ। ଜର୍ମାନୀରେ ପିଏଚ୍‌ଡି କରିଥିଲେ। ୨୦୦୪ରେ ସେ ଆଇଆଇଟି କାନପୁରରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗ ଦେଇଥିଲେ। ୨୦୦୯ରେ ସେ ଆସୋସିଏଟ୍ ପ୍ରଫେସର ହୋଇଥିଲେ। ୨୦୧୪ରୁ ସେ ପ୍ରଫେସର ଭାବେ କାର୍ଯ୍ୟ କରି ଆସୁଥିଲେ। ୨୦୨୦ରେ ସେ ମେକାନିକାଲ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ହୋଇଥିଲେ। ତା’ ସହିତ ତାଙ୍କୁ ଷ୍ଟୁଡେଣ୍ଟ ଆଫାୟାର୍ସର ଡିନ୍‌ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା।

Sudden Heart Attack IIT Kanpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe