Advertisment

ପୁଅ ପାଖକୁ ଯାଇଥିଲେ ବାପାମା', ହଷ୍ଟେଲ ରୁମ୍‌ରେ ଦେଖିଲେ ଝୁଲନ୍ତା ମୃତଦେହ

ଆଇଆଇଟି-ଖଡ଼ଗପୁରର ହଷ୍ଟେଲ ରୁମ ଭିତରୁ ଜଣେ ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Student Dead

Student Dead

Advertisment

ପୁଅକୁ ଦେଖିବାକୁ ଯାଇଥିଲେ ବାପାମା'। ଆଇଆଇଟି ଖଡ଼ଗପୁରରେ ପଢ଼ୁଥିଲା ପୁଅ। ତେବେ ହଷ୍ଟେଲ ରୁମ୍‌ କବାଟ ଖୋଲୁ ଖୋଳୁ ପାଦ ତଳୁ ମାଟି ଖସି ଯାଇଥିଲା। ଝୁଲନ୍ତା ଅବସ୍ଥାରେ ପୁଅର ମୃତଦେହ ଦେଖିବାକୁ ପାଇଥିଲେ ବାପାମା'।

Advertisment

ସୋମବାର ଦିନ ଆଇଆଇଟି-ଖଡ଼ଗପୁରର ହଷ୍ଟେଲ ରୁମ ଭିତରୁ ଜଣେ ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ରବିବାର ଦିନ ତାଙ୍କୁ ଭେଟିବାକୁ ଆସିଥିବା ତାଙ୍କ ପିତାମାତା ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ପଢ଼ୁଥିବା ୨୧ ବର୍ଷୀୟ ଛାତ୍ର ଶାନ୍‌ ମଲ୍ଲିକଙ୍କ ଝୁଲନ୍ତା ମୃତଶରୀର ଦେଖି ଭାଙ୍ଗି ପଡ଼ିଛନ୍ତି।

ଶାନ୍‌ ପୂର୍ବ ରାତିରେ ତାଙ୍କ ବାପାମା'ଙ୍କ ସହ ଫୋନରେ କଥା ହୋଇଥିଲେ। ସବୁକିଛି ଠିକ୍‌ ଥିଲା। ତେବେ ସେ କାହିଁକି ଜୀବନ ହାରିଛନ୍ତି ଏନେଇ ତଦନ୍ତ ଜାରି ରହିଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଜାନୁଆରି ୧୨ ତାରିଖ ସକାଳେ ଆଜାଦ ହଲ୍ ଅଫ୍ ରେସିଡେନ୍ସ ପରିସରରେ ତାଙ୍କର ମୃତଦେହ ମିଳିଛି। ରୁମ୍‌ ନମ୍ବର ୩୦୨ରେ ରହୁଥିଲେ।

Advertisment

ଆଇଆଇଟି-ଖଡ଼ଗପୁର ପକ୍ଷରୁ କୁହଯାଇଛି ଯେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ତୃତୀୟ ବର୍ଷର ଛାତ୍ର ଶାନ୍‌ ମଲିକଙ୍କ ଆକସ୍ମିକ ବିୟୋଗରେ ଛାତ୍ର, କର୍ମଚାରୀ ଏବଂ ଅଧ୍ୟାପକମାନେ ଗଭୀର ଶୋକ ପ୍ରକାଶ କରୁଛନ୍ତି।

Suicide Student Found Hanging IIT Kharagpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe