Advertisment

‘ଆଇ ଆମ ସରି’ ଷ୍ଟାଟସ ଦେଇ ଝୁଲି ପଡ଼ିଲେ ପିଏଚ୍‌ଡି ଛାତ୍ର!

ପଶ୍ଚିମବଙ୍ଗର ମୂଳ ବାସିନ୍ଦା ସଚିନ କୁମାର ଆଇଆଇଟି ମାଡ୍ରାସରେ ମେକାନିକାଲ ଇଞ୍ଜିନିୟରିଂରେ ପିଏଚ୍‌ଡି କରୁଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Sachin Kumar

Sachin Kumar

ଆଇ ଆମ ସରି ବା ମୁଁ ଦୁଃଖିତ। ବହୁତ ଭଲ ନୁହେଁ। ହ୍ୱାଟସ ଆପ୍‌ରେ ଏପରି ଷ୍ଟାଟସ ଦେଇ ଝୁଲି ପଡ଼ିଛନ୍ତି ଆଇଆଇଡି ମାଡ୍ରାସରେ ପିଏଚ୍‌ଡି କରୁଥିବା ଜଣେ ୩୨ ବର୍ଷୀୟ ଯୁବକ। ତାମିଲନାଡୁର ବେଲାଚେରୀ ସ୍ଥିତ ଭଡ଼ା ଘରର ଡାଇନିଂ ରୁମରୁ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ମେଧାବୀ ଛାତ୍ର ଜଣଙ୍କ ହେଲେ ସଚିନ କୁମାର ଜୈନ।

Advertisment

ତେବେ ଜୀବନ ହାରିବା ପୂର୍ବରୁ ସେ କାହିଁକି I am sorry, not good enough” ଲେଖିଲେ ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ପାଠପଢ଼ାର ଚାପ ନା ଆତ୍ମହତ୍ୟା ପଛରେ ଆଉ କିଛି କାରଣ ରହିଛି, ସେ ଦିଗରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ପଶ୍ଚିମବଙ୍ଗର ମୂଳ ବାସିନ୍ଦା ସଚିନ କୁମାର ଆଇଆଇଟି ମାଡ୍ରାସରେ ମେକାନିକାଲ ଇଞ୍ଜିନିୟରିଂରେ ପିଏଚ୍‌ଡି କରୁଥିଲେ। ଆଇଆଇଟି ମାଡ୍ରାସର ଗୁଇଣ୍ଡୀ କ୍ୟାମ୍ପସକୁ ସେ ସବୁ ଦିନ କ୍ଲାସ କରିବାକୁ ମଧ୍ୟ ଯାଆନ୍ତି। ସେ ଜଣେ ମେଧାବୀ ଛାତ୍ର ଭାବେ ସମସ୍ତଙ୍କ ପାଖରେ ପରିଚୟ ହାସଲ କରିଥିଲେ। 

Advertisment

ସବୁଦିନ ଭଳି ଶୁକ୍ରବାର ମଧ୍ୟ ସେ ସକାଳୁ ସକାଳୁ କ୍ଲାସ କରିବାକୁ କ୍ୟାମ୍ପସର ମେକାନିକାଲ ଇଞ୍ଜିନିୟରିଂ ବିଭାଗରେ ପହଞ୍ଚିଥିଲେ। ହେଲେ ସେଠାରେ କିଛି ସମୟ କ୍ଲାସ କରିବା ପରେ ସେ କାହାକୁ କିଛି ନ କହି ସିଧା ବେଲାଚେରୀ ସ୍ଥିତ ତାଙ୍କ ଭଡ଼ା ଘରକୁ ଚାଲି ଆସିଥିଲେ। ଘଣ୍ଟାଏ ପର୍ଯ୍ୟନ୍ତ ତାଙ୍କର ଖୋଜ ଖବର ନ ମିଳିବାରୁ ସାଙ୍ଗମାନେ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ।

ତଥାପି ତାଙ୍କ ସହ ଯୋଗାଯୋଗ ହୋଇ ପାରି ନଥିଲା। ଶେଷରେ କିଛି ସାଙ୍ଗ ତାଙ୍କ ଭଡ଼ା ଘରେ ପହଞ୍ଚିଥିଲେ। ହେଲେ ସେତେବେଳକୁ ସଚିନ କୁମାର ଡାଇନିଂ ରୁମରେ ଝୁଲନ୍ତା ଅବସ୍ଥାରେ ରହିଥିଲେ। ତୁରନ୍ତ ତାଙ୍କୁ ତଳକୁ ଅଣା ଯିବା ସହ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ହେଲେ ଆମ୍ବୁଲାନ୍ସରେ ଆସିଥିବା ଜରୁରିକାଳୀନ ଟିମ ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ବେଲାଚାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିସହ ଗୋଟିଏ ମାମଲା ରୁଜୁ କରି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି।

Student Suicide IIT