Advertisment

ଆଇଆଇଟି ମଣ୍ଡି ନିର୍ଦ୍ଦେଶକଙ୍କ ବୟାନ: ପଶୁଙ୍କୁ ହତ୍ୟା କରାଯାଉଥିବାରୁ ଭୂସ୍ଖଳନ ହେଉଛି

ସେ କହିଛନ୍ତି, ଯଦି ନିରୀହ ପଶୁମାନଙ୍କର ହତ୍ୟା ବନ୍ଦ ନହୁଏ, ତେବେ ହିମାଚଳ ପ୍ରଦେଶରେ ଏକ ବଡ଼ ଧରଣର ପ୍ରଳୟ ଘଟିବ। ପିଲାମାନଙ୍କୁ ସମ୍ବୋଧନ କରିବା ବେଳେ ଶ୍ରୀ ବେହେରା ଦେଇଥିବା ବୟାନ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Hemant Lenka
IIT

IIT

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ମଣ୍ଡିର ନିର୍ଦ୍ଦେଶକ ଲକ୍ଷ୍ମୀଧର ବେହେରା ହିମାଚଳ ପ୍ରଦେଶରେ ହେଉଥିବା ଭୂସ୍ଖଳନ ଓ ବାଦଲ ଫଟା ବର୍ଷା ପାଇଁ ଅଜବ କାରଣ ଦର୍ଶାଇଛନ୍ତି। ବେହେରାଙ୍କ କହିବା କଥା ଯେ ହିମାଚଳରେ ଭୂସ୍ଖଳନ ହେବାର କାରଣ ହେଉଛି ପଶୁମାନଙ୍କୁ ହତ୍ୟା କରିବା। ସେ ଛାତ୍ରମାନଙ୍କୁ ମାଂସ ନ ଖାଇବାକୁ ଶପଥ ମଧ୍ୟ କରାଇଛନ୍ତି।

Advertisment

ସେ କହିଛନ୍ତି, ଯଦି ନିରୀହ ପଶୁମାନଙ୍କର ହତ୍ୟା ବନ୍ଦ ନହୁଏ, ତେବେ ହିମାଚଳ ପ୍ରଦେଶରେ ଏକ ବଡ଼ ଧରଣର ପ୍ରଳୟ ଘଟିବ। ପିଲାମାନଙ୍କୁ ସମ୍ବୋଧନ କରିବା ବେଳେ ଶ୍ରୀ ବେହେରା ଦେଇଥିବା ବୟାନ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଲକ୍ଷ୍ମୀଧର ବେହେରା କହିଛନ୍ତି, ଜଣେ ଭଲ ମଣିଷ ହେବା ପାଇଁ ତୁମକୁ କଣ କରିବାକୁ ପଡ଼ିବ? ଏଥିପାଇଁ ମାଂସ ଖାଆନ୍ତୁ ନାହିଁ। ଏହା ପରେ ସେ ମାଂସ ନ ଖାଇବା ପାଇଁ ପିଲମାନଙ୍କୁ ଶପଥ କରାଇଥିଲେ। ହଁ କି ନା ଉତ୍ତର ଦେବାକୁ କହିଥିଲେ।

Advertisment

ଭାଇରାଲ ହେଉଥିବା ଏକ ଭିଡିଓରେ ତାଙ୍କୁ ଶୁଣିବାକୁ ମିଳୁଛି ଯେ “ଆପଣ ସେଠାରେ (ହିମାଚଳ ପ୍ରଦେଶ) ନିରୀହ ପଶୁମାନଙ୍କୁ ହତ୍ୟା କରୁଛନ୍ତି। ଏହାର ସମ୍ପର୍କ ପରିବେଶ ସହ ରହିଛି। ଲୋକମାନେ ପଶୁମାନଙ୍କର ହତ୍ୟା ଓ ପରିବେଶ ମଧ୍ୟରେ ଥିବା ସମ୍ପର୍କକୁ ଦେଖିପାରୁ ନାହାନ୍ତି। କିନ୍ତୁ ଖୁବଶୀଘ୍ର ଏହାକୁ ସେମାନେ ଦେଖିବେ। ସେମାନେ ଭୂସ୍ଖଳନ, ବାଦଲ ଫଟା ବର୍ଷା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ସମ୍ମୁଖୀନ ହେଉଛନ୍ତି। ଏହା ପଛରେ ପଶୁମାନଙ୍କ ପ୍ରତି କରାଯାଉଥିବା ନିର୍ଦ୍ଦୟ ଅତ୍ୟାଚାର ରହିଛି। ଏହାର ପ୍ରଭାବରେ ଏସବୁ ଘଟୁଛି।”

ଚଳିତ ମୌସୁମୀ ସମୟରେ ଭୂସ୍ଖଳନ ହେତୁ କୁଲୁ, ମଣ୍ଡି, ଶିମଲା ଭଳି ଅନେକ ସ୍ଥାନରେ ଭୂସ୍ଖଳନ ଏବଂ ବାଦଲ ଫଟା ବର୍ଷା ଦେଖିବାକୁ ମିଳିଥିଲେ। ରାଜ୍ୟରେ ୧୬୦ରୁ ଅଧିକ ଭୂସ୍ଖଳନ ଘଟଣା ଘଟିଛି। ୨୫୦ରୁ ଅଧିକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି।

Himachal Pradesh Landslide IIT