Advertisment

ହଷ୍ଟେଲରେ ଝୁଲି ପଡ଼ିଲେ ଆଇଆଇଟି ଛାତ୍ର, କାରଣ ଅସ୍ପଷ୍ଟ

ଉତ୍ତରପ୍ରଦେଶର ଆୟୁଷ ଦିଲ୍ଲୀ ଆଇଆଇଟିରେ ପାଠ ପଢ଼ୁଥିବା ବେଳେ ଉଦୟଗିରି ହଷ୍ଟେଲରେ ରହୁଥିଲେ। ମାତ୍ର ଗତକାଲି ସେ ନିଜ ରୁମ୍‌ରୁ ବାହାରି ନ ଥିଲେ।

Delhi IIT

Delhi IIT

Advertisment

ପୁଣି ଥରେ ଆଇଆଇଟି ବିଶ୍ୱବିଦ୍ୟାଳୟରୁ ଆସିଛି ଦୁଃଖଦ ଖବର । ଦିଲ୍ଲୀ ଆଇଆଇଟି ହଷ୍ଟେଲରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରଙ୍କ ନାଁ ଆୟୁଷ ବୋଲି ଜଣାପଡ଼ିଛି। ତାଙ୍କ ବୟସ ୨୩ ବର୍ଷ ହୋଇଥିଲା।

Advertisment

ଉତ୍ତରପ୍ରଦେଶର ଆୟୁଷ ଦିଲ୍ଲୀ ଆଇଆଇଟିରେ ପାଠ ପଢ଼ୁଥିବା ବେଳେ ଉଦୟଗିରି ହଷ୍ଟେଲରେ ରହୁଥିଲେ। ମାତ୍ର ଗତକାଲି ସେ ନିଜ ରୁମ୍‌ରୁ ବାହାରି ନ ଥିଲେ। ଏନେଇ ତାଙ୍କ ସହପାଠୀ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଏହାପରେ ହଷ୍ଟେଲ କର୍ତ୍ତୃପକ୍ଷ ପହଞ୍ଚି କବାଟ ଭାଙ୍ଗି ଆୟୁଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛନ୍ତି।

ସୂଚନା ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ଆୟୁଷଙ୍କ ରୁମ୍‌ରୁ କୌଣସି ସୁଇସାଇଡ ନୋଟ ପୁଲିସ୍ ଜବତ କରି ନ ଥିବା ଜଣାଯାଇଛି। ମୃତକଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ପୁଲିସ୍‌ ତାଙ୍କ ପରିବାରବର୍ଗଙ୍କୁ ଖବର ଦେଇଛି।

Advertisment

ସୂଚନାଯୋଗ୍ୟ, କିଛି ଦିନ ହେଲାଣି ଆଇଆଇଟି କଲେଜ କ୍ୟାମ୍ପସରେ ଛାତ୍ର ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି। ଗତ କିଛି ଦିନ ମଧ୍ୟରେ ମାଡ୍ରାସ ଆଇଆଇଟି ସମେତ ବମ୍ବେ ଆଇଆଇଟିରେ ବି ଏପରି ଘଟଣା ସାମନାକୁ ଆସିଛି। ତେବେ ଅତ୍ୟଧିକ ପଢ଼ା ଚାପ ନା ରାଗିଂ ଯୋଗୁ ପିଲାମାନେ ଏପରି ପଦକ୍ଷେପ ଉଠାଉଛନ୍ତି ତାହା ଜଣା ପଡ଼ୁନି।

Suicide Delhi Delhi IIT Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe