Advertisment

ଦେଶ ବାହାରେ ପ୍ରତିଷ୍ଠା ହେବ ଆଇଆଇଟିର ପ୍ରଥମ କ୍ୟାମ୍ପସ

ଜାଞ୍ଜିବର ଠାରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ ଖୋଲିବ। ଏନେଇ ଗୋଟିଏ ଏମଓୟୁ ସ୍ୱାକ୍ଷରିତ ହୋଇଛି।

author-image
Hemant Lenka
IIT

IIT

ପ୍ରଥମଥର ପାଇଁ ଆଇଆଟି କୌଣସି କ୍ୟାମ୍ପସ ଭାରତ ବାହାରେ ପ୍ରତିଷ୍ଠା ହେବାକୁ ଯାଉଛି। ତାଞ୍ଜାନିଆର ଜାଞ୍ଜିବର ଠାରେ ଆଇଆଇଟିର କ୍ୟାମ୍ପସ ଖୋଲିବ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଜାଞ୍ଜିବର ଠାରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ ଖୋଲିବ। ଏନେଇ ଗୋଟିଏ ଏମଓୟୁ ସ୍ୱାକ୍ଷରିତ ହୋଇଛି। ବୁଧବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଜାଞ୍ଜିବରର ରାଷ୍ଟ୍ରପତି ହୁସେନ ଅଲୀଙ୍କ ଉପସ୍ଥିତିରେ ଏନେଇ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା।

ବର୍ତ୍ତମାନ ବିଦେଶ ମନ୍ତ୍ରୀ ଜୟଶଙ୍କର ତାଞ୍ଜାନିଆକୁ ରାଷ୍ଟ୍ରୀୟ ଗସ୍ତରେ ଯାଇଛନ୍ତି। ଏହି ସମୟରେ ହିଁ ବିଦେଶରେ ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠା କରିବାକୁ ଚୁକ୍ତି ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଜି କୁହାଯାଇଛି।

Advertisment

ମନ୍ତ୍ରଣାଳୟ କହିଛି ଯେ, “ଭାରତ ବାହାରେ ପ୍ରଥମ ଆଇଆଇଟି କ୍ୟାମ୍ପସ ଜାଞ୍ଜିବରରେ ହେବ। ଏନେଇ ଭାରତର ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ଜାଞ୍ଜିବରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓ ଧନ୍ଦାମୂଳକ ତାଲିମ ବିଭାଗ ସହ ଏମଓୟୁ ହୋଇଛି।

ଭାରତ ଓ ତାଞ୍ଜାନିଆ ମଧ୍ୟରେ ଥିବା ଦୀର୍ଘକାଳୀନ ବନ୍ଧୁତ୍ୱକୁ ଏହି କ୍ୟାମ୍ପସ ପ୍ରତିଫଳିତ କରୁଛି। ସମଗ୍ର ଆଫ୍ରିକା ଓ ଗ୍ଲୋବାଲ ସାଉଥରେ ଭାରତର ଫୋକସକୁ ମଧ୍ୟ ଏହା ଦର୍ଶାଉଛି।

ଜାତୀୟ ଶିକ୍ଷାନୀତି ୨୦୨୦ରେ ଭାରତରେ ଭଲ ପ୍ରଦର୍ଶନ କରୁଥିବା ବିଶ୍ୱବିଦ୍ୟାଳୟଗୁଡ଼ିକର କ୍ୟାମ୍ପସ ଦେଶ ବାହାରେ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହିତ କରାଯିବ ବୋଲି କୁହାଯାଇଥିଲା। ଏହି ଆଧାରରେ ଏବେ ବିଦେଶରେ ପ୍ରଥମ ଆଇଆଇଟି କ୍ୟାମ୍ପସ ଖୋଲିବାକୁ ଯାଉଛି।” ତେବେ କ୍ୟାମ୍ପସର ରୂପରେଖ କେମିତି ହେବ, ତା’ର ବିସ୍ତୃତ ପ୍ଲାନ ଅକ୍ଟୋବର ୨୦୨୩ରେ ସାର୍ବଜନୀନ ହେବ।

IIT Madras