Advertisment

ପ୍ରେମିକାକୁ ଖୁସି କରିବା ପାଇଁ ଚାକିରି ଛାଡ଼ି ଅପରାଧୀ ବନିଗଲେ ଆଇଆଇଟିଆନ୍‌

ନିଜର ପ୍ରେମିକା ପାଇଁ ଯୁବକ ଜଣଙ୍କ ଦୁବାଇର ଗୋଟିଏ ମଲ୍ଟି ନ୍ୟାଶନାଲ କମ୍ପାନୀର ଚାକିରି ଛାଡ଼ି ଦେଇଛନ୍ତି। ଯାହା ବି ଚାକିରି ସମୟରେ ସେ ରୋଜଗାର କରିଥିଲେ, ସେସବୁ ପ୍ରେମିକା ପଛରେ ଉଡ଼ାଇ ମଧ୍ୟ ଦେଇଛନ୍ତି।

IITian

IITian

Advertisment

ପ୍ରେମ କଷ୍ଟ ଦିଏ। ବହୁଦିନ ପର୍ଯ୍ୟନ୍ତ। ଦି ଏଭରଲୀ ବ୍ରଦର୍ସଙ୍କ ଏହି ଉକ୍ତି ଏବେ ସତ ପ୍ରମାଣିତ ହୋଇଛି। ଲଭ ପାଇଁ କୁଛ ବି କରେଗା ନିଶାରେ ଜଣେ ଉଚ୍ଚ ଶିକ୍ଷକ ଯୁବକ କେମିତି ଅପରାଧ ଦୁନିଆରେ ପାଦ ରଖିଛନ୍ତି, ତା’ର ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି।

Advertisment

ପ୍ରେମ ତାଙ୍କୁ ଏବେ ଅନେକ କଷ୍ଟ ଦେବା ଆରମ୍ଭ କରିଛି। କେବଳ ନିଜର ପ୍ରେମିକା ପାଇଁ ଯୁବକ ଜଣଙ୍କ ଦୁବାଇର ଗୋଟିଏ ମଲ୍ଟି ନ୍ୟାଶନାଲ କମ୍ପାନୀର ଚାକିରି ଛାଡ଼ି ଦେଇଛନ୍ତି। ଯାହା ବି ଚାକିରି ସମୟରେ ସେ ରୋଜଗାର କରିଥିଲେ, ସେସବୁ ପ୍ରେମିକା ପଛରେ ଉଡ଼ାଇ ମଧ୍ୟ ଦେଇଛନ୍ତି। ଟଙ୍କା ସରିଯିବାରୁ ସେ ପ୍ରେମିକା ପାଇଁ ଅପରାଧ ଦୁନିଆରେ ପାଦ ରଖି ଶେଷରେ ପୁଲିସ୍‌ ହାତରେ ଧରାପଡ଼ିଛନ୍ତି। ଏବେ ସେ ଜେଲର ଚାରି କାନ୍ଥ ଭିତରେ ବନ୍ଦୀ। 

ଆଇଆଇଟି ମାଡ୍ରାସରୁ କେମିକାଲ ଇଞ୍ଜନିୟରିଂରେ ଡିଗ୍ରୀ ହାସଲ କରିଥିବା ଯୁବକ ଜଣଙ୍କ ହେଲେ ହେମନ୍ତ କୁମାର ରଘୁ। ସେ ବିହାରର ମୁଜାଫରପୁର ବାର୍‌ରେ ଡ୍ୟାନ୍ସ କରୁଥିବା ଜଣେ ଯୁବତୀଙ୍କ ପ୍ରେମରେ ପଡ଼ି ନିଜର କ୍ୟାରିୟରକୁ ବରବାଦ କରି ଦେଇଛନ୍ତି। ହେମନ୍ତ କୁମାରଙ୍କ ଘର ହେଉଛି ତାମିଲନାଡୁର ତିରୁବାଲ୍ଲୁର ଜିଲ୍ଲାରେ। ତାଙ୍କୁ ବିହାର ପୁଲିସ ଅନ୍ୟ ୩ ସହଯୋଗୀଙ୍କ ସହ ଗିରଫ କରିଛି। ଜଣେ ମହିଳାଙ୍କ ଠାରୁ ଏମାନେ ୨.୨ ଲକ୍ଷ ଟଙ୍କା ଚୋରି କରି ନେଇଥିଲେ।

Advertisment

ପୁଲିସ ସେମାନଙ୍କ ଠାରୁ ଚୋରି ହୋଇଥିବା କିଛି ନଗଦ ଟଙ୍କା, ଗୁଳିଗୋଳା ଓ ୨ଟି ଚୋରି ବାଇକ ଜବତ କରିଛି। ହେମନ୍ତ କୁମାରଙ୍କୁ ଜେରା କରି ପୁଲିସ୍‌ ଅନେକ ରୋଚକ ତଥ୍ୟ ଦେଇଛି। ସେ ଦୁବାଇରେ ହାଇଫାଇ ଜୀବନ ବିତାଉ ଥିବା ବେଳେ କେମିତି ବିହାରକୁ ଆସିଲେ? ପ୍ରେମିକାଙ୍କ ପାଇଁ ସେ କେମିତି ଅପରାଧ ଦୁନିଆରେ ପାଦ ଦେଲେ, ସେସବୁ ବିଷୟରେ ହେମନ୍ତ ପୁଲିସ୍‌କୁ କହିଛନ୍ତି। 

ଦୁବାଇରେ ୪୦ ବର୍ଷୀୟ ହେମନ୍ତ ଗୋଟିଏ ବଡ଼ କମ୍ପାନୀରେ କାମ କରୁଥିଲେ। ହେଲେ ବିହାରର ମୁଜାଫରପୁରର ଗୋଟିଏ ବାର୍‌ରେ ଡ୍ୟାନ୍ସ କରୁଥିବା ଜଣେ ଯୁବତୀଙ୍କ ପ୍ରେମରେ ସେ ପଡ଼ିଥିଲେ। ପ୍ରେମିକାଙ୍କ ପାଇଁ ସେ ଦୁବାଇରୁ ବିହାରର ମୁଜାଫରପୁର ଚାଲି ଆସିଥିଲେ। ସେ ତାଙ୍କ ପ୍ରେମିକାଙ୍କୁ ନାଇଟ କ୍ଲବରେ ଡ୍ୟାନ୍ସ ନ କରିବା ପାଇଁ କହିଥିଲେ। ଏହା ବଦଳରେ ପ୍ରେମିକା ଜଣଙ୍କ ତାଙ୍କୁ ନିଜ ଘରେ ରହି ଗୁଜରାଣ ମେଣ୍ଟାଇବାକୁ ସର୍ତ୍ତ ରଖିଥିଲେ।

ପ୍ରେମିକା ପାଇଁ ହେମନ୍ତ କୁମାର ଏହି ସର୍ତ୍ତରେ ରାଜି ହେବା ସହ ଦୁବାଇ ଚାକିରିକୁ ଛାଡ଼ି ଦେଇଥିଲେ। ଏହାପରେ ପ୍ରେମିକଙ୍କ ସହ ମୁଜାଫରପୁରରେ ରହିବା ଆରମ୍ଭ କରିଥିଲେ। ଏହି ସମୟରେ ସେ ନିଜର ୧୫ ବର୍ଷର ଚାକିରି କ୍ୟାରିୟର ମଧ୍ୟରେ ଯାହା ବି ସଞ୍ଚୟ କରିଥିଲେ, ସେସବୁ ଟଙ୍କା ଖର୍ଚ୍ଚ କରି ଦେଇଥିଲେ। ଟଙ୍କା ସରିଯିବା ପରେ ପ୍ରେମିକାଙ୍କୁ କେମିତି ଖୁସି ରଖିବେ, ସେଚିନ୍ତାରେ ପଡ଼ି ଯାଇଥିଲେ ହେମନ୍ତ କୁମାର।

ଶେଷରେ ସେ ନିଜ ପ୍ରେମିକାର ଚାହିଦା ମେଣ୍ଟାଇବା ପାଇଁ ଅପରାଧ ଦୁନିଆରେ ପାଦ ରଖିଥିଲେ। ଗୋଟିଏ ପରେ ଗୋଟିଏ ଚୋରି, ଲୁଟ ଓ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ କରି ସେ ଟଙ୍କା ରୋଜଗାର କରିବା ଆରମ୍ଭ କରିଥିଲେ।

ମୁଜାଫରପୁର(ପୂର୍ବ) ଡିଏସ୍‌ପି ମନୋଜ ପାଣ୍ଡେ କହିଛନ୍ତି, ଜିଲ୍ଲାରେ ଥିବା କିଛି ପେଶାଦାର ଅପରାଧୀଙ୍କ ସହ ମିଶି ହେମନ୍ତ କୁମାର ଗୋଟିଏ ନେଟୱର୍କ ତିଆରି କରିଥିଲେ। ନେଟୱର୍କର ସଦସ୍ୟମାନେ ପୂରା ଯୋଜନାବଦ୍ଧ ଭାବେ ବିଭିନ୍ନ ଲୋକଙ୍କୁ ଟାର୍ଗେଟ କରୁଥିଲେ। ହେମନ୍ତ କୁମାର ଦିନ କେଇଟା ମଧ୍ୟରେ ପେଶାଦାର ଅପରାଧୀ ବନି ଯାଇଥିଲେ ଓ ଜେରା ବେଳେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ସମ୍ପର୍କକୁ ସେ ସ୍ୱୀକାର କରିଥିବା ଡିଏସ୍‌ପି ପାଣ୍ଡେ କହିଛନ୍ତି।

ଏପ୍ରିଲ ୧୧ରେ ଲୁଟ ମାମଲା ରୁଜୁ ହେବା ପରେ ହେମନ୍ତ କୁମାର ପୁଲିସ୍‌ ରାଡରକୁ ଆସିଥିଲେ। ଏହାପରେ ପୁଲିସ୍‌ ଟିମ ହେମନ୍ତ କୁମାର ଓ ତାଙ୍କର ଆଉ ୩ ସହଯୋଗୀଙ୍କୁ ମାଧୋପୁରରେ ଥିବା ଗୋଟିଏ ଇଟା ଭାଟି ନିକଟରୁ ଗିରଫ କରିବାକୁ ସକ୍ଷମ ହୋଇଥିଲା।

Tamilnadu Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe