Advertisment

ହସ୍ପିଟାଲରେ ଏୟାରପୋର୍ଟ ଭଳି ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କୁ IMAର ଚିଠି

ସବୁ ହସ୍ପିଟାଲର ସୁରକ୍ଷା ପ୍ରୋଟୋକଲ ବିମାନବନ୍ଦର ଭଳି କରିବାକୁ ଦାବି କରିଛି। ହସ୍ପିଟାଲକୁ ସେଫ୍‌ ଜୋନ୍‌ ଭାବେ ଘୋଷଣା କରିବାକୁ ଆଇଏମଏ ଚିଠିରେ ଅନୁରୋଧ କରିଛି।

Stop Rape

Stop Rape

Advertisment

କୋଲକାତାର ଗୋଟିଏ ସରକାରୀ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏନସ ବା ଆଇଏମଏ ପୂରା ଦେଶରେ ବିକ୍ଷୋଭ କରୁଛି। ଏବେ ଆଇଏଏମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘଟଣାରେ ହସ୍ତକ୍ଷେପ କରିବାକୁ ବିନମ୍ର ଅନୁରୋଧ କରିଛି। ଏଥିସହ ସବୁ ହସ୍ପିଟାଲର ସୁରକ୍ଷା ପ୍ରୋଟୋକଲ ବିମାନବନ୍ଦର ଭଳି କରିବାକୁ ଦାବି କରିଛି। ହସ୍ପିଟାଲକୁ ସେଫ୍‌ ଜୋନ୍‌ ଭାବେ ଘୋଷଣା କରିବାକୁ ଆଇଏମଏ ଚିଠିରେ ଅନୁରୋଧ କରିଛି।

Advertisment

ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ ଯାଏ ଆଇଏମଏ ପୂରା ଦେଶରେ ବିକ୍ଷୋଭ କରୁଛି। କେବଳ ଜରୁରୀ ସେବାକୁ ଛାଡ଼ି ଦେଲେ ବାକି ସବୁ ବନ୍ଦ ରହିଛି। ରୋଗୀ ସେବା ଏଥିଯୋଗୁ ପ୍ରଭାବିତ ହୋଇଥିବା ବେଳେ ଆଇଏମଏ ପକ୍ଷରୁ ମୋଦିଙ୍କୁ ଚିଠି ଲେଖାଯାଇଛି। ଏଥିରେ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି।

ଆଇଏମଏ କହିଛି ଯେ ଏୟାରପୋର୍ଟ ସହ ମେଳ ଖାଇବା ଭଳି ସୁରକ୍ଷା ବ୍ୟବସ୍ଥା ହସ୍ପିଟାଲରେ ଲାଗୁ କରାଯାଉ। ସିସିଟିଭି ଓ ସୁରକ୍ଷାକର୍ମୀଙ୍କ ମୁତୟନ ବାଧ୍ୟତାମୂଳକ ହେଉ। ହସ୍ପିଟାଲକୁ ସୁରକ୍ଷିତ ଜୋନ ଭାବେ ବିବେଚନା କରାଯାଉ।

Advertisment

ରେସିଡେଣ୍ଟ ଡାକ୍ତରଙ୍କ କାର୍ଯ୍ୟ ଓ ରହଣୀ ବ୍ୟବସ୍ଥା କଥା ମଧ୍ୟ ଆଇଏମଏ ଚିଠିରେ କହିଛି। ପୀଡ଼ିତା ଜଣଙ୍କ ୩୬ ଘଣ୍ଟା ଡ୍ୟୁଟି କରିଥିବା ବେଳେ ବିଶ୍ରାମ ଗୃହର ଅଭାବ ରହିଥିଲା। ପର୍ଯ୍ୟାପ୍ତ ପରିମାଣର ବିଶ୍ରାମ କକ୍ଷ ନଥିବାରୁ ରେସିଡେଣ୍ଟ ଡାକ୍ତରମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେମାନଙ୍କ ଡ୍ୟୁଟି ଓ ସମୟ ବିଶ୍ରାମ ସମୟ ପାଇଁ ବ୍ୟବସ୍ଥା କରାଯାଉ।

କୋଲକାତା ଘଟଣାର ତଦନ୍ତ ଉପଯୁକ୍ତ ସମୟସୀମା ମଧ୍ୟରେ ସାରି ନ୍ୟାୟ ଦେବାକୁ ଆଇଏମଏ ଦାବି କରିବା ସହ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ କହିଛି।

ଏହାବାଦ ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ ବିରୋଧରେ ହେଉଥିବା ହିଂସାକୁ ରୋକିବା ପାଇଁ ଗୋଟିଏ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାକୁ ମଧ୍ୟ ଆଇଏମଏ ପ୍ରସ୍ତାବ ଦେଇଛି।

Kolkata Doctor Kolkata Doctor Rape Case Kolkata Doctor Rape And Murder Case IMA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe