Advertisment

ତୁରନ୍ତ ସମସ୍ତ ପ୍ରକାରର ବୁକିଂ ଓ ଟିକେଟ ବିକ୍ରି ବନ୍ଦ କରିବାକୁ ଗୋ ଫାଷ୍ଟକୁ ନିର୍ଦ୍ଦେଶ

ମେ’ ୩ ତାରିଖରୁ ସେବା ଯୋଗାଇବା ବନ୍ଦ କରିଥିବା ଗୋ ଫାଷ୍ଟର ଏୟାର ଅପରେଟ ପ୍ରମାଣପତ୍ର(ଏଓସି) ବା ଲାଇସେନ୍ସ ଉପରେ ଡିଜିସିଏ ନୋଟିସର ଜବାବ ପାଇବା ପରେ ନେବ।

Go First

Go First

Advertisment

ନିଜକୁ ଦେବାଳିଆ ଘୋଷଣା ପାଇଁ ଆବେଦନ କରିଥିବା ବିମାନ ସେବା ପ୍ରଧାନକାରୀ ସଂସ୍ଥାକୁ ବଡ଼ ନିର୍ଦ୍ଦେଶ ଦେଇଛି ଡିଜିସିଏ। ତୁରନ୍ତ କମ୍ପାନୀ ସମସ୍ତ ପ୍ରକାରର ବୁକିଂ ଓ ଟିକେଟ ବିକ୍ରି ଉପରେ ରୋକ ଲଗାଉ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୌଣସି ପ୍ରକାରର ବିମାନ ଟିକେଟ ବିକ୍ରି ହୋଇପାରିବ ନାହିଁ ବୋଲି ଡିଜିସିଏ କହିଛି। ଏଥିସହ ଗୋ ଫାଷ୍ଟ ନିୟମିତ ସେବା ଯୋଗାଇ ଦେବାରେ ବିଫଳ ହୋଇଥିବାରୁ ଡିଜିସିଏ ପକ୍ଷରୁ ଆଜି ପୁଣି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

Advertisment

ମେ’ ୩ ତାରିଖରୁ ସେବା ଯୋଗାଇବା ବନ୍ଦ କରିଥିବା ଗୋ ଫାଷ୍ଟର ଏୟାର ଅପରେଟ ପ୍ରମାଣପତ୍ର(ଏଓସି) ବା ଲାଇସେନ୍ସ ଉପରେ ଡିଜିସିଏ ନୋଟିସର ଜବାବ ପାଇବା ପରେ ନେବ। ୧୪ ଦିନ ମଧ୍ୟରେ କମ୍ପାନୀକୁ କାରଣ ଦର୍ଶାଅ ନୋଟିସର ଜବାବ ଦେବାକୁ କୁହାଯାଇଛି। ଉପଯୁକ୍ତ ଜବାବ ନ ମିଳିଲେ ଡିଜିସିଏ ନିଜ ଆଡ଼କୁ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସଙ୍କେତ ମଧ୍ୟ ଦେଇଛି।

ନିଜକୁ ଦେବାଳିଆ ଘୋଷଣା କରିବା ପାଇଁ ଆବେଦନ ଦାଖଲ କରିଥିବା ବିମାନ ସେବା ପ୍ରଦାନକାରୀ ସଂସ୍ଥା ଗୋ-ଫାଷ୍ଟ ପ୍ରଥମେ ମେ’ ୩ ଓ ୪ ତାରିଖରେ ଉଡ଼ାଣ ହେବାକୁ ଥିବା ସମସ୍ତ ସେବାକୁ ବାତିଲ କରିଥିଲା। ଏହାପରେ ଏହି ଅବଧିକୁ ମେ’ ୯ ତାରିଖ ଯାଏ ବୃଦ୍ଧି କରିଥିଲା।

Advertisment

ତେବେ ବିମାନ ବାତିଲ ଯୋଗୁ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ଟିକେଟ ବାବଦ ଅର୍ଥ ଧାର୍ଯ୍ୟ ନିୟମ ଅନୁସାରେ ଫେରସ୍ତ କରିବାକୁ ଡିଜିସିଏ ମୁଖ୍ୟ ବିକ୍ରମ ଦେବ ଦତ୍ତ ନିର୍ଦ୍ଦେଶ ଦେଇଥିଲେ। ବିମାନ ବାତିଲ ହେଲେ ଯେଉଁ ସମୟସୀମା ମଧ୍ୟରେ ଗ୍ରାହକଙ୍କୁ ଟିକେଟ ବାବଦ ଅର୍ଥ ମିଳିବା କଥା, ସେହି ସମୟସୀମା ମଧ୍ୟରେ କମ୍ପାନୀ ଲୋକଙ୍କୁ ଟଙ୍କା ଦେବ ବୋଲି ନିର୍ଦ୍ଦେଶ ପାଇଛି।

ଏସବୁ ଭିତରେ ମଧ୍ୟ ମେ’ ୧୫ ପରେ କମ୍ପାନୀ ଟିକେଟ ବୁକିଂ ଓ ବିକ୍ରି କରିବ ବୋଲି ସୂଚନା ମିଳିଥିଲା। କିନ୍ତୁ ଏହା ପୂର୍ବରୁ ହିଁ ଆଜି ଡିଜିସିଏ ସମସ୍ତ ପ୍ରକାରର ଟିକେଟ ବୁକିଂ ଓ ବିକ୍ରି ଉପରେ ରୋକ ଲଗାଇ ଦେଇଛି। ପୂର୍ବରୁ ସୂଚନା ନ ଦେଇ ହଠାତ୍‌ ବିମାନ ସେବାକୁ ବାତିଲ କରିବା ଓ ସ୍ୱେଚ୍ଛାକୃତ ଭାବେ ଦେବାଳିଆ ଘୋଷଣା ପାଇଁ କମ୍ପାନୀ ଆବେଦନ କରିଥିବାରୁ ଡିଜିସିଏ ଏପରି ପଦକ୍ଷେପ ନେଇଛି।

Go First DGCA Airlifting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe