Advertisment

ତାଣ୍ଡବ ରଚିଲା ବାତ୍ୟା ରେମାଲ୍‌, ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ବାଂଲାଦେଶରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୬ ଜଣ ପ୍ରାଣ ହରାଇଛନ୍ତି।

cyclone Impact

cyclone Impact

Advertisment

ତାଣ୍ଡବ ରଚିଲା ବାତ୍ୟା ରେମାଲ୍‌। ଏହାର ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ହୋଇଛି। ବାଂଲାଦେଶରେ ୧୦ ଜଣ ପ୍ରାଣ ହରାଇଛନ୍ତି। ଏ ନେଇ ବାଂଲାଦେଶ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ପଶ୍ଚିମବଙ୍ଗରେ ବାତ୍ୟା ଯୋଗୁ ୬ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ବାତ୍ୟା ରେମାଲ ପ୍ରଭାବରେ ବାଂଲାଦେଶରେ ୧୫ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଛି। ଏଥି ମଧ୍ୟରୁ ୩୫ ହଜାରରୁ ଅଧିକ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରେମାଲ ଗତକାଲି ଲ୍ୟାଣ୍ଡଫଲ୍ କରିବା ପରେ ଏହି କ୍ଷୟକ୍ଷତି ଘଟାଇଛି।

ଲ୍ୟାଣ୍ଡଫଲ୍ ପରେ ବାତ୍ୟା ଏକ ଅବପାତରେ ପରିଣତ ହୋଇସାରିଛି। ବାତ୍ୟାରେ ବାସସ୍ଥାନ ହରାଇଥିବା ଲୋକଙ୍କ ଲାଗି ବିଭିନ୍ନ ସ୍ଥାନରେ ୯ ହଜାରରୁ ଅଧିକ ଆଶ୍ରୟ ସ୍ଥଳ ଖୋଲାଯାଇଛି। ବିଭିନ୍ନ ଆଶ୍ରୟ ସ୍ଥଳରେ ପ୍ରାୟ ୮ ଲକ୍ଷ ଲୋକେ ଆଶ୍ରୟ ନେଇଛନ୍ତି। ୧୪ ଶହରୁ ଅଧିକ ଡାକ୍ତରୀ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି।

Advertisment

ସେହିପରି ପଶ୍ଚିମବଙ୍ଗରେ ରେମାଲ ପ୍ରଭାବରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପଶ୍ଚିମବଙ୍ଗରେ ରେମାଲ ପ୍ରଭାବରେ ୨୯ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।

Cyclone Remal Remal Update
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe