Advertisment

NDA ଓ INDIA ବୈଠକ: ଗୋଟିଏ ବିମାନରେ ନୀତୀଶ-ତେଜସ୍ୱୀ

ପଲଟୁରାମ କୁହାଯାଉଥିବା ନୀତୀଶ ପୁଣି ଥରେ ପଲଟି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Nitish and Tejaswi

Nitish and Tejaswi

Advertisment

ଗୋଟିଏ ବିମାନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ଆଗ ପଛ କରି ବସିଛନ୍ତି ଏହି ଦୁଇ ନେତା। ଉଭୟ ମିଶି ଦିଲ୍ଲୀ ଅଭିମୁଖେ ବହାରିଛନ୍ତି।

Advertisment

ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ସରକାର ଗଠନ କରିବାକୁ ଦାବି କରିଛି। ସେପଟେ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ଏଯାଏ ନିଜର କାର୍ଡ ଖୋଲିନି। ଆଉ ଏହାରି ଭିତରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଦିଲ୍ଲୀରେ ଏନଡିଏ ବୈଠକ ଅନୁଷ୍ଠିତ ହେବ। ସେ ଏଥିରେ ଭାଗ ନେବେ। ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ମଧ୍ୟ ଦିଲ୍ଲୀ ଆସୁଛନ୍ତି। ତେବେ ଗୋଟିଏ ବିମାନରେ ନୀତୀଶ ଓ ତେଜସ୍ୱୀ ଆସୁଥିବା ଜଣାପଡିଛି। ଏହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଫଟୋ ସାମ୍ନାକୁ ଆସିବା ପରେ ଏବେ ଏହାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ଇଣ୍ଡିଆ ମେଣ୍ଟର ନଜର ଏବେ ନୀତୀଶ କୁମାରଙ୍କ ଉପରେ ଥିବା ବେଳେ ଅନ୍ୟପଟେ ବିଜେପି ନୀତୀଶଙ୍କୁ ହାତଛଡା କରିବାକୁ ଚାହୁଁ ନାହିଁ। ତେଣୁ ଏଭଳି ସ୍ଥିତିରେ ଏମାନେ ଏକାଠି ଗୋଟିଏ ବିମାନରେ ଯାତ୍ରା କରିବାକୁ ନେଇ କେହି ସହଜରେ ହଜମ କରିପାରୁ ନାହାନ୍ତି। ପଲଟୁରାମ କୁହାଯାଉଥିବା ନୀତୀଶ ପୁଣି ଥରେ ପଲଟି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Advertisment

ଲୋକସଭା ନିର୍ବାଚନର ଫଳାଫଳ ବାହାରିବା ପରେ ସରକାର ଗଠନ ପୂର୍ବରୁ ବୁଧବାର ଦିଲ୍ଲୀରେ ଏନଡିଏ ବୈଠକ ଅନୁଷ୍ଠିତ ହେବ। ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ। ଏହି ବୈଠକରେ ଯୋଗଦେବା ପାଇଁ ଏନଡିଏ ସହ ଜଡିତ ସମସ୍ତ ଦଳର ନେତାଙ୍କୁ ଆଜି ଦିଲ୍ଲୀ ଡକାଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବ୍ୟତୀତ ଚିରାଗ ପାଶୱାନ, ଜିତନ ରାମ ମାଞ୍ଜୀଙ୍କୁ ମଧ୍ୟ ଦିଲ୍ଲୀ ଡକାଯାଇଛି। ସେ ଏହି ସଭାରେ ଯୋଗଦେବେ।

ସେପଟେ ଇଣ୍ଡିଆ ମେଣ୍ଟର ମଧ୍ୟ ଆଜି ବୈଠକ ବସୁଛି। ଆଗକୁ ଇଣ୍ଡି ଆଲାଏନ୍ସର ରଣନୀତି କ'ଣ ରହିବ ସେ ନେଇ ଆଜି ସମସ୍ତ ନେତା ଏକାଠି ବସି ଆଲୋଚନା କରିବେ। ଏଥିପାଇଁ ଇଣ୍ଡିଆ ମେଣ୍ଟ ସହ ଜଡିତ ସମସ୍ତ ନେତା ଆଜି ଦିଲ୍ଲୀରେ ଡେରା ପକାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ଏହି ବୈଠକ ବସିବ। ଏଥିରେ ତେଜସ୍ୱୀ ଯାଦବଙ୍କ ସମେତ ଅଖିଲେଶ ଯାଦବ, ଶରନ ପାଓ୍ୱାର ଓ ଅନ୍ୟାନ୍ୟ ନେତାମାନେ ଯୋଗ ଦେବେ।

Tejashwi Yadav Nitish Kumar NDA Meeting India Alliance Meet LokSabha Election Results 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe