Imran Khan
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିଛି। ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବେଳେ ଇମ୍ରାନ ଖାନଙ୍କ ମେଡିକାଲ ଟେଷ୍ଟ କରାଯାଇଥିଲା। ସେ ମଦ ଓ କୋକେନ ନେଉଥିବା ମେଡିକାଲ ଟେଷ୍ଟରୁ ଜଣାପଡ଼ିଛି। ଏନେଇ ପାକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରୀ ଅବଦୁଲ କାଦିର ପଟେଲ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ଇମ୍ରାନ ଖାନଙ୍କ ମେଡିକାଲ ରିପୋର୍ଟ ୫ ଜଣିଆ ଡାକ୍ତର ପ୍ରସ୍ତୁତ କରିଥିଲେ। ଏହି ସମୟରେ ତାଙ୍କ ଶରୀରରୁ କୋକେନ ଓ ମଦ ମିଳିଛି। ଅଲ କାଦିର ଟ୍ରଷ୍ଟ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଇମ୍ରାନ ଖାନଙ୍କ ମୁତ୍ର ନମୁନା ସଂଗ୍ରହ କରାଯାଇଥିଲା।
ଏହାକୁ ଇସଲାମାବାଦରେ ଥିବା ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ପରୀକ୍ଷା କରାଯାଇଥିଲା। ପ୍ରାଥମିକ ପରୀକ୍ଷାରେ ନମୁନାରୁ ବିଷାକ୍ତ କେମିକାଲ ଯଥା କୋକେନ ଓ ମଦ ମିଳିଛି ବୋଲି ଅବଦୁଲ ସୂଚନା ଦେଇଛନ୍ତି।
ସରକାର ଇମ୍ରାନ ଖାନଙ୍କ ମେଡିକାଲ ରିପୋର୍ଟ ସାର୍ବଜନୀନ କରିବେ ବୋଲି ଅବଦୁଲ କାଦିର ସୂଚନା ଦେଇ ଦାବି କରିଛନ୍ତି ଯେ ଇମ୍ରାନଙ୍କ ମାନସିକ ଅବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସେ ଅସ୍ୱାଭାବିକ ଭାବେ ବ୍ୟବହାର କରିବା ସହ ମଣିଷ ହେବାକୁ ଫିଟ ନୁହନ୍ତି ବୋଲି ମଧ୍ୟ ଜଣାପଡ଼ିଛି।
ଯଦି ସ୍ୱାସ୍ଥ୍ୟମନ୍ତ୍ରୀ ଅବଦୁଲ କରିଥିବା ଦାବି ସତ ପ୍ରମାଣିତ ହୁଏ, ତା’ହେଲେ ଇମ୍ରାନ ପୁଣି ଆଇନ ଜାଲରେ ଫସିବେ। ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ମାମଲାରେ ଫସିଥିବା ଇମ୍ରାନ ନିଷିଦ୍ଧ କୋକେନ ଓ ମଦ ବ୍ୟବହାର କରିଥିବାରୁ ପାକିସ୍ତାନ ଆଇନ ଅନୁସାରେ ଦଣ୍ଡିତ ମଧ୍ୟ ହୋଇପାରନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Imran_Khan_1685114391.jpg)