Advertisment

୧୫ ବର୍ଷରେ ଦରିଦ୍ରତାରୁ ମୁକୁଳିଛନ୍ତି ୪୧.୫ କୋଟି ଭାରତୀୟ

୨୦୦୫/୨୦୦୬ ମସିହାରେ ଯେଉଁଠାରେ ୫୫% (ପ୍ରାୟ ୬୪.୪୫ କୋଟି) ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ, ୨୦୧୯/୨୦୨୧ ସୁଦ୍ଧା ଏହି ସଂଖ୍ୟା ୧୬% (୨୩କୋଟି) କୁ ହ୍ରାସ ପାଇଛି।

author-image
Ordigital Desk
People

People

ଦରବୃଦ୍ଧି ତଥା ବେକାରୀ ସମସ୍ୟା ମଧ୍ୟରେ ଆସିଛି ଏକ ଖୁସି ଖବର। ଜାତିସଂଘର ଏକ ରିପୋର୍ଟ ଅନୁସାରେ, ଗତ ୧୫ ବର୍ଷ ମଧ୍ୟରେ ପ୍ରାୟ ୪୧ କୋଟି ୫ ଲକ୍ଷ ଭାରତୀୟ ଦରିଦ୍ରତାରୁ ମୁକୁଳି ପାରିଛନ୍ତି । ଅର୍ଥାତ୍ ସେମାନେ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି। ଗ୍ଲୋବାଲ୍ ମଲ୍ଟିଡାଇମେନସିଆଲ୍ ପୋଭାର୍ଟି ଇଣ୍ଡେକ୍ସ(MPI)ର ଆକଳନ ଅନୁସାରେ ଏହି ସଂଖ୍ୟା ପ୍ରକାଶ ପାଇଛି।

Advertisment

ଏଥିରେ ଦର୍ଶାଯାଇଛି ଯେ, ୨୦୦୫ରୁ ୨୦୨୧ ମଧ୍ୟରେ ବିଶ୍ୱର ୨୫ଟି ଦେଶ ଗତ ୧୫ ବର୍ଷ ମଧ୍ୟରେ ସେମାନଙ୍କର MPI ମୂଲ୍ୟକୁ ହ୍ରାସ କରିବାରେ ସଫଳ ହୋଇଛନ୍ତି । ଏହି ତାଲିକାରେ ଭାରତ ବ୍ୟତୀତ ଚୀନ, କାମ୍ବୋଡିଆ, କଙ୍ଗୋ, ହୋଣ୍ଡୁରସ୍, ଇଣ୍ଡୋନେସିଆ, ମରକ୍କୋ, ସର୍ବିୟା ଏବଂ ଭିଏତନାମା ମଧ୍ୟ ଏହି ସଂଖ୍ୟାକୁ ହ୍ରାସ କରିବାରେ ସଫଳ ହୋଇଛନ୍ତି ।

ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (UNDP) ଅନୁସାରେ, ୨୦୦୨ ରୁ ୨୦୨୨ ପର୍ଯ୍ୟନ୍ତ ବିଭିନ୍ନ ଦେଶକୁ ବିଭିନ୍ନ ଉପାୟରେ ବିଶ୍ଳେଷଣ କରାଯାଇଥିଲା। ତା’ ପରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଏହି ସମଗ୍ର ପ୍ରକ୍ରିୟାରେ ମୋଟ ୮୧ଟି ଦେଶକୁ ସାମିଲ କରାଯାଇଥିଲା। ଏଥିରେ ସେହି ଦେଶର ଅଧିବାସୀଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କେତେ ସୁବିଧା ରହିଛି, ତା’ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିଭଳି ଗୃହ, ପାନୀୟ ଜଳ ଏବଂ ବିଦ୍ୟୁତ୍ ଭଳି ସୁବିଧା ଉପରେ ପ୍ରାଧାନ୍ୟ ଦିଆଯାଇଥିଲା ।

Advertisment

ଏହି କ୍ଷେତ୍ରରେ ଭାରତର ରିପୋର୍ଟ କହୁଛି ଯେ, ୨୦୦୫/୨୦୦୬ ମସିହାରେ ଯେଉଁଠାରେ ୫୫% (ପ୍ରାୟ ୬୪.୪୫ କୋଟି) ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ, ୨୦୧୯/୨୦୨୧ ସୁଦ୍ଧା ଏହି ସଂଖ୍ୟା ୧୬% (୨୩କୋଟି) କୁ ହ୍ରାସ ପାଇଛି। ଏହି ଅନୁଯାୟୀ, ଭାରତରେ ୧୫ ବର୍ଷରେ ୪୧.୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ବାହାରି ଆସିଛନ୍ତି। ଯେଉଁଥିପାଇଁ ଦାରିଦ୍ର୍ୟ ସୂଚକାଙ୍କରେ ଭାରତର ପ୍ରଦର୍ଶନ ଉନ୍ନତ ହୋଇଛି।

ଏହା ବ୍ୟତୀତ ଜାତିସଂଘର ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ୨୦୦୫/୦୬ରୁ ୨୦୧୯/୨୧ ମଧ୍ୟରେ ଭାରତରେ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ଲୋକଙ୍କ ସଂଖ୍ୟା ୪୪%ରୁ ୧୨%କୁ ହ୍ରାସ ପାଇଛି। ସେହିପରି ଏହି ସମୟ ମଧ୍ୟରେ ଶିଶୁ ମୃତ୍ୟୁହାର ୪%ରୁ ହ୍ରାସ ପାଇ ୧.୫%ରେ ପହଞ୍ଚିଛି। ସବୁଠୁ ଗରିବ, ଯେଉଁମାନଙ୍କର ରୋଷେଇ ପାଇଁ କେବଳ କାଠକୁ ଜାଳେଣି ଭାବେ ବ୍ୟବହାର କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା, ସେମାନଙ୍କ ସଂଖ୍ୟା ୫୩% ରୁ ୧୪% କୁ ହ୍ରାସ ପାଇଛି । ଏଥି ସହିତ, ସ୍ୱଚ୍ଛତାରୁ ବଞ୍ଚିତ ଲୋକଙ୍କ ସଂଖ୍ୟା ୫୦%ରୁ ୧୧.୩% କୁ ହ୍ରାସ ପାଇଛି। ଏହି 15 ବର୍ଷରେ ପାନୀୟ ଜଳରୁ ବଞ୍ଚିତ ଲୋକଙ୍କ ସଂଖ୍ୟା ମଧ୍ୟ ୧୬% ରୁ ୩% କୁ ହ୍ରାସ ପାଇଛି।

United Nation UNDP