Delhi
ଦେଶର ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଯମୁନା ବିପଦ ସଙ୍କେତ ପାର କରିବା ପରେ ତଳିଆ ଅଞ୍ଚଳରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି। ମଙ୍ଗଳବାର ଯମୁନା ୨୦୫.୩୩ ମିଟର ଅତିକ୍ରମ କରିବା ପରେ ୧୦ ହଜାର ଲୋକ ବିସ୍ଥାପିତ ହୋଇଥିଲେ। ସନ୍ଧ୍ୟା ସୁଦ୍ଧା ଏହା ଆଉ ଗୋଟିଏ ମିଟର ବଢ଼ିଥିବା ବେଳେ ସ୍ଥିତିକୁ ଜଟିଳ କରିଥିଲା। ମଙ୍ଗଳବାର ୪ଟା ସୁଦ୍ଧା ଯମୁନା ୨୦୬ ମିଟର ଓ ରାତି ୧୦ଟା ବେଳକୁ ଏହା ୨୦୬.୪ ମିଟର ଅତିକ୍ରମ କରିଥିଲା।
ବୁଧବାର ମଧ୍ୟ ଯମୁନା ଫୁଲିବାରେ ଲାଗିଛି। ସକାଳ ୭ଟା ସୁଦ୍ଧା ଏହା ୨୦୬.୯ ମିଟର ଓ ଏହାର କିଛି ଘଣ୍ଟା ପରେ ନଦୀର ଜଳସ୍ତର ବିପଦ ଜନକ ଭାବେ ୨୦୭ ମିଟରକୁ ପାର କରାଯାଇଛି। ୬୩ ବର୍ଷ ମଧ୍ୟରେ ୪ର୍ଥ ଥର ପାଇଁ ଯମୁନା ନଦୀର ଜଳସ୍ତର ୨୦୭ ମିଟର ଅତିକ୍ରମ କରିଥିବାରୁ ବନ୍ୟା ସ୍ଥିତି ଜଟିଳ ହେବାର ଆଶଙ୍କା ପ୍ରକାଶ ପାଇଛି।
ଅଧିକାରୀମାନେ କହିଛନ୍ତି ଯେ ପୁରୁଣା ରେଳବାଇ ବ୍ରିଜକୁ ଉଭୟ ପାର୍ଶ୍ୱରୁ ସତର୍କତା ପଦକ୍ଷେପ ସ୍ୱରୂପ ବନ୍ଦ କରି ଦିଆଯାଇଛି। ଏବେ ବି ହରିୟାଣାର ହାତୀକୁଣ୍ଡ ବ୍ୟାରେଜରୁ ୧ ଲକ୍ଷ କ୍ୟୁସେସରୁ ଅଧିକ ଜଳ ନିଷ୍କାସିତ ହେଉଥିବା ବେଳେ ଆଗକୁ ଏହା ୨ ଲକ୍ଷ କ୍ୟୁସେସ ଜଳରେ ପହଞ୍ଚିବ। ତେଣୁ ଦିଲ୍ଲୀର ବନ୍ୟା ସ୍ଥିତିକୁ ଏହା ଆହୁରି ସାଂଘାତିକ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଜିଲ୍ଲା ମାଜିଷ୍ଟ୍ରେଟ ଅମୋଲ ଶ୍ରୀବାସ୍ତକଙ୍କ କହିବା କଥା ଯେ ନୋଡାଲ ଅଫିସର ସ୍ଥିତିକୁ ପରିଚାଳନା କରୁଛନ୍ତି। ତଳିଆ ଅଞ୍ଚଳରୁ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ୧୧ଟି ଡିଭିଜନର ୨୮ଟି ସ୍ଥାନରେ ଚିହ୍ନଟ ହୋଇଥିବା କ୍ୟାମ୍ପରେ ରଖାଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକ ଆଲର୍ଟରେ ରହିଛି। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଡାଇଭରସନ ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କୁ ପୁରୁଣା ରେଳବାଇ ବ୍ରିଜ ବ୍ୟବହାର ନ କରିବାକୁ କୁହାଯାଇଛି।
ଦିଲ୍ଲୀ ସରକାରଙ୍କ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ବିଭାଗର ତଥ୍ୟ ଅନୁସାରେ, ଗତ ୬୩ ବର୍ଷ ମଧ୍ୟରେ ଯମୁନା ୪୩ ଥର ୨୦୫ ମିଟର, ୧୪ ଥର ୨୦୬ ମିଟର ସଙ୍କେତକୁ ପାର କରିଥିଲା। କିନ୍ତୁ ୪ର୍ଥ ଥର ପାଇଁ ଯମୁନା ୨୦୭ ମିଟର ସଙ୍କେତ ପାର କରିଛି। ୨୦୨୩ରେ ଯମୁନା ସର୍ବକାଳୀନ ରେକର୍ଡ ୨୦୮.୬୬ ମିଟର ସଙ୍କେତକୁ ପାର କରିଥିଲା। ହେଲେ ଏବେ ଏହି ରେକର୍ଡକୁ ମଧ୍ୟ ଯମୁନା ପାର କରି ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Delhi_1756894964.jpg)