Advertisment

ବିରୋଧୀଙ୍କୁ ଏକଜୁଟ କରିବା ମିଶନରେ ନୀତୀଶ, କେଜ୍ରିୱାଲଙ୍କୁ ଭେଟି କେନ୍ଦ୍ର ଅଧ୍ୟାଦେଶକୁ ବିରୋଧ କଲେ

ନୀତୀଶଙ୍କ ସହିତ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଜେଡିୟୁ ନେତା ମନୋଜ ଝା, ଲାଲନ୍  ସିଂହ ଓ ସଞ୍ଜୟ ଝା ମଧ୍ୟ ଉପସ୍ଥିତ ଥିଲେ।

Bihar Chief Minister Nitish Kumar met Delhi Chief Minister Arvind Kejriwal today.

Bihar Chief Minister Nitish Kumar met Delhi Chief Minister Arvind Kejriwal today.

Advertisment

ବିରୋଧୀଙ୍କୁ ଏକଜୁଟ କରିବା ମିଶନରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଆଜି ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି।  ନୀତୀଶଙ୍କ ସହିତ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଜେଡିୟୁ ନେତା ମନୋଜ ଝା, ଲାଲନ୍  ସିଂହ ଓ ସଞ୍ଜୟ ଝା ମଧ୍ୟ ଉପସ୍ଥିତ ଥିଲେ।

Advertisment

କେଜ୍ରିୱାଲଙ୍କ ବାସଭବନରେ ଏହି ବୈଠକ ହୋଇଥିଲା। ଏହି  ସାକ୍ଷାତ ପରେ ନୀତୀଶ କୁମାର କେନ୍ଦ୍ର ସରକାରଙ୍କ ଦିଲ୍ଲୀ ଅଧ୍ୟାଦେଶକୁ ସମ୍ବିଧାନ ବିରୋଧୀ କହି ସମାଲୋଚନା କରିଛନ୍ତି। ଏଥିସହ ଏହି ପ୍ରସଙ୍ଗରେ କେଜ୍ରିୱାଲଙ୍କୁ ସମର୍ଥନ ଜଣାଇଛନ୍ତି। ସବୁ ବିରୋଧୀ ଦଳଙ୍କୁ ଏକଜୁଟ କରିବା ଲାଗି ସଆ ଉଦ୍ୟମ କରୁଥିବା ଓ ଅଧ୍ୟାଦେଶକୁ ବିରୋଧ କରିବାକୁ ଆହ୍ୱାନ ଦେଇଥିବା କହିଛନ୍ତି ନୀତିଶ।

ଶାସକ ବିଜେପି ବିରୋଧରେ ବୃହତ୍ତର ବିରୋଧୀ ଏକଜୁଟ ଲାଗି  ନୀତୀଶ କେଜ୍ରିୱାଲଙ୍କୁ ଭେଟିଥିଲେ।

Advertisment

ବୈଠକ ପରେ କେଜ୍ରିୱାଲ୍  କହିଥିଲେ ଯେ, ଦିଲ୍ଲୀ ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ତେବେ ଏହାକୁ ଠିକ୍‌ ୮ ଦିନ ପରେ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣି ପଙ୍ଗୁ କରିଦେଇଛନ୍ତି। ଲୋକେ ନିର୍ବାଚିତ କରିଥିବା ସରକାର ପଦକ୍ଷେପକୁ ଅଚଳ କରିଦିଆ ସହ ଉପରାଜ୍ୟପାଳଙ୍କ ହାତରେ ଦିଲ୍ଲୀ ଚଳାଇବା ଦାୟିତ୍ୱ ଦେଇଦିଆଯାଇଛି। ଏହା ସମ୍ବିଧାନ ବିରୋଧୀ। ଯଦି କେନ୍ଦ୍ର ସରକାର ଚିଠା ବା ବିଲ୍ ଭାବେ ଏହି ଅଧ୍ୟାଦେଶ ଆଗତ କରନ୍ତି ଏବଂ ଯଦି ସମସ୍ତ ଅଣ-ବିଜେପି ଦଳ ଏକଜୁଟ ହୁଅନ୍ତି ତେବେ ଚିଠାକୁ ରାଜ୍ୟସଭାରେ ନାକଚ କରିହେବ। ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ଏହାକୁ ବିଜେପିକୁ ଏକ ଚେତାବନୀ ହେବ।

Delhi Nitish Kumar Arabinda Kejriwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe