Advertisment

ସଦଗୁରୁଙ୍କୁ 'ସୁପ୍ରିମ୍' ଆଶ୍ୱସ୍ଥି; ମାଡ୍ରାସ ହାଇକୋର୍ଟ ଦେଇଥିବା ତଦନ୍ତ ନିର୍ଦ୍ଦେଶ ଖାରଜ

ଈଶା ଫାଉଣ୍ଡେସନରେ ପୁଲିସ ତଦନ୍ତ ସହ ତାଙ୍କ ବିରୁଦ୍ଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ।

author-image
Debibandita Barick
ଅଦ୍ୟତନ ହୋଇଛି
Sadhguru

Sadhguru

ସଦଗୁରୁ ଜାଗି ବାସୁଦେବଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ଥି। ଈଶା ଫାଉଣ୍ଡେସନରେ ପୁଲିସ ତଦନ୍ତ ସହ ତାଙ୍କ ବିରୁଦ୍ଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। 

Advertisment

କୋର୍ଟ କହିଛନ୍ତି ଯେ, ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଆଶ୍ରମରେ ତଦନ୍ତ କରିବା ସମ୍ପୂର୍ଣ୍ଣ ରୂପେ ଅନୁପଯୁକ୍ତ। ଆଶ୍ରମରେ ରହୁଥିବା ଝିଅମାନେ ସାବାଳକ। ସେମାନେ ନିଜ ଇଚ୍ଛା ଅନୁସାରେ ସେଠାରେ ରହୁଛନ୍ତୁ। ତେଣୁ ସଦଗୁରୁଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ପରବର୍ତ୍ତୀ ନ୍ୟାୟିକ ପ୍ରକ୍ରିୟା ହୋଇପାରିବ ନାହିଁ, କିମ୍ବା ତାଙ୍କ ଫାଉଣ୍ଡେସନରେ ତଦନ୍ତ କରାଯିବ ନାହିଁ। 

ପ୍ରକାଶ ଥାଉକି, ଜଣେ ଅବସରପ୍ରାପ୍ତ ପ୍ରଫେସର ଏସ କାମରାଜ ମାଡ୍ରାସ ହାଇକୋର୍ଟରେ ଈଶା ଫାଉଣ୍ଡେସନ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ତାଙ୍କ ଝିଅ ଲତା ଏବଂ ଗୀତାଙ୍କୁ ବିଭିନ୍ନ ପ୍ରକାର କଥାରେ ଭୁଲାଇ ସେମାନଙ୍କୁ ସଦଗୁରୁ ଜାଗି ବାସୁଦେବଙ୍କ କୋଏମ୍ବାଟୁର ଆଶ୍ରମରେ ବନ୍ଧକ ରଖାଯାଇଥିବା ସେ ଅଭିଯୋଗ କରିଥିଲେ।

Advertisment

ଏନେଇ ସେପ୍ଟେମ୍ବର ୩୦ରେ ମାଡ୍ରାସ ହାଇକୋର୍ଟ ଶୁଣାଣି କରି ତାମିଲନାଡୁ ପୁଲିସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରଦିନ ଅକ୍ଟୋବର ୧ରେ ୧୫୦ରୁ ଅଧିକ ପୁଲିସ ଆଶ୍ରମ ନିକଟରେ ପହଞ୍ଚି ଖାନତଲାସୀ ଆରମ୍ଭ କରିଥିଲେ। ଏହାକୁ ନେଇ ସଦଗୁରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ।

ସୁପ୍ରିକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଅକ୍ଟୋବର ୩ରେ ଶୁଣାଣି କରି ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଥିଲେ। ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ପୁଲିସ ଆଶ୍ରମରେ କୌଣସି ଯାଞ୍ଚ କରିପାରିବ ନାହିଁ ବୋଲି କହିଥିଲେ। ଆଜି ପ୍ରଧାନ ବିଚାରପତି ଶୁଣାଣି କରି ସମସ୍ତ ଅଭିଯୋଗକୁ ଖାରଜ କରି ଦେଇଛନ୍ତି। 

Supreme Court Sadhguru Isha Foundation