Advertisment

ଫିଲ୍ମ ଷ୍ଟାଇଲରେ ଆସିଲେ, ବିଚ୍‌ ରାସ୍ତାରୁ ଲୁଟିନେଲେ

ଲୁଟ ବେଳର ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଟାର୍ଗେଟ କରି ତାଙ୍କ ଇସ୍ତଫା ମାଗିଛନ୍ତି।

Loot

Loot

Advertisment

ଦେଶର ରାଜଧାନୀ ଦିଲ୍ଲୀର ବ୍ୟସ୍ତବହୁତ ପ୍ରଗତି ମୈଦାନ ଟନେଲରେ ହୋଇଛି ବଡ଼ ଧରଣର ଲୁଟ। କିଛି ମୁଖାପିନ୍ଧା ଯୁବକ ଫିଲ୍ମ ଷ୍ଟାଇଲରେ ଆସି ଗୋଟିଏ କାର୍‌କୁ ଅଟକାଇ ଲୁଟ କରିଛନ୍ତି। ଜଣେ ଡେଲିଭରୀ ଏଜେଣ୍ଟ ଓ ତାଙ୍କ ସହଯୋଗୀଙ୍କୁ ବନ୍ଧୁକ ଦେଖାଇ ସେମାନେ ନଗଦ ୨ ଲକ୍ଷ ଟଙ୍କା ନେଇ ଯାଇଛନ୍ତି। ଡେଲଭରୀ ଏଜେଣ୍ଟ ଗୁରୁଗ୍ରାମକୁ ଟଙ୍କା ଦେବାକୁ ଯାଉଥିବା ବେଳେ ଏପରି ଘଟଣା ଘଟିଛି। ପୂରା ଘଟଣା ସିସିଟିଭିରେ କଏଦ ମଧ୍ୟ ହୋଇଛି।

Advertisment

୧.୫ କିମିର ଏହି ଟନେଲଟି ଦିଲ୍ଲୀ ସହ ସରାଇ କାଲେ ଖାନ ଓ ନୋଏଡାକୁ ଯୋଡ଼ିଥାଏ। ହେଲେ ଏବେ ଟନେଲ ଭିତରେ ଲୁଟ ହୋଇଛି। ଲୁଟ ବେଳର ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଟାର୍ଗେଟ କରି ତାଙ୍କ ଇସ୍ତଫା ମାଗିଛନ୍ତି।

କେଜ୍ରିୱାଲ କହିଛନ୍ତି, “ଉପ ରାଜ୍ୟପାଳ ଇସ୍ତଫା ଦେବା ଦରକାର। ଦିଲ୍ଲୀବାସୀଙ୍କ ସୁରକ୍ଷା କରିପାରୁ ଥିବା ଲୋକ ପାଇଁ ସେ ପଦ ଛାଡ଼ି ଦେବା ଦରକାର। ଯଦି କେନ୍ଦ୍ର ସରକାର ଦିଲ୍ଲୀକୁ ସୁରକ୍ଷିତ ରଖିବାରେ ଅକ୍ଷମ, ତା’ହେଲେ ସେହି ଦାୟିତ୍ୱ ଆମକୁ ଦିଅନ୍ତୁ। ସହରର ଲୋକଙ୍କୁ କେମିତି ସୁରକ୍ଷିତ ରଖାଯାଏ, ଆମେ ସେକଥା କରି ଦେଖାଦେବୁ।”

Advertisment

ଲୁଟ ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀ ପୁଲିସ୍‌ର ଡେପୁଟି କମିଶନର ପ୍ରଣବ ତୟାଲ କହିଛନ୍ତି, “ଶନିବାର ଚାନ୍ଦିନଚୌକରେ ଥିବା ଓମିୟା ଏଣ୍ଟରପ୍ରାଇଜେସର ଡେଲିଭରୀ ଏଜେଣ୍ଟ ତିଲକ ମାର୍ଗ ପୁଲିସ୍‌ ଷ୍ଟେସନରେ ଲୁଟ ସମ୍ପର୍କରେ ଅଭିଯୋଗ କରିଛନ୍ତି। ସେ ଗୋଟିଏ ବ୍ୟାଗରେ ଟଙ୍କା ନେଇ ଗୁରୁଗ୍ରାମ ଯାଉଥିଲେ।

କାର୍‌ରେ ତାଙ୍କର ଜଣେ ବନ୍ଧୁ ମଧ୍ୟ ଥିଲେ। ସେମାନେ ଲାଲକିଲାରୁ ଓଲା କ୍ୟାବ ବୁକ କରି ରିଙ୍ଗ ରୋଡ ଦେଇ ଟନେଲ ଭିତରକୁ ଯାଇଥିଲେ। ଏହି ସମୟରେ ୪ ଜଣ ଲୋକ ବାଇକରେ ସେମାନଙ୍କ ପିଛା କରିବା ସହ ବାଙ୍କ ପାଖରେ ଗାଡ଼ିକୁ ଓଭର ଟେକ୍‌ କରି ବିଚ୍‌ ରାସ୍ତାରେ ଅଟକାଇ ଦେଇଥିଲେ। ଏହାପରେ ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ଯାଇଥିଲେ। ଉକ୍ତ ବ୍ୟାଗରେ ୨ ଲକ୍ଷ ଟଙ୍କା ଥିଲା ବୋଲି ଶ୍ରୀ ତୟାଲ ସୂଚନା ଦେଇଛନ୍ତି।

ଡେଲିଭରୀ ଏଜେଣ୍ଟଙ୍କ ଅଭିଯୋଗ ପରେ ପୁଲିସ୍‌ ଆଇପିସିର ଧାରା ୩୯୭ ଓ ୩୪ ଧାରାରେ ମାମଲା ରୁଜୁ କରିଛି। ସେହିପରି ପୁଲିସ୍‌ ଅଭିଯୋଗକାରୀ, ସଂସ୍ଥାର କର୍ମଚାରୀ ଓ କାର୍‌ରେ ଥିବା ବନ୍ଧୁଙ୍କୁ ମଧ୍ୟ ପଚରାଉଚରା କରୁଛି।

Delhi Loot Lottery
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe