Advertisment

ମୋଦିଙ୍କୁ ଫୋନ କଲେ ପୁଟିନ, କହିଲେ- ଭାରତ ଯିବେ ଆମ ବୈଦେଶିକ ମନ୍ତ୍ରୀ

ପୁଟିନ ନିଜର ଅକ୍ଷମତା ପ୍ରକାଶ କରି ମୋଦିଙ୍କୁ ଏ ବାବଦରେ ଆଗୁଆ ଜଣାଇ ଦେଇଛନ୍ତି।

author-image
Hemant Lenka
PM Modi

PM Modi

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେଇପାରିବେ ନାହିଁ ବୋଲି କହିଛନ୍ତି। ଆସନ୍ତା ୯ ଓ ୧୦ ତାରିଖ ଦିଲ୍ଲୀରେ ଜି-୨୦ ବୈଠକ ହେବ।

Advertisment

ଏଥିପାଇଁ ଜି-୨୦ ରାଷ୍ଟ୍ରର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ପୁଟିନ ନିଜର ଅକ୍ଷମତା ପ୍ରକାଶ କରି ମୋଦିଙ୍କୁ ଏ ବାବଦରେ ଆଗୁଆ ଜଣାଇ ଦେଇଛନ୍ତି। ସେ ନ ଆସିଲେ ମଧ୍ୟ ରୁଷର ବୈଦେଶିକ ମନ୍ତ୍ରୀ ସେରଗେୟ ଲାଭରୋଭ ଦିଲ୍ଲୀ ଆସି ସମ୍ମିଳନୀରେ ସାମିଲ ହେବେ ବୋଲି ପୁଟିନ ଫୋନରେ ମୋଦିଙ୍କୁ କହିଛନ୍ତି।

ଏ ସମ୍ପର୍କରେ ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଆହୁରି କୁହାଯାଇଛି ଯେ ଗତ ସପ୍ତାହରେ ବ୍ରିକ୍ସ ସମ୍ମିଳନୀ ବେଳେ ନେତାମାନେ ପରସ୍ପର ସହ ଦ୍ୱିପାକ୍ଷିକ,ଆଞ୍ଚଳିକ ଓ ବିଶ୍ୱର ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ମଧ୍ୟ କଥା ହୋଇଥିଲେ।

Advertisment

ପୁଟିନ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଲ କରି କିଛି ସମୟ ପାଇଁ କଥା ହୋଇଛନ୍ତି। ଏହି କଥାବାର୍ତ୍ତା ବେଳେ ପୁଟିନଙ୍କ ଭାରତ ନ ଆସିବା ସ୍ଥିତିକୁ ପ୍ରଧାନମନ୍ତ୍ରୀ ବୁଝିଛନ୍ତି। ଏଥିସହ ଜି-୨୦କୁ ଭାରତ ଅଧ୍ୟକ୍ଷତା କରୁଥିବା ବେଳେ ରୁଷର ସମର୍ଥନ ପାଇଁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ଦୁଇ ନେତା ସବୁ ବେଳେ ପରସ୍ପର ସହ ଯୋଗାଯୋଗରେ ରହିବେ ବୋଲି ଏକମତ ହୋଇଥିବା ପିଏମଓ ପକ୍ଷରୁ କୁହାଯାଇଛି।

ନିକଟରେ କ୍ରେମଲିନ ଦେଇଥିବା ବୟାନରୁ ସ୍ପଷ୍ଟ ହେଉଥିଲା ଯେ ପୁଟିନ ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବେ ନାହିଁ। ୟୁକ୍ରେନ ସହ ରୁଷ ଯୁଦ୍ଧ କରୁଥିବାରୁ ଅର୍ନ୍ତଜାତୀୟ ଅପରାଧୀ କୋର୍ଟ(ଆଇସିସି) ରାଷ୍ଟ୍ରପତି ପୁଟିନଙ୍କ ନାଁରେ ଗିରଫ ପରୱାନା ଜାରି କରିଛି। ତେଣୁ ବିଦେଶ ରାଷ୍ଟ୍ର ଗସ୍ତରେ ଆସିଲେ ତାଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି। ତେଣୁ ସେ ଭାରତ ଆସିବେ ନାହିଁ।

ନିକଟରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ପୁଟିନ ଯୋଗ ଦେଇନଥିଲେ। ତାଙ୍କ ବଦଳରେ ସେଠାରେ ରୁଷର ପ୍ରତିନିଧିତ୍ୱ ଦେଶର ବୈଦେଶିକ ମନ୍ତ୍ରୀ କରିଥିଲେ।

କ୍ରେମଲିନ ମୁଖପାତ୍ର ଡିମିରୀ ପେସକୋଭ କହିଥିଲେ, ପୁଟିନଙ୍କ ଅଂଶଗ୍ରହଣ ଯୋଜନା ପରବର୍ତ୍ତୀ ସମୟରେ ପ୍ରସ୍ତୁତ ହେବ। ଏବେ ଏହାର କୌଣସି ଯୋଜନା ନାହିଁ।

ବ୍ରିକ୍ସ ସମ୍ମିଳନୀରେ ପୁଟିନ ଇନ ପର୍ସନ ଯୋଗଦେଇ ନଥିଲେ ହେଁ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ। ତାଙ୍କ ବଦଳରେ ରୁଷର ବୈଦେଶିକ ମନ୍ତ୍ରୀ ସେରଗେୟ ଲାଭରୋଭ ଦକ୍ଷିଣ ଆଫ୍ରିକା ଯାଇଥିଲେ।

PM Modi G20 Summit Vladimir Putin G20 Meet