Advertisment

୪୦୦ ଟଙ୍କା ଦେବାକୁ କହିଲେ କ୍ୟାବ୍‌ ଡ୍ରାଇଭର, ଛୁରୀ ଭୁଷି ଦେଲା ନାବାଳକ

୪୦୦ ଟଙ୍କା ଭଡାକୁ ନେଇ ରକ୍ତାକ୍ତ ସଂଘର୍ଷ ଘଟିଛି। ପରେ ଜଣେ ୨୬ ବର୍ଷୀୟ କ୍ୟାବ ଡ୍ରାଇଭରଙ୍କୁ ଯାତ୍ରୀ ଏବଂ ତାଙ୍କ ସାଙ୍ଗମାନେ ମିଶି ଛୁରୀ ଭୁଷି ହତ୍ୟା କରିଛନ୍ତି।

author-image
Madhupriya Mistry
Cab Driver Stabbed to Death

Cab Driver Stabbed to Death

ମାତ୍ର ୪୦୦ ଟଙ୍କା ପାଇଁ ହେଲା ପାଟିତୁଣ୍ତ। କ୍ୟାବ୍‌ ଡ୍ରାଇଭରଙ୍କୁ ଭଡ଼ା ଦେବାକୁ ମଙ୍ଗିଲେନି ଗ୍ରାହକ। ଜୋରଦାର ଝଗଡ଼ା ହେବା ପରେ ଡ୍ରାଇଭରଙ୍କୁ ଛୁରୀ ଭୁଷି ଦେଲା ନାବାଳକ। ଫଳରେ କ୍ୟାବ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀରେ।

Advertisment

ଉତ୍ତର-ପୂର୍ବ ଦିଲ୍ଲୀର ସୋନିଆ ବିହାର ଅଞ୍ଚଳରେ ୪୦୦ ଟଙ୍କା ଭଡାକୁ ନେଇ ରକ୍ତାକ୍ତ ସଂଘର୍ଷ ଘଟିଛି। ପରେ ଜଣେ ୨୬ ବର୍ଷୀୟ କ୍ୟାବ ଡ୍ରାଇଭରଙ୍କୁ ଯାତ୍ରୀ ଏବଂ ତାଙ୍କ ସାଙ୍ଗମାନେ ମିଶି ଛୁରୀ ଭୁଷି ହତ୍ୟା କରିଛନ୍ତି। ଡିସେମ୍ବର ୧୮ ତାରିଖ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ପୁଲିସ କହିଛି।

ପୁଲିସ କହିବା ମୁତାବକ, ମୃତକ କ୍ୟାବ୍ ଡ୍ରାଇଭର ଜଣକ ହେଲେ ସନ୍ଦୀପ। ସେ ରାପିଡୋ ପାଇଁ ଟ୍ୟାକ୍ସି ଚଳାଉଥିଲେ। ତେବେ ୧୮ ତାରିଖ ବିଳମ୍ବିତ ରାତିରେ ସନ୍ଦୀପ ସୋନିଆ ବିହାର ପୁସ୍ତା ନିକଟରେ ରାସ୍ତା କଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ମୃତ୍ୟୁ ପୂର୍ବରୁ ସନ୍ଦୀପ ପୁଲିସକୁ କହିଥିଲେ, ସେ ନୋଏଡାରୁ ତିନିଜଣ ଯାତ୍ରୀ ଦୀପାଂଶୁ ଓରଫ ଅଶୁ, ରାହୁଲ ଏବଂ ମୟଙ୍କଙ୍କୁ ନିଜ କାର୍‌ରେ ଭଡ଼ାରେ ଆଣିଥିଲେ। ତେବେ ସୋନିଆ ବିହାରର ପୁସ୍ତା-୨ରେ ପହଞ୍ଚିବା ପରେ ତାଙ୍କ ଯାତ୍ରା ଶେଷ ହୋଇଥିଲା। ଏମାନଙ୍କ ଭଡା ବାବଦକୁ ୪୦୦ ଟଙ୍କା ହୋଇଥିଲା। ତିନି ଯାତ୍ରୀଙ୍କୁ ସେ ଟଙ୍କା ମାଗିଥିଲେ। କିନ୍ତୁ ଏହି ତିନି ଜଣ ଯାତ୍ରୀ ତାଙ୍କୁ ଟଙ୍କା ଦେବାକୁ ରାଜି ହୋଇନଥିଲେ। ଟଙ୍କା ବଦଳରେ ଓଲଟି ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ।

ତେବେ ଝଗଡ଼ା ବେଳେ ଏହି ତିନି ଯାତ୍ରୀଙ୍କ ଅନ୍ୟ ଜଣେ ସାଥୀ ନିଖିଲ ଓ ଜଣେ ନାବାଳକ ଆସି କ୍ୟାବ୍‌ ଡ୍ରାଇଭରଙ୍କ ଉପରକୁ ଛୁରୀରେ ଆକ୍ରମଣ କରିଥିଲେ। ସନ୍ଦୀପଙ୍କ ପେଟ ଓ ମୁଣ୍ଡରେ ଛୁରୀ ଭୁଷି ଦେଇଥିଲେ। ଏହାପରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ରାସ୍ତାକାଡ଼ରେ ଛାଡି ସମସ୍ତେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏବେବି ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ପୁଲିସ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରିଛି। ଅଭିଯୁକ୍ତ ଧରିବା ପାଇଁ ଚାରିଆଡେ ତଲାସି ଜାରି ରହିଛି।

Delhi Cab Driver Cab Driver Stabbed To Death