Advertisment

'ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କେଜ୍ରିଓ୍ୱାଲଙ୍କ PA ମୋତେ ମାଡ଼ ମାରିଛନ୍ତି'

ଦିଲ୍ଲୀ ପୁଲିସର ଏକ ଟିମ୍‌ ସିଏମ୍‌ କେଜ୍ରିୱାଲଙ୍କ ଘରେ ପହଞ୍ଚିଛି।

author-image
Madhupriya Mistry
swati-maliwal-accuses-arvind-kejriwal

swati-maliwal-accuses-arvind-kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ମୋ ସହ ମାର୍‌ପିଟ୍‌ ହୋଇଛି। କେଜ୍ରିଓ୍ୱାଲଙ୍କ ପିଏ ମୋତେ ମାଡ଼ ମାରିଛନ୍ତି। ଏଭଳି କିଛି ଗୁରୁତର ଅଭିଯୋଗ ଆଣିଛନ୍ତି ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ୱାଲ।

Advertisment

ଆଜି ସକାଳୁ ଦିଲ୍ଲୀ ସିଏମ୍‌ ହାଉସ୍‌ରେ ହଙ୍ଗାମା ହୋଇଛି। ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ PA ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। 

ମିଳିଥିବା ସୂଚନା ଅନୁଯାୟୀ ପ୍ରଥମେ ସ୍ୱାତୀ ପୁଲିସକୁ ଫୋନ କରିଥିଲେ। ଏହାପରେ ଦିଲ୍ଲୀ ପୁଲିସର ଏକ ଟିମ୍‌ ସିଏମ୍‌ କେଜ୍ରିୱାଲଙ୍କ ଘରେ ପହଞ୍ଚିଛି। କେଜ୍ରିଓ୍ୱାଲଙ୍କ ପିଏ ବୈଭବ କୁମାର ସିଏମ୍‌ ହାଉସ୍‌ ଭିତରେ ତାଙ୍କୁ ମାଡ଼ ମାରିଥିବା ପିସିଆର୍‌କୁ କଲ୍‌ କରି ସ୍ୱାତୀ ଜଣାଇଛନ୍ତି।

Advertisment

ଦିଲ୍ଲୀ ପୁଲିସ ସୂତ୍ର ଅନୁଯାୟୀ, ସ୍ୱାତୀ ମାଲିୱାଲ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୋତେ ତାଙ୍କ PA ବୈଭବଙ୍କ ଦ୍ୱାରା ମାଡ଼ ମାରିଛନ୍ତି। ସକାଳ ପ୍ରାୟ ୯ଟାରେ ପିସିଆର୍‌କୁ ଏଭଳି କିଛି କଲ୍‌ ଆସିଥିଲା। ତେବେ ଯେତେବେଳେ PCR ଘଟଣାସ୍ଥଳରେ ପହଞ୍ଚିଥିଲା, ​​ସେତେବେଳେ ସ୍ୱାତୀ ମାଲିୱାଲ ନଥିଲେ। ତେବେ PCRକୁ ସାଂସଦ ସ୍ୱାତୀଙ୍କ କଲ୍‌ ଆସିଥିଲା ନା ଏହା ଫେକ୍‌ କଲ୍‌ ଥିଲା ଏହାର ସତ୍ୟତା ଜାଣିବାକୁ ଦିଲ୍ଲୀ ପୁଲିସ ଚେଷ୍ଟା କରୁଛି।

Arvind Kejriwal AAP Swati Maliwal Delhi CM House