Advertisment

୧୦୦ ଘଣ୍ଟା ପୂରିଲା, ସରୁନି ଏନକାଉଣ୍ଟର

ପଞ୍ଚମ ଦିନରେ ପହଞ୍ଚିଛି ଜମ୍ମୁ-କାଶ୍ମୀରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ।

Representative Image

Representative Image

Advertisment

ଜମ୍ମୁ-କାଶ୍ମୀରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ପଞ୍ଚମ ଦିନରେ ପହଞ୍ଚିଛି। ଅପରେସନକୁ ୧୦୦ ଘଣ୍ଟା ବିତି ସାରିଥିଲେ ବି ଏବେ ମଧ୍ୟ ସୀମାରେ ଆତଙ୍କୀଙ୍କ ସହ ମୁହାଁମୁହିଁ ହେଉଛନ୍ତି ସୁରକ୍ଷାକର୍ମୀ। ବର୍ତ୍ତମାନ ସୁଦ୍ଧା ୬ ଜଣ ସୁରକ୍ଷାକର୍ମୀଙ୍କ ସମେତ ସେନା କୁକୁର କେଣ୍ଟ ଦେଶ ପାଇଁ ବଳିଦାନ ଦେଇ ସାରିଲେଣି।

Advertisment

ବୁଧବାରଠାରୁ ଆରମ୍ଭ ହୋଇଛି ଏହି ଏନକାଉଣ୍ଟର। ସୀମା ମଧ୍ୟକୁ ଆତଙ୍କୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିବା ସମୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏନେଇ ଖବର ପାଇ ପୁଲିସ ଓ ସେନା ମିଳିତ ଭାବେ ଅପରେସନ୍ କରିଥିଲେ। ଏଥିରେ ସେନା କୁକୁର କେଣ୍ଟ ମଧ୍ୟ ସାମିଲ ଥିଲା।

ଆତଙ୍କୀଙ୍କ ସହ ଲଢିବା ସମୟରେ ସେନାର ଦୁଇଜଣ ଏବଂ ଜଣେ ପୁଲିସ କର୍ମଚାରୀଙ୍କ ସମେତ ତିନିଜଣ ଅଧିକାରୀ ସହିଦ ହୋଇଛନ୍ତି। ସୁରକ୍ଷାକର୍ମୀ ମଧ୍ୟ ପାଲଟା ଯବାବ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୫ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିଛନ୍ତି। ଆତଙ୍କୀ ଲୁଚିଥିବା ସ୍ଥାନକୁ ଟାର୍ଗେଟ କରି ବିରତ୍ୱ ପ୍ରଦର୍ଶନ କରୁଛନ୍ତି। ଉନ୍ନତମାନର ଡ୍ରୋନ୍ ଏବଂ ବିସ୍ଫୋରକ ସହାୟତାରେ ଆତଙ୍କବାଦୀଙ୍କୁ ମୁହଁତୋଡ ଯବାବ ଦେଉଛନ୍ତି।

Advertisment

ଏହାରି ମଧ୍ୟରେ ୫ରୁ ଅଧିକ ଆତଙ୍କୀ ନିପାତ ହୋଇସାରି ଥିବାବେଳେ ଗତକାଲି ଆଉ ତିନି ଜଣଙ୍କୁ ନିପାତ କରିଛନ୍ତି ଭାରତୀୟ ସେନା। ଏଥିସହ ଦୁଇ ଜଣ ଆତଙ୍କୀଙ୍କୁ ଗିରଫ କରି ରଖିଛନ୍ତି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ କଡାକଡି କରାଯାଉଛି। 

Terrorist Attack Encounter In Jammu Kashmir Jammu Kashmir Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe