Advertisment

ବିଲକୁ ନେଇ ରାଜ୍ୟ-ରାଜ୍ୟପାଳ ବିବାଦ; କେନ୍ଦ୍ରକୁ ନୋଟିସ୍ ପଠାଇଲେ ସୁପ୍ରିମକୋର୍ଟ

ବିଧାନସଭାରେ ବହୁମତ ସହ ଏକାଧିକ ବିଲ୍ ପାରିତ ହୋଇଥିଲେ ବି ରାଜ୍ୟପାଳମାନେ ଅନୁମୋଦନ ଦେଉନଥିବା ଅଭିଯୋଗ କରି ଆସୁଛନ୍ତି କେଳ ଓ ପଶ୍ଚିମବଙ୍ଗ ସରାକର।

undefined

Supreme Court

Advertisment

କେରଳ ଓ ପଶ୍ଚିମବଙ୍ଗ ସରକାର ଏବଂ ସେମାନଙ୍କ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ପଠାଇଛନ୍ତି ସୁପ୍ରିମକୋର୍ଟ। ବିଧାନସଭାରେ ବିଲ୍ ପାରିତ ହେବା ସତ୍ତ୍ୱେ ରାଜ୍ୟପାଳ ଅନୁମୋଦନ ଦେଉନଥିବା ଅଭିଯୋଗ କରି ଏହି ଦୁଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

Advertisment

କେରଳ ଓ ପଶ୍ଚିମବଙ୍ଗ ସରକାରଙ୍କ ଅଭିଯୋଗ ହେଲା ଯେ, ବିଧାନସଭାରେ ବହୁମତ ସହ ଏକାଧିକ ବିଲ୍ ପାରିତ ହୋଇଛି। କିନ୍ତୁ ରାଜ୍ୟପାଳ ସେସବୁକୁ ଅନୁମୋଦନ ଦେଉନାହାନ୍ତି। ଫଳରେ ଏକାଧିକ ଜନ ହିତକର ଯୋଜନା କାର୍ଯ୍ୟକାରୀ ହୋଇ ପାରୁନାହିଁ। ତେଣୁ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଉ ବୋଲି ରାଜ୍ୟ ସରକାରମାନେ ଦାବି କରିଥିଲେ।

ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ବିଚାର କରିଛନ୍ତି। ଶୁଣାଣି ସମୟରେ ରାଜ୍ୟସରକାମାନଙ୍କ ପକ୍ଷରୁ ଲଢୁଥିବା ଓକିଲ, ରାଜ୍ୟପାଳମାନଙ୍କ ଏପରି କାର୍ଯ୍ୟକୁ ଘୋର ବିରୋଧ କରିଥିଲେ ଏବଂ ଏହା ସମ୍ବିଧାନ ବିରୋଧୀ ବୋଲି ଦର୍ଶାଇଥିଲେ। ଦୀର୍ଧ ଆଠ ମାସ ହେଲା ରାଜ୍ୟପାଳ ବିଲକୁ ଅନୁମୋଦନ ଦେଉନଥିବା ଆବେଦନକାରୀଙ୍କ ଓକିଲ ଅଭିଯୋଗ କରିଥିଲେ।

Advertisment

ଏହାପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ରାଜ୍ୟପାଳମାନଙ୍କ ଅତିରିକ୍ତ ମୁଖ୍ୟ ସଚିବମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ଏହାର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଆବେଦନକାରୀ ରାଜ୍ୟମାନଙ୍କୁ ମଧ୍ୟ ନୋଟିସ ଦାଖଲ କରିବାକୁ କହିଛନ୍ତି। 

Bills Pending Row States Vs Governors Row Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe