Advertisment

ମନ୍ଦିର ଉପରେ ଗଢ଼ାଯାଇଛି ଜ୍ଞାନବାପୀ ମସଜିଦ୍, ଏଏସଆଇ ପାଇଲା ପ୍ରମାଣ!

ବହୁ ଚର୍ଚ୍ଚିତ ଜ୍ଞାନବାପୀ ମସଜିଦ ମାମଲାରେ ଏଏସଆଇ ହାତରେ ଲାଗିଲା ପ୍ରମାଣ। ମସଜିଦରେ ରହିଛି ମନ୍ଦିରର ଖୋଦନ।

author-image
Debibandita Barick
ଅଦ୍ୟତନ ହୋଇଛି
Gyanvapi Mosque

Gyanvapi Mosque

ବହୁ ଚର୍ଚ୍ଚିତ ଜ୍ଞାନବାପୀ ମସଜିଦ ମାମଲାରେ ସାମ୍ନାକୁ ଆସିଲା ରୋଚକ ତଥ୍ୟ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେ(ଏଏସଆଇ) ବିଭାଗ ହାତରେ ଲାଗିଛି ନୂଆ ସୁରାକ। ହଜାର ହଜାର ବର୍ଷ ଧରି ମନ୍ଦିର ଉପରେ ହିଁ ମସଜିଦ ରହିଥିବାର ପ୍ରମାଣ ପାଇଛି ଏଏସଆଇ। ସର୍ଭେର ପ୍ରଥମ ଦିନରେ ମସଜିଦର କାନ୍ଥରେ ହିନ୍ଦୁ ମନ୍ଦିରର କିଛି ଚିହ୍ନର ଭିଡିଓ ରେକର୍ଡ କରାଯାଇଛି, ଯେଉଁଥିରେ ମନ୍ଦିର ଉପରେ ମସଜିଦ କରାଯାଇଥିବା ପ୍ରମାଣ ମିଳିଛି। 

Advertisment

ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଗତକାଲି ହିଁ ସର୍ଭେ ଆରମ୍ଭ କରିଥିଲା ଏଏସଆଇ। ବିଭାଗ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରି ଏହି ସର୍ଭେ କରିଥିଲା। ପ୍ରଥମ ଦିନରେ ୭ ଘଣ୍ଟା ଧରି ସର୍ଭେ କରାଯାଇଥିଲା। ଏହି ସମୟରେ ମସଜିଦର ଏକ ଭିଡିଓ ରେକର୍ଡ କରିଛନ୍ତି ତଦନ୍ତକାରୀ ଟିମ୍। ଜାରି କରାଯାଇଥିବା ଭିଡିଓ ଅନୁସାରେ, ମନ୍ଦିର ଉପରେ ମସଜିଦ ଗଢ଼ାଯାଇଛି ବୋଲି ପ୍ରମାଣ ମିଳିଛି। କାରଣ ମସଜିଦର କାନ୍ଥ ଏବଂ ଖମ୍ବରେ ତ୍ରିଶୂଳ, ସ୍ୱସ୍ତିକ ଚିହ୍ନ, ଘଣ୍ଟି ଏବଂ ଫୁଲ ପରି ପ୍ରତୀକ ଖୋଦିତ ହୋଇଛି। 

ନିର୍ମାଣ ଶୈଳୀ ଏବଂ ପ୍ରତ୍ୟେକ ଡିଜାଇନର ପ୍ରାଚୀନତା ରେକର୍ଡ କରାଯାଇଥିଲା। ଏଥିରେ ଗମ୍ବୁଜ ଏବଂ ସ୍ତମ୍ଭ ଉପରେ ଆବଦ୍ଧ ଗଠନଗୁଡ଼ିକ ଅନ୍ତର୍ଭୁକ୍ତ କରାଯାଇଥିଲା। ଜ୍ଞାନବାପୀ କମ୍ପ୍ଲେକ୍ସରେ ସର୍ଭେ ସମୟରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା କର୍ତ୍ତୃପକ୍ଷଙ୍କ ପକ୍ଷରୁ ବହୁ ସଂଖ୍ୟକ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ। ଏଏସଆଇ ଟିମ୍ ୩୭ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଥିଲା। ପରେ ଆଇଆଇଟିର ବିଶେଷଜ୍ଞ ଟିମ୍ ସାମିଲ୍ ହେବା ପରେ ସର୍ଭେ ସଦସ୍ୟଙ୍କ ସଂଖ୍ୟା ୪୧ ରହିଛି। ଏହି ୪୧ ସଦସ୍ୟ ୪ଟି ଟିମ୍ ଗଠନ କରି ମସଜିଦ କମ୍ପ୍ଲେକ୍ସରେ ଅନୁଧ୍ୟାନ କରୁଛନ୍ତି।

Advertisment

ଆଜି ମଧ୍ୟ ସର୍ଭେ ଆରମ୍ଭ ହୋଇଛି। ମୁସଲିମ ପକ୍ଷରୁ ଏହି ସର୍ଭେ ଆରମ୍ଭ କରାଯାଇଛି ଏବଂ ସେମାନେ ଏଥିରେ ସହଯୋଗ କରିବେ ବୋଲି କହିଛନ୍ତି। ଦ୍ୱିତୀୟ ଦିନର ସର୍ଭେ ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨.୩୦ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ଅପରାହ୍ନ ୨.୩୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। 

ଦୀର୍ଘ ଦିନ ଧରି ଉତ୍ତର ପ୍ରଦେଶ ବାରଣାସୀରେ ଥିବା ଜ୍ଞାନବାପୀ ମସଜିଦକୁ ନେଇ ବିବାଦ ଲାଗିରହିଛି। ମସଜିଦ ହିନ୍ଦୁ ଦେବାଦେବୀଙ୍କ ମନ୍ଦିର ଉପରେ ଗଢା ଯାଇଥିବା ଦାବି କରିଆସୁଛନ୍ତି ହିନ୍ଦୁ ପକ୍ଷ। ଏନେଇ ବାରଣାସୀ କୋର୍ଟ ତଦନ୍ତ ଦାୟିତ୍ୱ ଏଏସଆଇକୁ ହସ୍ତାନ୍ତର କରିଥିଲେ। ମାତ୍ର ଏଏସଆଇ ତଦନ୍ତ କଲେ ମସଜିଦକୁ କ୍ଷତି ପହଞ୍ଚିବ ଆଦି ଅଭିଯୋଗ କରି ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଅଞ୍ଜୁମା ଇନ୍ତେଜାମିଆ ମସଜିଦ କମିଟି। ହାଇକୋର୍ଟ ବାରଣାସୀ କୋର୍ଟଙ୍କ ରାୟକୁ କାଏମ୍ ରଖିଥିବା ବେଳେ ଗତକାଲି ତଦନ୍ତ ନେଇ ଅନୁମତି ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ମସଜିଦକୁ କୌଣସି କ୍ଷତି ନପହଞ୍ଚାଇ ବିନା ଖନନରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ପରେ ଗତକାଲି ସର୍ଭେ ଆରମ୍ଭ କରିଥିଲା ଏଏସଆଇ।  

ASI Gyanvapi Mosque Survey Gyanvapi Mosque Barnashi Gyanvapi Mosque