Advertisment

ଭଉଣୀର ପ୍ରେମ ବିବାହକୁ ବିରୋଧ, ଭିଣେଇଙ୍କୁ ହାଣି ହତ୍ୟା

ପୁଲିସ ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

Dead Body

Dead Body

Advertisment

ସହି ପାରିଲେନି ଭଉଣୀର ପ୍ରେମ ବିବାହ। ରାଗିଗଲେ ଭାଇ। ରାଗରେ ନିଜ ଭିଣେଇକୁ ହାଣି ହତ୍ୟା କଲେ। ଏଭଳି ଏକ ଅନର୍‌କିଲିଂ ଘଟଣା ଘଟିଛି ହରିୟାଣାରେ। ଏହି ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି।

Advertisment

ହରିୟାଣାର ଯମୁନାନଗରରେ ନିଜ ଭଉଣୀର ପ୍ରେମ ବିବାହକୁ ବିରୋଧ କରି ତାଙ୍କ ଭାଇମାନେ ଭିଣେଇଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୃତ ବ୍ୟକ୍ତି ଜଣକ ଅଭିଷେକ ବୋଲି ପୁଲିସ ଚିହ୍ନଟ କରିଛି।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଅଭିଷେକ ଏବଂ ରିଷୁ ପରସ୍ପରକୁ ଭଲ ପାଉଥିଲେ। ଉଭୟ ଏକ ବର୍ଷ ପୂର୍ବେ ବିବାହ କରିଥିଲେ। ହେଲେ ଏମାନଙ୍କ ବିବାହକୁ କିନ୍ତୁ ପରିବାର ଲୋକେ ବିରୋଧ କରୁଥିଲେ। ବିଶେଷ କରି ରିଷୁଙ୍କ ଭାଇମାନେ ଏହି ବିବାହକୁ ଗ୍ରହଣ କରୁନଥିଲେ। ଗତ ଏକ ବର୍ଷ ହେଲା ରିଷୁ ଓ ଅଭିଷେକ ଜିରକପୁରରେ ରହୁଥିଲେ। ତେବେ ରବିବାର ଦିନ ଅଭିଷେକ ନିଜର ଜଣେ ସମ୍ପର୍କୀୟଙ୍କ ବିବାହ ସମାରୋହରେ ଯୋଗ ଦେବା ପାଇଁ ଯମୁନାନଗର ଆସିଥିଲେ।

Advertisment

ରିଷୁର ଭାଇମାନେ ଅଭିଷେକ ଆସିଥିବା ଜାଣିବା ପରେ ନିଜର କିଛି ସାଙ୍ଗମାନଙ୍କ ସହ ମିଶି ତାଙ୍କୁ ଭେଟିବାକୁ ଯାଇଥିଲେ। ଏହାପରେ ଅଭିଷେକଙ୍କ ଉପରେ ସେମାନେ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ଅଭିଷେକଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର କିଛି ସାଙ୍ଗମାନେ ଗୁରୁତର ଆହତ ହୋଇଛନ୍ତି।

ଏହି ମାମଲାରେ ଯମୁନାନଗର ସିଟି SHO ଜଗଦୀଶ ଚନ୍ଦ୍ର କହିଛନ୍ତି ଯେ ରିଷୁଙ୍କ ଭାଇ ତାଙ୍କ ବିବାହକୁ ବିରୋଧ କରୁଥିଲେ ବୋଲି ତଦନ୍ତରୁ ଜଣାପଡିଛି। ପୋଲିସ ବର୍ତ୍ତମାନ ଏହି ମାମଲାର ଯାଞ୍ଚ ଜାରି ରଖିଛି। ଯଦି ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ସାମ୍ନାକୁ ଆସେ, ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Honor Killing Hariyana Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe