Advertisment

LETର ଟପ୍‌ କମାଣ୍ଡର ସଫା, ସହାୟତା କଲା ବିସ୍କୁଟ

ଦୀର୍ଘ ୯ ଘଣ୍ଟା ଧରି ଏହି ଅପରେସନ୍‌ ଚାଲିଥିଲା।

LET Commander Encounter

LET Commander Encounter

Advertisment

ଜମ୍ମୁ-କଶ୍ମୀରରେ ମିଳିଲା ସେନାକୁ ବଡ଼ ସଫଳତା। ସିଆର୍‌ପିଏଫ୍‌ ଏବଂ ଜମ୍ମୁ-କଶ୍ମୀର ପୁଲିସ ଶନିବାର ଶ୍ରୀନଗରସ୍ଥିତ ଖାନ୍‌ୟାର ଅଞ୍ଚଳରେ ଦିନ ତମାମ ଏକ ମିଳିତ ଅପରେଶନ୍‌ରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି)ର ଟପ୍‌ କମାଣ୍ଡର ଉସ୍‌ମାନ୍‌ଙ୍କୁ ନିପାତ କରିଥିଲେ। ଏଥିସହ ଏନ୍‌କାଉଣ୍ଟରରେ ଆଉ ଦୁଇ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ। ତେବେ ଏହି ଅପରେସନ୍ ସେନାକୁ ବଡ଼ ସହାୟତା କରିଥିଲା ବିସ୍କୁଟ୍‌।

Advertisment

ବରିଷ୍ଟ ଅଧିକାରୀମାନେ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବାର କମାଣ୍ଡର ଉସ୍‌ମାନ ବିରୋଧରେ କରାଯାଇଥିବା ଅପରେସ୍‌ରେ ବେଶ୍‌ ଯତ୍ନବାନ ଥିଲେ। ବୁଲା କୁକୁରମାନେ ଯେପରି ଏହି ଅପରେସନ୍‌ରେ ବାଧା ସୃଷ୍ଟି ନ କରନ୍ତି ସେଥିପାଇଁ ସେମାନେ ବିସ୍କୁଟର ସାହାଯ୍ୟ ନେଇଥିଲେ।

ଦୀର୍ଘ ୯ ଘଣ୍ଟା ଧରି ଏହି ଅପରେସନ୍‌ ଚାଲିଥିଲା। ବୁଲା କୁକୁରମାନେ ଯବାନଙ୍କୁ ଦେଖି ଭୁକିପାରନ୍ତି ବୋଲି ଅନୁମାନ କରି ସେମାନଙ୍କୁ ଶାନ୍ତ କରିବା ପାଇଁ ବିସ୍କୁଟ୍‌ ଖାଇବାକୁ ଦିଆଯାଇଥିଲା। କୁକୁର ବିସ୍କୁଟ୍‌ ଖାଉଥିବାବେଳେ ଯବାନମାନେ ପ୍ରାୟ ୩୦ଟି ଘରକୁ ଘେରିଯାଇ ଅପରେସନ୍‌ ଚଳାଇଥିଲେ ଏବଂ ଶେଷରେ ସଫଳ ହୋଇଥିଲେ। ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ।

Advertisment

ଉସମାନ ଜଣେ କୁଖ୍ୟାତ ଆତଙ୍କବାଦୀ ଥିଲା। ୨୦୦୦ ମସିହାରୁ ଜମ୍ମୁ କଶ୍ମୀରରେ ସକ୍ରିୟ ଥିଲା। ସେ ଉପତ୍ୟକା ଅଞ୍ଚଳକୁ ଭଲଭାବେ ଜାଣିଥିଲା। ସେ ଘାଟିରେ ଘଟିଥିବା ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲା। ତେବେ ପାକିସ୍ତାନରେ କିଛି ସମୟ ବିତାଇବା ପରେ ୨୦୧୬-୧୭ ମସିହାରେ ପୁଣି ଜମ୍ମୁ-କଶ୍ମୀରରେ ସେ ଅନୁପ୍ରବେଶ କରିଥିଲା। ଗତ ବର୍ଷ ପୁଲିସ ସବ୍-ଇନ୍ସପେକ୍ଟର ମସରୁର ୱାନୀଙ୍କୁ ଗୁଳି କରି ହତ୍ୟା କରିବା ମାମଲାରେ ସେ ମଧ୍ୟ ସମ୍ପୃକ୍ତ ଥିଲା।

Jammu And Kashmir Khanyar Encounter Biscuits
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe