Advertisment

ସୁନା ମାଗୁଥିଲେ ଶାଶୁ ଘର ଲୋକ, ସମୟ ମାଗିଥିଲେ ବାପା: କିନ୍ତୁ ନବବଧୂଙ୍କୁ ମାରି ଟାଙ୍ଗିଦେଲେ

ଶାଶୁ ଘର ଲୋକ ସୁନା ଚେନ ମାଗୁଥିବା ବେଳେ ଏଥିପାଇଁ ଜାଗୋ ଯାଦବ କିଛି ସମୟ ମାଗିଥିଲେ। କିନ୍ତୁ କୁମାରୀଙ୍କ ଶାଶୁ ଘର ଲୋକ ସମୟ ଦେବାକୁ ରାଜି ହୋଇ ନଥିଲେ।

Father

Father

Advertisment

ପୁଣି ଯୌତୁକ ଯୋଗୁ ବଧୂହତ୍ୟା । ସୁନା ପାଇଁ ଶାଶୁ ଘର ଲୋକ ନବବଧୂଙ୍କୁ ହତ୍ୟା କରିଥିବା ଅଭିଯୋଗ। ହତ୍ୟା କରିବା ପରେ ବେକରେ ବେଡସିଟ ବାନ୍ଧି ଟାଙ୍ଗି ଦେଲେ ଶାଶୁ ଘର ଲୋକ। ଏଭଳି ସାଂଘାତିକ ଅଭିଯୋଗ ବିହାରର ଖାଗରିଆ ଜିଲ୍ଲାର ବରଖାଣ୍ଡି ଟୋଲା ଗାଁରୁ ଆସିଛି। ୨୦ ବର୍ଷୀୟ ଡିସି କୁମାରୀଙ୍କୁ ତାଙ୍କ ଶାଶୁ ଘର ଲୋକ ଯୌତୁକ ପାଇଁ ମାରି ଦେଇଥିବା ଅଭିଯୋଗ ହୋଇଛି। ଶାଶୁ ଘର ଲୋକ ସୁନା ମାଗି ବିଫଳ ହେବାରୁ ଏପରି କାଣ୍ଡ ଘଟାଇଥିବା କୁହାଯାଉଛି।

Advertisment

୨୦ ବର୍ଷୀୟ କୁମାରୀ ବର୍ଷକ ତଳେ ବିଭୀଷଣ ଯାଦବଙ୍କୁ ବିବାହ କରିଥିଲେ। ହେଲେ ବାହା ଘର ପର ଠାରୁ ଯୌତୁକ ପାଇଁ କୁମାରୀଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁ ଘର ନିୟମିତ ନିର୍ଯାତନା ଦେଇ ଆସୁଥିଲେ। ଝିଅ ପ୍ରତି ହେଉଥିବା ଅନ୍ୟାୟ ସମ୍ପର୍କରେ ମୁଙ୍ଗେରରେ ରହୁଥିବା ବାପା ଜଗୋ ଯାଦବ ଗଣମାଧ୍ୟମ ଆଗରେ କୋହ ଭରା କଣ୍ଠରେ କହିଛନ୍ତି।

ଶାଶୁ ଘର ଲୋକ ସୁନା ଚେନ ମାଗୁଥିବା ବେଳେ ଏଥିପାଇଁ ଜାଗୋ ଯାଦବ କିଛି ସମୟ ମାଗିଥିଲେ। କିନ୍ତୁ କୁମାରୀଙ୍କ ଶାଶୁ ଘର ଲୋକ ସମୟ ଦେବାକୁ ରାଜି ହୋଇ ନଥିଲେ। ଜଗୋ ଯାଦବ କହିଛନ୍ତି, “ସୁନା ଚେନ ଯୋଗାଡ଼ କରିବାକୁ ମୁଁ ୨ ମାସ ସମୟ ମାଗିଥିଲି। ହେଲେ ସେମାନେ ମୋ ଝିଅକୁ ମାରିଦେଲେ।”

Advertisment

ସୁନା ଚେନ ନ ମିଳିଲେ ଶାଶୁ ଘର ଲୋକ କୁମାରୀଙ୍କୁ ହତ୍ୟା କରିବାର ଧମକ ଦେଇଥିବା ଆଉ ଜଣେ ସମ୍ପର୍କୀୟ କହିଛନ୍ତି। କୁମାରୀଙ୍କ ସ୍ୱାମୀ ଚାଷ କାମ କରନ୍ତି। କିନ୍ତୁ କିଛି ମାସ ହେଲା ସେ ଗଞ୍ଜେଇ ଓ ମଦ ବ୍ୟବସାୟ ଆରମ୍ଭ କରିଥିଲେ। ବିହାରରେ ମଦ ବ୍ୟାନ ହୋଇଥିଲେ ହେଁ ସେ ବେଆଇନ ଭାବେ ଏପରି କାମ କରୁଥିଲେ।

କୁମାରୀଙ୍କ ଭାଇ କହିଛନ୍ତି ଯେ “ପ୍ରଥମେ ସେମାନେ ମୋ ଭଉଣୀଙ୍କୁ ପିଟିପିଟି ମାରି ଦେଇଥିଲେ। ଏହାପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ତା’ ବେକରେ ବେଡ ସିଟ ବାନ୍ଧି ଝୁଲାଇ ଦେଇଥିଲେ। କୁମାରୀ ଶରୀରରେ ଏକାଧିକ କ୍ଷତ ଚିହ୍ନ ମଧ୍ୟ ରହିଛି। ବାହାଘର ବେଳେ ଓ ଏହାପରେ ଆମେ ଆମର ସକ୍ଷମ ଅନୁସାରେ ସବୁ କିଛି ଦେଇଥିଲୁ।

କିନ୍ତୁ ସେମାନେ ସୁନା ଚେନ ଓ ଗୋଟିଏ ଗାଡ଼ି ମାଗୁଥିଲେ। ମୁଁ ଦୁଇ ମାସ ତଳେ ବିବାହ କରିଥିଲି। ଏଥିପାଇଁ ସେମାନେ ଆମ ଠାରୁ ସୁନା ଚେନ ଚାହୁଁଥିଲେ। ଏବେ ବାହାଘର ହୋଇଥିବାରୁ ପ୍ରବଳ ଖର୍ଚ୍ଚ ହୋଇଥିଲା। ସୁନା ଚେନ ପାଇଁ ଆମେ ସେମାନଙ୍କୁ ୨ ମାସ ସମୟ ମାଗିଥିଲୁ। ଆମେ ସମୟ ମାଗିବାରୁ ସେମାନେ କୁମାରୀକୁ ମାରି ଦେଇଛନ୍ତି।”

ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ କୁମାରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Dowry Death Dowry Harassment Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe