Advertisment

ପାୱାର ବନାମ ପାୱାର: କାହା ପାଖରେ କେତେ ବିଧାୟକ?

ଦାଦା ଶରଦ ପାୱାର ତାଙ୍କୁ ଏନସିପିରୁ ବିଦା କରିଛନ୍ତି। ହେଲେ ସେ ନିଜକୁ ପ୍ରକୃତ ଏନସିପି ନେତା ବୋଲି କହି ଦଳ ଉପରେ ନିଜର ଅଧିକାର ଜାହିର କରିଛନ୍ତି। ଏହାକୁ ନେଇ ପାୱାର ବନାମ ପାୱାର ତଥା ଦାଦା ବନାମ ପୁତୁରା କଳି ତୀବ୍ର ହୋଇଛି।

author-image
Hemant Lenka
NCP

NCP

ଏନସିପି ନେତା ଅଜିତ ପାୱାର ଓ ଦଳର ପ୍ରତିଷ୍ଠାତା ଶରଦ ପାୱାରଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ ଆରମ୍ଭ ହୋଇଯାଇଛି। ପୁତୁରା ଅଜିତ ପାୱାର ସମସ୍ତଙ୍କୁ ଚକିତ କରି ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି-ସିନ୍ଦେ ସରକାରଙ୍କୁ ସମର୍ଥନ କରିଛନ୍ତି।

Advertisment

ଏଥିପାଇଁ ଦାଦା ଶରଦ ପାୱାର ତାଙ୍କୁ ଏନସିପିରୁ ବିଦା କରିଛନ୍ତି। ହେଲେ ସେ ନିଜକୁ ପ୍ରକୃତ ଏନସିପି ନେତା ବୋଲି କହି ଦଳ ଉପରେ ନିଜର ଅଧିକାର ଜାହିର କରିଛନ୍ତି। ଏହାକୁ ନେଇ ପାୱାର ବନାମ ପାୱାର ତଥା ଦାଦା ବନାମ ପୁତୁରା କଳି ତୀବ୍ର ହୋଇଛି।

ଅଜିତ ପାୱାର ସରକାରଙ୍କୁ ସମର୍ଥନ କରିବା ପରେ ଏନସିପିର ମୋଟ ୫୩ ବିଧାୟକଙ୍କୁ ମଧ୍ୟରୁ ୪୦ ଜଣ ତାଙ୍କ ସହ ରହିଥିବା ଦାବି କରିଛନ୍ତି। ସେ ରବିବାର ୮ ଜଣ ବିଧାୟକଙ୍କୁ ଧରି ସରକାରରେ ସାମିଲ ହୋଇଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାକୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ପ୍ରକୃତରେ କେତେ ବିଧାୟକ ତାଙ୍କ ସହ ରହିଛନ୍ତି, ସେକଥା ସେ ଠୋସ ପ୍ରମାଣ ସହ ଉପସ୍ଥାପନ କରି ପାରି ନାହାନ୍ତି।

Advertisment

ରିପୋର୍ଟରେ ଦାବି କରାଯାଇଛି ଯେ ଅଜିତ ପାୱାର ରାଜ୍ୟପାଳଙ୍କୁ ଦେଇଥିବା ଚିଠିରେ ୪୦ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି ବୋଲି ଦାବି କରିଥିଲେ। ଏଥିସହ ସେ ବିଧାୟକମାନଙ୍କ ଦସ୍ତଖତ ଥିବା ସମର୍ଥନ ପତ୍ର ମଧ୍ୟ ରାଜ୍ୟପାଳଙ୍କୁ ଦେଇଛନ୍ତି। ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଅନେକ ବିଧାୟକ ନିଜ ଅଜାଣତରେ ସାଦା କାଗଜରେ ଦସ୍ତଖତ କରିଥିବା କହିଛନ୍ତି, ଯାହା ଅଜିତ ପାୱାରଙ୍କ ଚିନ୍ତା ବଢ଼ାଇଛି।

ଅଜିତ ପାୱାରଙ୍କ ଭଳି ଶରଦ ପାୱାର ମଧ୍ୟ ତାଙ୍କ ସହ ଏନସିପିର କେତେ ଜଣ ବିଧାୟକ, ସେକଥା ସ୍ପଷ୍ଟ କରିବାକୁ ସକ୍ଷମ ହୋଇନାହାନ୍ତି। କିଛି ବିଧାୟକ ଓ ନେତା ଟ୍ୱିଟର୍‌ରେ ସେମାନେ ସିନିୟର ପାୱାରଙ୍କ ସହ ରହିଥିବା ଦାବି କରିଛନ୍ତି।

ଅଜିତ ପାୱାରଙ୍କ ଶପଥ ପାଠ ଉତ୍ସବରେ ଯୋଗ ଦେଇଥିବା ଦୁଇ ବିଧାୟକ ମାକରଣ୍ଡ ପାଟିଲ ଓ ବାଲାସାହେବ ପାଟିଲ ଏବେ ଶରଦ ପାୱାରଙ୍କ ପାଖକୁ ଫେରି ଆସିଛନ୍ତି। ସାଂସଦ ଅମୋଲ କୋଲହେ ମଧ୍ୟ ଶରଦ ପାୱାରଙ୍କ ପାଖକୁ ଆସିବେ ବୋଲି କହିଛନ୍ତି।

ଏମାନଙ୍କ ବ୍ୟତୀତ ଶରଦ ପାୱାଙ୍କ ସହ ଫଟୋ ପୋଷ୍ଟ କରି ଅନେକ ନେତା ମଧ୍ୟ ତାଙ୍କ ସହ ରହିଛନ୍ତି ବୋଲି କହିଛନ୍ତି। ଏମାନଙ୍କ ମଧ୍ୟରେ ଅନୀଲ ଦେଶମୁଖ, ଜିତେନ୍ଦ୍ର ଅୱାଧ, ଜୟନ୍ତ ପାଟିଲ, ରୋହିତ ପାୱାର, ସନ୍ଦୀପ କେ ଓ ପ୍ରଜାକତ ପ୍ରସାଦରାଓ ପ୍ରମୁଖ ରହିଛନ୍ତି। ଏତେ ସବୁ ନେତାଙ୍କ ସମର୍ଥନ ସତ୍ତ୍ୱେ ଶରଦ ପାୱାର ଏଯାଏ କେତେ ବିଧାୟକ ତାଙ୍କ ସହ ରହିଛନ୍ତି, ସେକଥା କହି ନାହାନ୍ତି।

Sharad Pawar NCP Ajit Pawar