Advertisment

ଜେଏନୟୁ ସପକ୍ଷରେ ଟାଟା ଇନଷ୍ଟିଚ୍ୟୁଟ, ବିବିସି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କରିବାକୁ ନିଷ୍ପତ୍ତି

ଆକ୍ରମଣର ଶିକାର ହୋଇଥିବା ଜେଏନ୍‌ୟୁ ଶିକ୍ଷାର୍ଥୀଙ୍କ ସମର୍ଥନରେ ଟିଆଇଏସଏସ ଛାତ୍ର ସଂଗଠନ ବିବିସି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ଆସନ୍ତା ଶନିବାର କରିବାକୁ ଘୋଷଣା କରିଛି।

author-image
Hemant Lenka
JNU

JNU

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସି ତିଆରି କରିଥିବା ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ଲାଗି ରହିଛି। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଛବିକୁ ମଳିନ କରୁଥିବାରୁ ଭାରତ ସରକାର ଡକ୍ୟୁମେଣ୍ଟାରୀ ଉପରେ ବ୍ୟାନ ଲଗାଇଛନ୍ତି। ହେଲେ ଏବେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କରାଯାଉଛି।

Advertisment

ଏହି ତାଲିକାରେ ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (ଟିଆଇଏସଏସ) ଯୋଡ଼ି ହୋଇଯାଇଛି। ଜେଏନୟୁରେ ବିବିସି ଡକ୍ୟୁମେଣ୍ଟାରୀକୁ ପ୍ରଦର୍ଶିତ କରାଯିବାରୁ ଏହାକୁ ଜୋରଦାର ବିରୋଧ କରାଯାଇଥିଲା। ଏପରି କି ଡକ୍ୟୁମେଣ୍ଟାରୀକୁ ଦେଖୁଥିବା ପିଲାମାନଙ୍କ ଉପରକୁ ପଥର ମାଡ଼ ହୋଇଥିଲା। ଆକ୍ରମଣର ଶିକାର ହୋଇଥିବା ଜେଏନ୍‌ୟୁ ଶିକ୍ଷାର୍ଥୀଙ୍କ ସମର୍ଥନରେ ଟିଆଇଏସଏସ ଛାତ୍ର ସଂଗଠନ ବିବିସି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ଆସନ୍ତା ଶନିବାର କରିବାକୁ ଘୋଷଣା କରିଛି।

ମୁମ୍ବାଇ ଟିଆଇଏସଏସର ପ୍ରୋଗ୍ରେସିଭ ଷ୍ଟୁଡେଣ୍ଟ ଫୋରମ (ପିଏସ୍‌ଏଫ) ପକ୍ଷରୁ କୁହାଯାଇଛି ଯେ ବିବିସି ଡକ୍ୟୁମେଣ୍ଟାରୀ ବିରୋଧରେ ସରକାର ନେଇଥିବା ପଦକ୍ଷେପକୁ ବିରୋଧ କରି ପ୍ରତିକାତ୍ମକ ବିକ୍ଷୋଭର ଅଂଶବିଶେଷ ଭାବେ ଏହାର ସ୍କ୍ରିନିଂ କରାଯିବ। ସେହିପରି ଡକ୍ୟୁମେଣ୍ଟାରୀ ବିରୋଧରେ ବିଭିନ୍ନ କଲେଜ କ୍ୟାମ୍ପସରେ ହୋଇଥିବା ଆକ୍ରମଣ ବିରୋଧରେ ମଧ୍ୟ ପିଏସଏଫ ରହିଛି। ତେଣୁ ପିଏସଏଫ ସମସ୍ତ ଶିକ୍ଷାର୍ଥୀଙ୍କୁ ଆସନ୍ତା ୨୮ ତାରିଖରେ ବିବିସି ଡକ୍ୟୁମେଣ୍ଟାରୀ ଦେଖିବାକୁ ନିମନ୍ତ୍ରଣ କରୁଛି।

Advertisment

ତେବେ ଟିଆଇଏସଏସ କର୍ତ୍ତୃପକ୍ଷ ଏଥିପାଇଁ କୌଣସି ପ୍ରକାରର ଅନୁମତି ଦେଇ ନାହାନ୍ତି। ତେଣୁ ୨୮ ତାରିଖରେ ବିବାଦ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

Narendra Modi BBC