Advertisment

ବିଜେପି ସହ ମେଣ୍ଟ ସମ୍ପର୍କ ଜାରି ରହିବ: ଏଆଇଏଡିଏମକେ

ଆଗାମୀ ବିଧାନସଭା ଓ ସାଧାରଣ ନିର୍ବାଚନରେ ଉଭୟଙ୍କ ମଧ୍ୟରେ ଆସନ ବୁଝାମଣା ହେବ।

bjp

bjp

Advertisment

ତୀବ୍ରମତଭେଦ ଓ ରାଜନୈତି କନ୍ଦଳ ସତ୍ତ୍ୱେ ତାମିଲନାଡ଼ୁର ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମ (ଏଆଇଏଡିଏମକେ) ଓ ବିଜେପି ମଧ୍ୟରେ ମେଣ୍ଟ ସମ୍ପର୍କ ବଜାୟ ରହିବ। ଆଗାମୀ ବିଧାନସଭା ଓ ସାଧାରଣ ନିର୍ବାଚନରେ ଉଭୟଙ୍କ ମଧ୍ୟରେ ଆସନ ବୁଝାମଣା ହେବ। ମେଣ୍ଟ ଭାଙ୍ଗିବ ନାହିଁ। ଗୁରୁବାର ଏଆଇଏଡିଏମକେ ଏହି ଘୋଷଣା କରିଛି। ଦଳର ନେତା ଡି. ଜୟଶଙ୍କକର ଏହି ସୂଚନା ଦେଇଛନ୍ତି। ତାମିଲନାଡୁରେ ବିଜେପିର ମୋଟ ୧୩ ଜଣ କର୍ମକର୍ତ୍ତା ଦଳ ଛାଡି ଏହାର ମେଣ୍ଟ ସହଯୋଗୀ ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମ (ଏଆଇଏଡିଏମକେ)ରେ ଯୋଗ ଦେଇଛନ୍ତି। ଏହି ୧୩ ଜଣ ଦଳୀୟ ନେତା ଚେନ୍ନାଇ ପଶ୍ଚିମରେ ଥିବା ବିଜେପିର ଆଇଟି ଶାଖାର ସଦସ୍ୟ ଥିଲେ।

Advertisment

ଏହାକୁ ନେଇ ରାଜନୈତିକ ହଟଚମଟ ଜାରି ରହିଥିବା ବେଳେ ଉଭୟ ବିଜେପି ଓ ଏଆଇଏଡିଏମକେ ମଧ୍ୟରେ ସମ୍ପର୍କ ତୁଟିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏସବୁ ଚର୍ଚ୍ଚାର ଆଜି ଦଳର ନେତା ଡି, ଜୟଶଙ୍କର ଅବସାନ ଘଟାଇଛନ୍ତି। ୨୦୧୯ ନିର୍ବାଚନ ପରଠାରୁ ବିଜେପି ସହ ମେଣ୍ଟ କରିବା ପାଇଁ ଏଆଇଡିଏମକେ ୩ଟି ନିର୍ବାଚନରେ ପରାଜିତ ହୋଇସାରିଛି। ନିକଟରେ ଏକ ଉପନିର୍ବାଚନରେ ଉଭୟେ ବିଜେପି ଓ ଏଆଇଡିମକେ ମିଳିତ ଭାବେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ପରାଜୟର ମୁହଁ ଦେଖିବାକୁ ମଳିଥିଲା। ଅନେକ ଏଆଇଡିମକେ ନେତା କହିଛନ୍ତି ଯେ, ବିଜେପି ଏବେ ଦଳ ପାଇଁ ବୋଝ ହୋଇଛି। ତେଣୁ ମେଣ୍ଟ ସମ୍ପର୍କକୁ ନେଇ ପୁନର୍ବିଚାରର ଆବଶ୍ୟକତା ରହିଛି। ଗତକାଲି ବିଜେପି ଆଇଟି ୱିଙ୍ଗର ଜିଲ୍ଲା ସଭାପତି ଅନବରସନ ଏକ ବିବୃତିରେ କହିଛନ୍ତି, ମୁଁ ବର୍ଷ ବର୍ଷ ଧରି ବିଜେପି ପାଇଁ କାମ କରିଛି। ଲୋକମାନେ ଜାଣନ୍ତି ଯେ ମୁଁ କେବେ ବି କୌଣସି ପଦ ଆଶା କରିନାହିଁ। ଗତ କିଛି ଦିନ ଧରି ଦଳରେ ଦେଖାଦେଇଥିବା ଅସ୍ୱାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଏହି ବିବୃତିରେ ୧୦ ଜଣ ଆଇଟି ୱିଙ୍ଗ ଜିଲ୍ଲା ସମ୍ପାଦକ ଏବଂ ଦୁଇ ଜଣ ଆଇଟି ୱିଙ୍ଗ ଜିଲ୍ଲା ଉପସଚିବଙ୍କ ସ୍ୱାକ୍ଷର ରହିଛି।

ନିକଟରେ ବିଜେପିର ଅନେକ ବିଧାୟକ ଇସ୍ତଫା ଦେଇ ଏଆଇଏଡିଏମକେରେ ଯୋଗ ଦେଇଛନ୍ତି। ଗତ ମଙ୍ଗଳବାର ଦିନ ବିଜେପି ବୁଦ୍ଧିଜୀବୀ ଶାଖା ରାଜ୍ୟ ସମ୍ପାଦକ କ୍ରିଷ୍ଣନ, ଆଇଟି ଶାଖା ରାଜ୍ୟ ସମ୍ପାଦକ ଦିଲୀପ କାନନ, ତ୍ରିଚି ଗ୍ରାମୀଣ ଜିଲ୍ଲା ଉପାଧ୍ୟକ୍ଷ ବିଜୟ ଏବଂ ରାଜ୍ୟ ଓବିସି ଶାଖା ସମ୍ପାଦକ ଅମ୍ମୁ ଏଡାପାଡି କେ ପଲାନିସ୍ୱାମୀଙ୍କ ସହ ବୈଠକ କରିବା ପରେ ଏଆଇଏଡିଏମକେରେ ଯୋଗ ଦେଇଥିଲେ।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe