ବୁଲା କୁକୁର
ତେଲଙ୍ଗାନାରେ ବୁଲା କୁକୁର(Stray Dog)ଙ୍କ ସଂହାର ଜାରି ରହିଛି। ଏଠାରେ ପୁଣିଥରେ ୧୦୦ରୁ ଅଧିକ ବୁଲା କୁକୁରଙ୍କୁ ବିଷ ଦେଇ କରାଯାଇଛି ହତ୍ୟା। ଚଳିତ ମାସ ଆରମ୍ଭରୁ ମାତ୍ର ୧୫ ଦିନ ମଧ୍ୟରେ ୫୦୦ ବୁଲା କୁକୁରଙ୍କୁ ସମାନ ଢଙ୍ଗରେ ବିଷ ଓ ବିଷାକ୍ତ ଇଞ୍ଜିକେସନ ଦେଇ ହତ୍ୟା କରାଯାଇଥିଲା। ଏହାର ପୁଲିସ୍ ତଦନ୍ତ କରୁଥିବା ବେଳେ ଏବେ ଆଉ ୧୦୦ କୁକୁରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଗ୍ରାମପଞ୍ଚାୟତ ନିର୍ବାଚନ ବେଳେ ବିଭିନ୍ନ ପ୍ରାର୍ଥୀ ଗାଁକୁ ବୁଲା କୁକୁର ମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହି ପ୍ରତିଶ୍ରୁତିକୁ ରକ୍ଷା କରିବା ପାଇଁ ଏବେ ବୁଲା କୁକୁରମାନଙ୍କୁ ବିଭିନ୍ନ ଗାଁରେ ହତ୍ୟା କରାଯାଇଉଛି।
ଏବେ ବୁଲା କୁକୁରଙ୍କୁ ହତ୍ୟା କରାଯିବାର ଅଭିଯୋଗ ରଙ୍ଗା ରେଡ୍ଡୀ ଜିଲ୍ଲାର ୟାଚରାମ ଗାଁରୁ ଆସିଛି। ଜାନୁଆରୀ ୧୯ରେ ଏପରି ଅଭିଯୋଗ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଗାଁର ସରପଞ୍ଚ, ଜଣେ ୱାର୍ଡ ମେମ୍ବର, ଗାଁ ସମ୍ପାଦକ ଓ ଅନ୍ୟାମାନେ ଷଡ଼ଯନ୍ତ୍ର କରି କୁକୁରମାନଙ୍କୁ ବିଷ ଦେଇଥିବା ପଶୁପ୍ରେମୀ ମୁଦାବତ ପ୍ରୀତି କହିଛନ୍ତି।
ପ୍ରୀତିଙ୍କ ଅଭିଯୋଗ ଆଧାରେ ରଞ୍ଚାକୋଣ୍ଡା ପୁଲିସ୍ ପକ୍ଷରୁ ଗାଁର ସରପଞ୍ଚ ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ମାମଳା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି। ୱାର୍ଡ ମେମ୍ବର ଜଣଙ୍କ ପ୍ରଥମେ କହିଥିଲେ ଯେ ବୁଲା କୁକୁରମାନଙ୍କୁ ଉପଯୁକ୍ତ ଆଶ୍ରୟ ସ୍ଥଳକୁ ନିଆଯାଇଛି। ଏହାପରେ ସେ ସ୍ୱୀକାର କରିଛନ୍ତି ଯେ କୁକୁରମାନଙ୍କୁ ନିସ୍ତେଜକ ଇଞ୍ଜିକେସନ ଦିଅଯାଇଥିଲା।
ହେଲେ ଏହି ଇଞ୍ଜିକେସନ ନେବା ପରେ ୧୦୦ରୁ ଅଧିକ କୁକୁର ପ୍ରାଣ ହରାଇଥିବା ପ୍ରୀତି ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ କାହାକୁ ଏଯାଏ ଗିରଫ କରିନାହିଁ।
ଏହାପୂର୍ବରୁ ତେଲଙ୍ଗାନାର ବିଭିନ୍ନ ଗାଁରେ ବୁଲା କୁକୁରଙ୍କୁ ବିଷ ଇଞ୍ଜେକସନ ଦେଇ ହତ୍ୟା କରାଯାଉଥିବା ଅଭିଯୋଗ ହୋଇଥିଲା। ୧୫ ଦିନ ମଧ୍ୟରେ ୫୦୦ଟି ବୁଲା କୁକୁରଙ୍କ ଜୀବନ ଯିବା ପରେ ଆକ୍ସନ ମୋଡକୁ ଆସିଥିଲା ପୁଲିସ୍।
ବୁଲା କୁକୁରମାନଙ୍କ ସଂହାର ଘଟଣାରେ ପୁଲିସ ୧୫ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଏମାନଙ୍କ ମଧ୍ୟରେ ହାନମକୋଣ୍ଡା ଓ କାମାରେଡ୍ଡୀ ଜିଲ୍ଲାରେ ଥିବା ୭ ଗାଁର ମୁଖିଆ ବି ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/21/stray-dog-2026-01-21-15-55-20.jpg)