Advertisment

ସୁରାଣା ଜୁଏଲର୍ସ ଉପରେ ଚଢ଼ାଉ, ବାହାରିଲା ଟଙ୍କାର ପାହାଡ଼

ଚଢ଼ାଉ ବେଳେ ନଗଦ ୨୬ କୋଟି ଟଙ୍କା ଓ ୯୦ କୋଟିର ବେଆଇନ ସମ୍ପତ୍ତି ଦସ୍ତାବେଜକୁ ଆୟକର ବିଭାଗ ଜବତ କରିଛି।

raid on Surana Jewellers

raid on Surana Jewellers

Advertisment

ସୁନା ଦୋକାନ ମାଲିକଙ୍କ ଘରେ ପଶିଲା ଆୟକର ବିଭାଗ। ବାହାରିଲା ପୁଳା ପୁଳା ଟଙ୍କା। ମହାରାଷ୍ଟ୍ରର ନାସିକରେ ଥିବା ସୁରାଣା ଜୁଏଲର୍ସରେ ଇନକମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ରେଡ୍‌ କରିଛି। ଚଢ଼ାଉ ବେଳେ ନଗଦ ୨୬ କୋଟି ଟଙ୍କା ଜବତ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ, ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

Advertisment

ସୂଚନା ମୁତାବକ, ଆୟକର ବିଭାଗ ନାସିକର କାନାଡା କର୍ଣ୍ଣର ସ୍ଥିତ ସୁରାଣା ଜୁଏଲର୍ସ ଉପରେ ଆଜି ସକାଳୁ ଚଢ଼ାଉ କରିଛି। ମାଲିକଙ୍କ ଦ୍ୱାରା ଅଘୋଷିତ ଲେଣଦେଣ ଓ ବେନାମି ସମ୍ପତ୍ତିକୁ ନେଇ ସୂଚନା ମିଳିବା ପରେ ଆଇଟି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁରାଣା ଜୁଏଲର୍ସ ମାଲିକଙ୍କ ଘର, ବିଭିନ୍ନ ଷ୍ଟୋର୍‌ ଓ ତାଙ୍କର ନିର୍ମାଣ କମ୍ପାନୀ ମହାଲକ୍ଷ୍ମୀ ବିଲ୍ଡର୍ସ ଉପରେ ଏକକାଳୀନ ଚଢ଼ାଉ ହୋଇଛି।

ଚଢ଼ାଉ ବେଳେ ନଗଦ ୨୬ କୋଟି ଟଙ୍କା ଓ ୯୦ କୋଟିର ବେଆଇନ ସମ୍ପତ୍ତି ଦସ୍ତାବେଜକୁ ଆୟକର ବିଭାଗ ଜବତ କରିଛି। ଏହି ଚଢ଼ାଉ ପାଇଁ ଆୟକର ବିଭାଗ ଦ୍ୱାରା ବିଭିନ୍ନ ଟିମ୍‌ ଗଠନ କରାଯାଇଥିଲା। ରେଡ୍‌ ବେଳେ ଜୁଏଲର୍ସ ମାଳିକଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ଘରଗୁଡିକର ମଧ୍ୟ ତଲାସି କରାଯାଇଥିଲା। ସୁରାଣା ଜୁଏଲର୍ସ ମାଲିକଙ୍କ ପାଖରେ ଏତେ ଟଙ୍କାର ସମ୍ପତ୍ତି କେଉଁଠୁ ଆସିଲା ସେ ନେଇ ଆୟକର ବିଭାଗ ଯାଞ୍ଚ ଜାରି ରଖିଛି।

Advertisment

IT Raid Raid On Surana Jewellers Nashik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe