Advertisment

ବିଜେପିର ପୂର୍ବତନ ବିଧାୟକଙ୍କ ଘରେ IT ରେଡ: ମିଳିଲା କୋଟି କୋଟି ଟଙ୍କା ସହ ୩ଟି କୁମ୍ଭୀର

ଏହି କୁମ୍ଭୀର ଗୁଡ଼ିକୁ ଖାଇବା ପିଇବାକୁ ଦେଇ ଶ୍ରୀ ରାଥୋର ତାଙ୍କ ପୋଖରୀରେ ପାଳିଥିଲେ।

BJP

BJP

Advertisment

ବିଜେପିର ପୂର୍ବତନ ବିଧାୟକ ହରିବଂଶ ସିଂହ ରାଥୋରଙ୍କ ଘରେ ରେଡ କରିଛି ଆୟକର ବିଭାଗ। ମଧ୍ୟପ୍ରଦେଶର ଏହି ପୂର୍ବତନ ବିଧାୟକଙ୍କ ଘରୁ ରେଡ ବେଳେ ନଗଦ କୋଟି କୋଟି ଟଙ୍କା, ସୁନା ଓ ଏକାଧିକ ବେନାମୀ ଦାମୀ କାର ମିଳିଛି। ତେବେ ରାଥୋରଙ୍କ ଗୋଟିଏ ପୋଖରୀରୁ ୩ଟି ବିରାଟକାୟ କୁମ୍ଭୀର ମିଳିବା ପରେ ଆୟକର ଅଧିକାରୀମାନେ ପୂରା ଚକିତ ହୋଇଯାଇଛନ୍ତି।

Advertisment

ଏହି କୁମ୍ଭୀର ଗୁଡ଼ିକୁ ଖାଇବା ପିଇବାକୁ ଦେଇ ଶ୍ରୀ ରାଥୋର ତାଙ୍କ ପୋଖରୀରେ ପାଳିଥିଲେ। କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରବିବାର ଠାରୁ ଆୟକର ବିଭାଗର ଅଧିକାରୀମାନେ ଶ୍ରୀ ରାଥୋର ଓ ପୂର୍ବତନ କାଉନସିଲର ରାଜେଶ କେଶରୱାନିଙ୍କ ସାଗର ଠାରେ ଥିବା ଠିକଣା ଗୁଡ଼ିକରେ ରେଡ କରୁଛନ୍ତି।

ରେଡ୍‌ ବେଳେ ୧୫୫ କୋଟି ଟଙ୍କାର ହେରଫେର ହୋଇଥିବା ଜଣାପଡ଼ିଛି। ଅଧିକାରୀମାନେ ରେଡ୍‌ ସମୟରେ ନଗଦ ୩ କୋଟି ଟଙ୍କା ସହ ବିପୁଳ ପରିମାଣର ସୁନା ଓ ରୁପା ଅଳକଙ୍କାର ଜବତ କରିଛନ୍ତି।

Advertisment

ଶ୍ରୀ ରାଥୋରଙ୍କ ସହ ମିଶି କେଶରୱାନି ବିଡି ବ୍ୟବସାୟ କରନ୍ତି। ସେ ଏକାକୀ ୧୪୦ କୋଟି ଟଙ୍କାର ଟିକସ ଫାଙ୍କିଥିବା ଅଭିଯୋଗ ହୋଇଛି। କେଶରୱାନି ବିଭିନ୍ନ ଠିକା କାମ ମଧ୍ୟ କରନ୍ତି।

ଶ୍ରୀ ରାଥୋରଙ୍କ ଛୋଟ ପୋଖରୀରୁ ୩ଟି କୁମ୍ଭୀର ମିଳିବା ପରେ ଜଙ୍ଗଲ ବିଭାଗକୁ ଖବର ଦିଆଯାଇଥିଲେ। ସେମାନେ ‌ଆସି କୁମ୍ଭୀରଗୁଡ଼ିକୁ ସେଠାରୁ ନେଇଯାଇଛନ୍ତି। ରାଥୋର ୨୦୧୩ରେ ବିଜେପି ଟିକେଟରୁ ବିଧାୟକ ହୋଇଥିଲେ। ସାଗର ଜିଲ୍ଲାରେ ତାଙ୍କର ବେଶ ଦବଦବା ରହିଛି। ତାଙ୍କ ବାପା ହରନାମ ସିଂହ ରାଥୋର ଏକଦା ମଧ୍ୟପ୍ରଦେଶ ସରକାରରେ ମନ୍ତ୍ରୀ ଥିଲେ।

Bjp Madhya Pradesh IT Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe