Advertisment

ଆୟକର ବିଭାଗର ‘ଅପରେସନ ମହାକାଳ’, ଜବତ ହେଲା ୧୫ଶହ କୋଟି କ୍ୟାସ୍‌

୨୫୦ ଅଧିକାରୀଙ୍କୁ ନେଇ ଗଠିତ ୪୦ଟି ଟିମ୍‌ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ପରେ ଜବତ ହୋଇଛି ୧୫ଶହ କୋଟି ଟଙ୍କା କ୍ୟାସ୍‌ ।

author-image
Niharika Rout
Income Tax

Income Tax

ଆୟକର ବିଭାଗର ‘ଅପରେସନ ମହାକାଳ’ରେ ଚକିତ କରି ଦେବା ପରି ତଥ୍ୟ ସାମନାକୁ ଆସିଛି। ୨୫୦ ଅଧିକାରୀଙ୍କୁ ନେଇ ଗଠିତ ୪୦ଟି ଟିମ୍‌ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ପରେ ଜବତ ହୋଇଛି ୧୫ଶହ କୋଟି ଟଙ୍କା କ୍ୟାସ୍‌ । ଗତ ୬ ଦିନ ଧରି ଚାଲିଥିବା ଏହି ଚଢ଼ାଉରେ ଜବତ ଟଙ୍କାକୁ ଦେଖି ରାଜଧାନୀବାସୀ ଚକିତ ହୋଇ ଯାଇଛନ୍ତି।

Advertisment

ଟିକସ ଫାଙ୍କି ଅଭିଯୋଗରେ ନୂଆଦିଲ୍ଲୀର ୪ଟି ବିଲଡର ସଂସ୍ଥା ଉପରେ ଚଢ଼ାଉ କରିବାକୁ ଆୟକର ବିଭାଗ ଜାଲ ବିଛାଇଥିଲା। ଏଥିନିମନ୍ତେ ୪୦ଟି ଟିମ୍‌ ଗଠିତ ହୋଇଥିବା ବେଳେ ୨୫୦ ଦକ୍ଷ ଅଫିସରଙ୍କୁ ସାମିଲ କରାଯାଇଥିଲା। ଏହି ବିଲଡର ସଂସ୍ଥାଗୁଡ଼ିକ ହେଉଛି ଭୁଟାନୀ ଇନଫ୍ରା, ଗ୍ରୁପ ୧୦୮, ଆଡଭେଣ୍ଟ ଓ ଲଜିକ୍ସ ।

ଗତ ୬ ଦିନ ହେଲା ଆୟକର ବିଭାଗ ଏହି କମ୍ପାନୀ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ଚଢ଼ାଉ ସମୟରେ ଅଧିକାରୀମାନେ ବିପୁଳ ପରିମାଣରେ ଟଙ୍କା ଜବତ କରାଯାଇଥିବା ବେଳେ ବିଭିନ୍ନ ତଥ୍ୟ ସମ୍ବଳିତ ୨ଟି ପେନ୍‌ ଡ୍ରାଇଭ ଜବତ କରିଛି।

Advertisment

ଗତ ୨୦୧୯ରୁ ୨୦୨୦ ଆର୍ଥିକ ବର୍ଷ ମଧ୍ୟରେ ଭୁଟାନୀ କମ୍ପାନୀ କେବଳ ୫୯୫ କୋଟି କ୍ୟାସ୍‌ ଗ୍ରହଣ କରିଥିବା ଚଢ଼ାଉ ବେଳେ ଜଣାଯାଇଛି। ଏହି ଘଟଣାର ଅଧିକ ଖୋଳତାଡ଼ ନିମନ୍ତେ ଆଇଟି ଅଫିସର କମ୍ପାନୀ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରିଛି। ଟିକସକୁ ଫାଙ୍କିବାକୁ କମ୍ପାନୀମାନେ କ୍ୟାସ୍‌ ଦେବାକୁ ଗ୍ରାହକଙ୍କୁ ପ୍ରବର୍ତ୍ତାଉଥିଲେ। ଏଥିନିମନ୍ତେ ସେମାନେ ବିଭନ୍ନ ଅଫର ବି ଘୋଷଣା କରୁଥିଲେ।

Delhi IT Raid