Advertisment

୬୦ ଘଣ୍ଟା ପରେ ସରିଲା ଚଢ଼ାଉ, ବିବିସି କାର୍ଯ୍ୟାଳୟ ଛାଡ଼ିଲା ଆୟକର ଟିମ୍‌

ଦୀର୍ଘ ୬୦ ଘଣ୍ଟା ଧରି ବିବିସି ଅଫିସରେ ଘାଣ୍ଟିବା ପରେ ବାହାରିଲା ଆୟକର ବିଭାଗ ଟିମ୍‌। ବାହାରିବା ବେଳେ ହାତରେ ଥିଲା କିଛି ଡକ୍ୟୁମେଣ୍ଟ ଓ କାଗଜପତ୍ର।

ଅଦ୍ୟତନ ହୋଇଛି
BBC Office

BBC Office

Advertisment

ଦୀର୍ଘ ୬୦ ଘଣ୍ଟା ଧରି ବିବିସି ଅଫିସରେ ଘାଣ୍ଟିବା ପରେ ବାହାରିଲା ଆୟକର ବିଭାଗ ଟିମ୍‌। ବାହାରିବା ବେଳେ ହାତରେ ଥିଲା କିଛି ଡକ୍ୟୁମେଣ୍ଟ ଓ କାଗଜପତ୍ର। ଇଡି ପକ୍ଷରୁ ମଙ୍ଗଳବାରଠାରୁ ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଥିବା ବେଳେ ଗତକାଲି ଏହା ସମାପ୍ତ ହୋଇଛି। ଚଢ଼ାଉ ସମୟରେ ବିବିସିର ୧୦ରୁ ଅଧିକ କର୍ମଚାରୀ, ସିନିୟର ଏଡିଟରଙ୍କୁ ଗୁଡ଼ାଇତୁଡ଼ାଇ ଆୟକର ଅଧିକାରୀ ପ୍ରଶ୍ନ ପଚାରିଥିବା ଜଣାଯାଇଛି। ଏଥିସହ ଏକାଧିକ କମ୍ପୁଟର, ଲାପଟପ୍ ସହ ଇଲୋକଟ୍ରନିକସ ଡିଭାଇସକୁ ବି ଯାଞ୍ଚ କରିଛି ଆଇଟି ଟିମ୍‌।

Advertisment

ଆନ୍ତର୍ଜାତିକ ଟିକସ ଫାଙ୍କି ଓ ଅର୍ଥ ହେରଫେର ଅଭିଯୋଗରେ ଆୟକର ବିଭାଗ ଟିମ୍‌ ବିବିସିର ମୁମ୍ବାଇ ଓ ଦିଲ୍ଲୀସ୍ଥିତ ଅଫିସରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ପଶିଥିଲା । ଏହାପରଠୁ ଚଢ଼ାଉ ଆରମ୍ଭ ହୋଇଥିବା ବେଳେ ଗତକାଲି ରାତିରେ ଅର୍ଥାତ ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ଏହି ଟିମ୍‌ ନିଜ ଯାଞ୍ଚ ସାରି ବିବିସି ଅଫିସ ଛାଡ଼ିଥିଲା।

ଆଇଟି ବିଭାଗ କାର୍ଯ୍ୟାଳୟରୁ ଯିବା ପରେ ବିବିସିସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ବିବିସି ଏକ ବିଶ୍ୱସନୀୟ ସ୍ୱତନ୍ତ୍ର ମିଡିଆ ସଙ୍ଗଠନ ଅଟେ। ଆମେ ଆମ ସହକର୍ମୀ ଓ ପତ୍ରକାରଙ୍କ ସହ ଛିଡ଼ା ହୋଇଛୁ। ଯିଏ କି ବିନା କୌଣସି ପକ୍ଷପାତରେ ନିଜ କାମ ଜାରି ରଖିଛି। ଆମେ ଯାଞ୍ଚରେ ସହଯୋଗ କରିବା ଜାରି ରଖିବୁ । ଆଶା କରୁଛି ଖୁବ୍‌ ଶୀଘ୍ର ଏହି ମାମଲାର ସମାଧାନ ହୋଇଯିବ ।

Advertisment

ଏଥିସହ ବିବିସି ପକ୍ଷରୁ କୁହାଯାଇଛି, ଆମେ ଆମ କର୍ମଚାରୀଙ୍କ ସହ ଛିଡ଼ା ହୋଇଛୁ। ଆମର କିଛି କର୍ମଚାରୀଙ୍କୁ ଘଣ୍ଟା ଘଣ୍ଟା କାଳ ପଚରାଉଚରା ହୋଇଛି। ଏପରିକି ଯାଞ୍ଚ ନିମନ୍ତେ ଆମର କିଛି କର୍ମଚାରୀଙ୍କୁ ରାତି ସାରା ଅଫିସରେ ରହିବାକୁ ପଡ଼ିଲା। ଏବେ ଆମ ଅଫିସ କାର୍ଯ୍ୟ ସାମାନ୍ୟ ହୋଇ ସାରିଛି । ଆମେ ଭାରତରେ ଥିବା ଆମ ଅଗଣିତ ଦର୍ଶକ ଓ ପାଠକଙ୍କ ପାଇଁ ପୁଣି ଥରେ ଆକ୍ଟିଭ ହୋଇଯାଇଛୁ।

ଯାଞ୍ଚ ସମୟରେ ଆଇଟି ଅଧିକାରୀଙ୍କୁ ସବୁ ପ୍ରକାର ସହଯୋଗ କରିବାକୁ ବିବିସି ନିଜ କର୍ମଚାରୀଙ୍କୁ କହିଥିଲା। ଏହା ସହ ନିଜ ଇଲେକଟ୍ରୋନିକ ଡିଭାଇସ୍‌ରୁ ବି କୌଣସି ଡାଟା ଡିଲିଟ ନ କରିବାକୁ ନିଜ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲା। ଏନେଇ କମ୍ପାନୀ ପକ୍ଷରୁ ନିଜ ବରିଷ୍ଠ ଅଧିକାରୀଙ୍କ ସମେତ ତଳିଆ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ନିର୍ଦ୍ଦେଶାନାମା ଜାରି ହୋଇଥିଲା।

BBC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe