Advertisment

ସଡ଼କ ଓ ରେଳବାଇ କ୍ଷେତ୍ରରେ ଘରୋଇ ପୁଞ୍ଜି ବିନିଯୋଗ ଉପରେ ଫୋକସ୍

ସାର୍ବଜନୀନ ଭିତ୍ତିଭୂମିରେ ଘରୋଇ ପୁଞ୍ଜି ବିନିଯୋଗ ଉପରେ ଫୋକସ୍। ଇନଫ୍ରାଷ୍ଟ୍ରକ୍ଚର୍ ଡିପାର୍ଟମେଣ୍ଟକୁ ପ୍ରାଇଭେଟ୍ ପାର୍ଟନରସିପ୍ ପାଇଁ ସମ୍ଭାବ୍ୟ ପ୍ରକଳ୍ପ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଲା ଅର୍ଥ ମନ୍ତ୍ରଣାଳୟ।

ଅଦ୍ୟତନ ହୋଇଛି
Road

Road

Advertisment

ସାର୍ବଜନୀନ ଭିତ୍ତିଭୂମିରେ ଘରୋଇ ପୁଞ୍ଜି ବିନିଯୋଗ ଉପରେ ଫୋକସ୍। ଇନଫ୍ରାଷ୍ଟ୍ରକ୍ଚର୍ ଡିପାର୍ଟମେଣ୍ଟକୁ ପ୍ରାଇଭେଟ୍ ପାର୍ଟନରସିପ୍ ପାଇଁ ସମ୍ଭାବ୍ୟ ପ୍ରକଳ୍ପ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛି ଅର୍ଥ ମନ୍ତ୍ରଣାଳୟ। ସାର୍ବଜନୀନ ଭିତ୍ତିଭୂମିରେ ଘରୋଇ ପୁଞ୍ଜି ବିନିଯୋଗ ବୃଦ୍ଧି ଏବଂ ପ୍ରକଳ୍ପ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶନାମା ଦିଆଯାଇଛି।

Advertisment

ଏହା ଫଳରେ ସହରାଞ୍ଚଳର ଭିତ୍ତିଭୂମି, ରେଳପଥ ଏବଂ ସଡ଼କ ଭଳି କ୍ଷେତ୍ରଗୁଡ଼ିକରେ ପାଣ୍ଠି ଯୋଗାଇବାରେ ସହାୟକ ହୋଇପାରିବେ ଘରୋଇ ସଂସ୍ଥା। ଚଳିତ ଆର୍ଥିକ ବର୍ଷରେ ମନ୍ତ୍ରଣାଳୟ ପବ୍ଲିକ-ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ପାଇଁ ଏକ ନୂଆ ଢାଞ୍ଚା ଏବଂ ବିଭିନ୍ନ ଭିତ୍ତିଭୂମି ଡୋମେନରେ ଏକ ମୋଡେଲ୍ କନ୍ସେସନ୍ ଏଗ୍ରିମେଣ୍ଟ (ଏମସିଏ) ନିୟମ ଆଣିବାକୁ ଯାଉଛି। ଏହି ଢାଞ୍ଚା ଆଧାରରେ ସଡକ, ରେଳବାଇ ଆଦି ବିଭିନ୍ନ ଭିତ୍ତିଭୂମି କ୍ଷେତ୍ରରେ ଘରୋଇ ସଂସ୍ଥାମାନେ ପୁଞ୍ଜି ନିବେଶ କରିବେ। ବିପୁଳ ଅର୍ଥ ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର ବେସରକାରୀ ସଂସ୍ଥାଗୁଡ଼ିକର ପାର୍ଟରନସିପ୍ ଚାହୁଁଥିବା ରିପୋର୍ଟରେ ଦର୍ଶାଯାଇଛି।

ଏମସିଏ ଢାଞ୍ଚା ଏସଂସ୍ଥାଗୁଡ଼ିକ ପାଇଁ ଏକ ୟୁନିଫର୍ମ ଗାଇଡ୍ ଭାବରେ କାର୍ଯ୍ୟ କରିବ, ଯାହା ସେମାନଙ୍କୁ ଆବଶ୍ୟକତା ଅନୁଯାୟୀ ନିର୍ଦ୍ଦିଷ୍ଟ ଭିତ୍ତିଭୂମି କ୍ଷେତ୍ର ସମ୍ବନ୍ଧରେ ରିପୋର୍ଟ ଦେବ। ବେସରକାରୀ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ପ୍ରକଳ୍ପଗୁଡ଼ିକୁ ଆକର୍ଷଣୀୟ ଏବଂ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ରୀୟ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇସେସ୍ (ସିପିଏସ୍ଏସ୍)କୁ ନିଜସ୍ୱ ପୁଞ୍ଜି ବ୍ୟୟ ବୃଦ୍ଧି କରିବାକୁ ସରକାର ଉତ୍ସାହିତ କରୁଥିବା ସୂତ୍ରରୁ ପ୍ରକାଶ ପାଇଛି।

Advertisment
Private Investment In Roads PPP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe