Advertisment

ଆଜି ଦେଶ ପାଳୁଛି ସ୍ୱାଧୀନତା ଦିବସ, ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ

ଆଜି ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Niharika Rout
Independence Day

Independence Day

ଦିଲ୍ଲୀରୁ ପଲ୍ଲୀ। ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ। ସବୁଠି ସ୍ୱତନ୍ତ୍ରତାର ଏହି ଦିନକୁ ନେଇ ଉତ୍ସାହର ମାହୋଲ ଦେଖାଦେଇଛି । ଆଜି ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲଗାତାର ୧୧ ଥର ପାଇଁ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ।

Advertisment

ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ନେବା ପରେ ଏଥର ସ୍ୱାଧୀନତା ଦିବସରେ ପିଏମ୍ ମୋଦି କଣ କହିବେ ତାଉପରେ ସମସ୍ତଙ୍କର ନଜର ରହିଛି। ତାପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘାଟ ଯାଇ ମହାତ୍ମାଗାନ୍ଧିଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଚଳିତବର୍ଷ ସ୍ୱାଧୀନତା ଦିବସର ଥିମ୍ ରହିଛି ବିକଶିତ ଭାରତ@୨୦୪୭। ଅର୍ଥାତ ଦେଶ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟ ରଖିଛନ୍ତି ସରକାର।

Advertisment

ଆଜି ଲାଲକିଲ୍ଲା କାର୍ଯ୍ୟକ୍ରମରେ ୬ ହଜାର ଅତିଥିଙ୍କୁ ନିମନ୍ତ୍ରିତ କରାଯାଇଛି। ଚାଷୀ, ଆଦିବାସୀ, ମହିଳା, ଆଶା କର୍ମୀ ଭଳି ଅତିଥି ରହିଛନ୍ତି। ତାସହ ଅଟଳ ଇନୋଭେସନ୍ ମିଶନ, ପିଏମ୍ ଶ୍ରୀ, ‘ମେରା ୟୁବା ଭାରତ’ ଭଳି ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଓ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା

ଛାତ୍ରଛାତ୍ରୀ ବି ଏହି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ସେହିପରି ପ୍ୟାରିସ୍ ଅଲିମ୍ପିକ୍ସରେ ଯୋଗ ଦେଇଥିବା ଆଥଲେଟଙ୍କୁ ବି ନିମନ୍ତ୍ରଣ କରାଯାଇଛି।

Delhi Independence Day