Advertisment

ଅମାନତ ରାଶି ପାଇଁ ଟଙ୍କିକିଆ କଏନ ଧରି ପହଞ୍ଚିଲେ ପ୍ରାର୍ଥୀ, ନାକେଦମ ହେଲେ ଅଧିକାରୀ

ଅମାନତ ରାଶି ୧୦ ହଜାର ଟଙ୍କା ଦେବା ନିମନ୍ତେ ଯୁବକଜଣକ ଟଙ୍କିକିଆ କଏନ ଆଣିଥିଲେ। ଏହାକୁ ଗଣିବାକୁ ଅଧିକାରୀଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

Coin

Coin

Advertisment

ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥୀ ସାଧାରଣତଃ କୋଟି କୋଟି ଟଙ୍କା ସମ୍ପର୍ତ୍ତି ଅଧିକାରୀ। ନିଜ ନାମାଙ୍କନ ଦାଖଲ ବେଳେ ସେମାନେ ନିଜ ସମ୍ପତ୍ତି ତାଲିକା ଦେଇଥାନ୍ତି, ଯାହାକୁ ଦେଖି ସମସ୍ତେ ତାଜୁବ ହୋଇ ପଡ଼ିଥାନ୍ତି। ମାତ୍ର କର୍ଣ୍ଣାଟକାରେ ଏପରି ଜଣେ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି ଯିଏ ବି ଅମାନତ ରାଶି ପାଇଁ ସାଧାରଣ ଲୋକଙ୍କଠାରୁ ଟଙ୍କାଏ ଲେଖା ମାଗି ଆଣିଛନ୍ତି। ଫଳରେ ଏହାକୁ ଗଣିବାକୁ ଅଧିକାରୀଙ୍କୁ ନାକେଦମ ହେବାକୁ ପଡ଼ିଛି।

Advertisment

ଆସନ୍ତା ୧୦ ତାରିଖରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିନିମନ୍ତେ ଏବେ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିଛି। ଏହି ପରିପ୍ରେକ୍ଷୀରେ ୟାଦଗିରି ବିଧାନସଭା କ୍ଷେତ୍ରରେ ନାମାଙ୍କନ ଦାଖଲ କରିବାକୁ ଗତକାଲି ଜଣେ ଯୁବକ ପହଞ୍ଚିଥିଲେ। ଯୁବକଜଣକ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ।

ଏହି ସମୟରେ ଅମାନତ ରାଶି ୧୦ ହଜାର ଟଙ୍କା ଦେବା ନିମନ୍ତେ ଯୁବକଜଣକ ଟଙ୍କିକିଆ କଏନ ଆଣିଥିଲେ। ଏହି କଏନ ପୁଣି ରାଜ୍ୟ ସାରା ପଦଯାତ୍ରା କରି ସେ ସଂଗ୍ରହ କରିଥିଲେ। ଏହା ଦେଖି ଅଧିକାରୀଙ୍କ ହୋସ ଉଡ଼ି ଯାଇଥିବା ବେଳେ ଏହାକୁ ଗଣିବାକୁ ସେମାନଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

Advertisment

ଟଙ୍କାଏ ଲେଖା ସଂଗ୍ରହ ଅଭିଯାନ ବେଳେ ଯୁବକଜଣକ ଏକ ପ୍ଲାକାର୍ଡ ଧରିଥିବା ବେଳେ ସେଥିରେ ଲେଖାଥିଲା, କେବଳ ଟଙ୍କାଟେ ନୁହେଁ, ଆପଣଙ୍କ ଏକ ମୂଲ୍ୟବାନ ଭୋଟ ବି ଦିଅନ୍ତୁ। ଦିନେ ମୋତେ ଗୋଟିଏ ଭୋଟ ଦେଲେ ମୁଁ ଆପଣଙ୍କୁ ଦାରିଦ୍ର୍ୟତାରୁ ମୁକ୍ତି ଦେବି ।

ପ୍ରାର୍ଥୀଜଣକ କଳାରେ ସ୍ନାତକ ଡିଗ୍ରୀଧାରୀ ହୋଇଥିବା ବେଳେ ତାଙ୍କ ପାଖରେ ସମୁଦାୟ ୬୦ ହଜାର ଟଙ୍କାର ସମ୍ପତ୍ତି ରହିଛି। ତାଙ୍କ ବାପା ଜଣେ ଚାଷୀ ହୋଇଥିବା ବେଳେ ତାଙ୍କ ପାଖରେ ଏକ ଏକରରୁ ଅଧିକ ଜମି ରହିଛି।

Karnataka Poltics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe