Advertisment

ଭାରତୀୟଙ୍କୁ ଇରାନ ଓ ଇସ୍ରାଏଲ ଯିବା ମନା

ଇରାନ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ସିଧା ହମଲା କରିପାରେ ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏପରି ନିର୍ଦ୍ଦେଶ ଜାରି କରିଛି।

author-image
Hemant Lenka
Israel

Israel

ପରବର୍ତ୍ତୀ ନୋଟିସ ଯାଏ ଭାରତୀୟମାନେ ଇସ୍ରାଏଲ ଓ ଇରାନ ଗସ୍ତରୁ ଦୂରେଇ ରୁହନ୍ତୁ ବୋଲି ଆଜି ଭାରତ ସରକାର ଗୋଟିଏ ନୋଟିସ ଜାରି କରିଛନ୍ତି। ଇରାନ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ସିଧା ହମଲା କରିପାରେ ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏପରି ନିର୍ଦ୍ଦେଶ ଜାରି କରିଛି।

Advertisment

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ମଧ୍ୟପ୍ରାଚ୍ୟରେ ଏବେ ଟେନସନ ସ୍ଥିତି ସୃଷ୍ଟି ହୋଇଛି। ତେଣୁ ଭାରତୀୟମାନେ ଇରାନ ଓ ଇସ୍ରାଏଲ ଗସ୍ତ କରନ୍ତୁ ନାହିଁ। ସେହିପରି ବର୍ତ୍ତମାନ ଇରାନ ଓ ଇସ୍ରାଏଲରେ ଥିବା ଭାରତୀୟମାନେ ସତର୍କ ରହୁନ୍ତୁ।

ସେମାନେ ତୁରନ୍ତ ଦୂତାବାସ ସହ ଯୋଗାଯୋଗ କରି ନିଜର ପଞ୍ଜୀକରଣ କରାନ୍ତୁ। ଭାରତୀୟମାନେ ଇରାନ କିମ୍ବା ଇସ୍ରାଏଲରେ ଯାତାୟାତକୁ କମ କରିବା ସହ ଅତ୍ୟନ୍ତ ସତର୍କତା ଅବଲମ୍ବନ କରନ୍ତୁ ବୋଲି ମନ୍ତ୍ରଣାଳୟ କହିଛି।

Advertisment

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ଇରାନ ସିଧାସଳଖ ହମଲା କରିପାରେ। ତେବେ ଇରାନ ହମଲାର ମୁକାବିଲା ପାଇଁ ଇସ୍ରାଏଲ ମଧ୍ୟ ପ୍ରସ୍ତୁତ ରହିଛି ବୋଲି ଦି ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ଖବର ପ୍ରକାଶ ପାଇଛି। ଏହି ଖବର ପରେ ଭାରତ ସରକାର ନିଜ ଦେଶର ନାଗରିକମାନଙ୍କ ଏପରି ସତର୍କ ସୂଚନା ଜାରି କରିଛନ୍ତି।

ଏପ୍ରିଲ ୧ରେ ସିରିଆର ଡାମସକସରେ ଥିବା ଇରାନ ଦୂତାବସ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିବା ଅଭିଯୋଗ ହୋଇଛି। ଏଥିରେ ୨ ଜଣ ଜେନେରାଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନି ଏଥିପାଇଁ ଇସ୍ରାଏଲ ଯେମିତି ହେଲେ ବି ଦଣ୍ଡ ପାଇବ ବୋଲି କହି ସାରିଛନ୍ତି।

India Israel Iran