Advertisment

ସମାଧାନ ହେବ ଭାରତ-ଚୀନ ବିବାଦ! ଦୁଇ ଦେଶ ମଧ୍ୟରେ ଆପୋଷ ବୁଝାମଣା ସଫଳ

୪ ବର୍ଷ ଧରି LAC (ଲାଇନ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ)ରେ ପାଟ୍ରୋଲିଂକୁ ନେଇ ଦୁଇ ଦେଶ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା।

ଅଦ୍ୟତନ ହୋଇଛି
Fighter Tanker

Fighter Tanker

Advertisment

ଭାରତ-ଚୀନ୍ ସୀମା ବିବାଦର ସମାଧାନ ନେଇ ଆଶା ବଢ଼ିଛି। ୪ ବର୍ଷ ଧରି LAC (ଲାଇନ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ)ରେ ପାଟ୍ରୋଲିଂକୁ ନେଇ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝାର ଅନ୍ତ ଘଟିଛି। ପୂର୍ବ ଲଦାଖରେ ପାଟ୍ରୋଲିଂକୁ ନେଇ ଭାରତ ଓ ଚୀନ ମଧ୍ୟରେ ଆପୋଷ ବୁଝାମଣା ସଫଳ ହୋଇଛି। 

Advertisment

ଉଭୟ ଦେଶ ସହମତିରେ ପହଞ୍ଚିଥିବା କହିଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ସେ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଥିବା ଏହି ସମସ୍ୟାର ସମାଧାନ ପାଇଁ ଦୀର୍ଘଦିନ ଧରି ଆଲୋଚନା ଜାରି ରହିଥିଲା। ଶେଷରେ ବାରମ୍ବାର ଆଲୋଚନା ପରେ ପାଟ୍ରୋଲିଂ ବନ୍ଦୋବସ୍ତକୁ ନେଇ ଉଭୟ ଦେଶ ମଧ୍ୟରେ ବୁଝାମଣା ସମ୍ଭବ ହୋଇଛି। ଏହି ଆଲୋଚନା ପରେ LACରୁ ସୈନ୍ୟ ଅପସାରଣ ଏବଂ ୨୦୨୦ରେ ଦେଖା ଦେଇଥିବା ବିବାଦର ସମାଧାନ ପାଇଁ ବାଟ ଫିଟିଛି। 

ସୂଚନା ଯୋଗ୍ୟ ଯେ, ୨୦୨୦ରେ ଭାରତ ଓ ଚୀନ୍ ସେନା ମଧ୍ୟରେ ପାଟ୍ରୋଲିଂକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ଗଲୱାନ୍ ଘାଟିରେ ଦୁଇ ଦେଶର ସୈନଙ୍କ ମଧ୍ୟରେ ସଂଘର୍ଷ ଭଳି ଭୟଙ୍କର ସ୍ଥିତି ଉପୁଜିଥିଲା। ଏଥିରେ ଭାରତର ୨୦ ଜଣ ସୈନ୍ୟ ଶହୀଦ ହୋଇଥିଲେ। ଏହାପରେ କେଉଁ ଦେଶ LACର କେତେ ଭିତର ଯାଏଁ ପାଟ୍ରୋଲିଂ କରିପାରିବ ଏହାକୁ ନେଇ ବିବାଦ ଉଗ୍ର ହୋଇଥିଲା। 

Advertisment

ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିବା ସହ, ସୀମାର ଉଭୟ ପଟେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି କରିଥିଲେ ଦୁଇ ଦେଶ। ଏହାର ସମାଧାନ ପାଇଁ ବହୁ ପର୍ଯ୍ୟାୟରେ କୋର୍ କମାଣ୍ଡରସ୍ତରୀୟ ବୈଠକ ଏବଂ କୂଟନୈତିକ ଆଲୋଚନା ହୋଇଥିଲା। ଶେଷରେ ଭାରତ ଓ ଚୀନ୍ ମଧ୍ୟରେ ଆପୋଷ ବୁଝାମଣା ସଫଳ ହୋଇଛି। 

India China Dispute LAC Tension Border Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe