Advertisment

'ଦେଶର ପ୍ରତ୍ୟେକ ମା'-ଝିଅ ଶକ୍ତି ସ୍ୱରୂପା, ମୁଁ ତାଙ୍କ ପୂଜାରୀ'

ରାହୁଲ ଗାନ୍ଧିଙ୍କ ‘ଶକ୍ତି’ ପ୍ରସଙ୍ଗକୁ ନେଇ ତାଙ୍କୁ କଡା ଟାର୍ଗେଟ କରିଛନ୍ତି ମୋଦି।

PM Modi

PM Modi

Advertisment

'ଦେଶର ପ୍ରତ୍ୟେକ ମା' ଓ ଝିଅ ଶକ୍ତି ସ୍ୱରୂପା। ମୁଁ ତାଙ୍କ ଶକ୍ତି ରୂପର ପୂଜା କରେ। ମୁଁ ତାଙ୍କ ପୂଜାରୀ। ସେମାନଙ୍କ ରକ୍ଷା ପାଇଁ ମୁଁ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛି।' ଏଭଳି କିଛି କହି ତେଲଙ୍ଗାନାରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରର ନରେନ୍ଦ୍ର ମୋଦି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲଙ୍ଗାନାର ଜଗତିଆଲରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ରାହୁଲ ଗାନ୍ଧିଙ୍କ ‘ଶକ୍ତି’ ପ୍ରସଙ୍ଗକୁ ନେଇ ତାଙ୍କୁ କଡା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି , ‘ମୋ ପାଇଁ ପ୍ରତ୍ୟେକ ମା’ ଶକ୍ତିର ଗୋଟିଏ ଗୋଟିଏ ରୂପ, ପ୍ରତ୍ୟେକ ଝିଅ ହେଉଛି ଶକ୍ତିର ରୂପ । ମୁଁ ସେମାନଙ୍କୁ ଶକ୍ତି ଭାବରେ ପୂଜା କରେ। ଏହି ଶକ୍ତି ସ୍ୱରୂପ ମା’ ଏବଂ ଭଉଣୀମାନଙ୍କୁ ସୁରକ୍ଷା ଦେବା ପାଇଁ ମୁଁ ମୋ ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପ୍ରସ୍ତୁତ।'

ସେ ଆହୁରି କହିଛନ୍ତି , ‘ଲୋକସଭା ନିର୍ବାଚନ ଘୋଷଣା ହୋଇସାରିଛି। ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଉତ୍ସବ ଆରମ୍ଭ ହୋଇଛି। ମେ' ୧୩ରେ ତେଲଙ୍ଗାନାବାସୀ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ଏଠାରେ ମେ' ୧୩ରେ ହେବାକୁ ଥିବା ଭୋଟ୍ ‘ବିକଶିତ ଭାରତ’ ପାଇଁ ହେବ। ଭାରତର ବିକାଶ ହେଲେ, ତେଲଙ୍ଗାନାର ମଧ୍ୟ ବିକାଶ ହେବ।

Advertisment

ଗତକାଲି ମୁମ୍ବାଇରେ ଇଣ୍ଡି ଆଲାଏନ୍ସ ରାଲି ହୋଇଥିଲା। ନିର୍ବାଚନ ଘୋଷଣା ହେବା ପରେ ଏହା ଥିଲା ଇଣ୍ଡିଆ ଆଲାଏନ୍ସର ପ୍ରଥମ ରାଲି। ସେହି ରାଲିରେ ସେ ନିଜର ଇସ୍ତାହାର ଜାରି କରିଥିଲେ। ତାଙ୍କ ଇସ୍ତାହାରରେ ଘୋଷଣା କରାଯାଇଥିଲା ଯେ, ମୁଁ କ୍ଷମତା ତଥା ଶକ୍ତି ବିରୋଧରେ ଲଢ଼େଇ କରୁଛି। କିନ୍ତୁ ପ୍ରକୃତରେ ମୋ ଲଢେଇ ଅନୀତି, ଭ୍ରଷ୍ଟାଚାର ବିରୋଧରେ ବୋଲି ମୋଦି କହିଛନ୍ତି।

ବିକାଶ ମୂଳକ ପ୍ରକଳ୍ପ ଏବେ ତେଲଙ୍ଗାନାର କୋଣ ଅନୁକୋଣରେ ପହଞ୍ଚୁଛି। ବିଜେପି ଲହରରେ ବିଆରଏସ୍ ଓ କଂଗ୍ରେସର କୁଶାସନ ସମ୍ପୂର୍ଣ୍ଣ ଧୋଇ ହୋଇଯିବ। ଗୋଟିଏ ପଟେ କ୍ଷମତା ନଷ୍ଟ କଥା କହୁଥିବା ଲୋକ ଅଛନ୍ତି, ଅନ୍ୟପଟେ କ୍ଷମତାକୁ ପୂଜା କରୁଥିବା ଲୋକ ଅଛନ୍ତି। ଏମାନଙ୍କ ଭିତରୁ କେଉଁ ପକ୍ଷ ଜିତିବେ ତାହା ଜୁନ୍ ୪ତାରିଖରେ ସ୍ପଷ୍ଟ ହୋଇଯିବ। ଲୋକେ କହୁଛନ୍ତି ୪ ଜୁନ୍‌ରେ ୪୦୦ ପାର୍ ବୋଲି ମୋଦି କହିଛନ୍ତି।

Bjp Congress PM Modi Rahul Gandhi Telangana Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe