Advertisment

ମାନବାଧିକାର ଉଲ୍ଲଙ୍ଘନ କଥା କହିଲା ଆମେରିକା, କଡ଼ା ଜବାବ ଦେଲା ଭାରତ

ମଣିପୁରରେ ହିଂସା ବେଳେ ଅଧିକ ମାତ୍ରାରେ ମାନବାଧିକାର ଉଲ୍ଲଙ୍ଘନ ଭାରତରେ ଦେଖିବାକୁ ମିଳିଥିଲା ବୋଲି ଆମେରିକା ରିପୋର୍ଟ ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
Manipur

Manipur

Advertisment

ମଣିପୁରରେ ହିଂସା ବେଳେ ଅଧିକ ମାତ୍ରାରେ ମାନବାଧିକାର ଉଲ୍ଲଙ୍ଘନ ଭାରତରେ ଦେଖିବାକୁ ମିଳିଥିଲା ବୋଲି ଆମେରିକା ରିପୋର୍ଟ ପ୍ରକାଶ କରିଛି। ତେବେ ଏହି ରିପୋର୍ଟକୁ ଭାରତ ସରକାର ଗ୍ରହଣ କରି ନାହାନ୍ତି। ରିପୋର୍ଟ ସଂପୂର୍ଣ୍ଣ ଭାବେ ଏକତରଫା ଓ ଦେଶ ବିଷୟରେ ସେମାନଙ୍କୁ ଠିକ ଭାବେ ଜଣା ନଥିବା ଏଥିରୁ ସ୍ପଷ୍ଟ ହୋଇଛି ବୋଲି ଭାରତ ସରକାର କହିଛନ୍ତି। 

Advertisment

ରିପୋର୍ଟ ସମ୍ପର୍କରେ ଆଜି ପଚରା ଯାଇଥିବା ଗୋଟିଏ ପ୍ରଶ୍ନରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି, “ଏହି ରିପୋର୍ଟ ଗଭୀର ଭାବେ ପକ୍ଷପାତିତା ପୂର୍ଣ୍ଣ। ଭାରତ ସମ୍ପର୍କରେ କୌଣସି କଥା ନ ଜାଣି ରିପୋର୍ଟ ପ୍ରକାଶ କରାଯାଇଛି। ଆମେ ଏହାକୁ ଆଦୌ ଗୁରୁତ୍ୱ ଦେଉ ନାହୁଁ। ଆଶା କରୁଛୁ ଯେ ଆପଣମାନେ ମଧ୍ୟ ସମାନ ପଦକ୍ଷେପ ନେବେ।”

ଆମେରିକା ପକ୍ଷରୁ '2023 Country Reports on Human Rights Practices: India' ନିକଟରେ ପ୍ରକାଶ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ମଣିପୁରରେ ଗତବର୍ଷ ଠାରୁ ଆରମ୍ଭ ହୋଇଥିବା ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷ ଯୋଗୁ ବ୍ୟାପାକ ମାତ୍ରାରେ ମାନବାଧିକାର ଉଲ୍ଲଙ୍ଘନ ହୋଇଛି। ଦୁଇ ଜଣ ମହିଳାଙ୍କୁ ଉଲ୍ଲଗ୍ନ କରି ବିଚ୍‌ ରାସ୍ତାରେ ଚଲାଇ ଚଲାଇ ନିଆଯାଇଥିଲା। ଏହି ଘଟଣାକୁ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଜ୍ଜାଜନକ ବୋଲି କହିଛନ୍ତି ଓ ମାମଲାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ରିପୋର୍ଟରେ କୁହାଯାଇଛି। ତଥାପି ଭାରତ ପକ୍ଷରୁ ଏହାକୁ ଗ୍ରହଣ କରାଯାଇ ନାହିଁ।

Advertisment

ଆୟକର ବିଭାଗ ପକ୍ଷରୁ ବିବିସିସିର ଦିଲ୍ଲୀ ଓ ମୁମ୍ବାଇ ଅଫିସରେ ଦୀର୍ଘ ୬୦ ଘଣ୍ଟା କାଳ କରାଯାଇଥିବା ସର୍ଚ୍ଚ ଅପରେସନ ସମ୍ପର୍କରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Manipur Violence USA Manipur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe