Advertisment

‘ଭାରତ-ଚାଇନା ସମ୍ପର୍କ ଆହୁରି ସୁଧୁରିବ, ଅପେକ୍ଷା କର’

ଦୀର୍ଘ ୪ ବର୍ଷ ପରେ ପୂର୍ବ ଲଦାଖର ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରେ ଫେରିଛି ଶାନ୍ତି। ଉକ୍ତ ଅଞ୍ଚଳରୁ ଭାରତ-ଚାଇନା ନିଜ ନିଜ ସୈନ୍ୟ ପ୍ରତ୍ୟାହାର କରି ସାରିଛନ୍ତି। ଏହାଦ୍ୱାରା ଉଭୟ ଦେଶ ସମ୍ପର୍କରେ ଅଧିକ ସୁଧାର ଆସିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ଅଦ୍ୟତନ ହୋଇଛି
Rajnath Singh with jawans

Rajnath Singh with jawans

Advertisment

ଦୀର୍ଘ ୪ ବର୍ଷ ପରେ ପୂର୍ବ ଲଦାଖର ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରେ ଫେରିଛି ଶାନ୍ତି। ଉକ୍ତ ଅଞ୍ଚଳରୁ ଭାରତ-ଚାଇନା ନିଜ ନିଜ ସୈନ୍ୟ ପ୍ରତ୍ୟାହାର କରି ସାରିଛନ୍ତି। ଏହାଦ୍ୱାରା ଉଭୟ ଦେଶ ସମ୍ପର୍କରେ ଅଧିକ ସୁଧାର ଆସିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କିନ୍ତୁ ଏଥିପାଇଁ ସମୟ ଲାଗିବ ଓ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Advertisment

‘ବଡ଼ା ଖାନା’ କାର୍ଯ୍ୟକ୍ରମ ଅବସରରେ ତେଜପୁରସ୍ଥିତ ଗଜରାଜ କୋର ମୁଖ୍ୟାଳୟରେ ଭାରତୀୟ ସେନା ଯବାନଙ୍କୁ ସମ୍ବୋଧନ କରିଛନ୍ତି ରାଜନାଥ ସିଂହ । ‘ବଡ଼ା ଖାନା’ ସେନାର ଏପରି ଏକ କାର୍ଯ୍ୟକ୍ରମ ଯେଉଁଠି ସବୁ ରାଙ୍କର ଅଫିସର ଏକାଠି ହୋଇ ଭୋଜନ କରିଥାନ୍ତି।

ଏହି ଅବସରରେ ସେନାକୁ ସମ୍ବୋଧନ କରି ରକ୍ଷା ମନ୍ତ୍ରୀ କହିଛନ୍ତି, ଉଭୟ ଦେଶର ସେନା ପଛକୁ ହଟି ସାରିଛନ୍ତି। ଏଥିସହ ସମ୍ଭାବ୍ୟ ରୁଟିନ ପାଟ୍ରୋଲିଂ ଆରମ୍ଭ ହେବା ସହ ଗୃହପାଳିତ ପ୍ରାଣୀଙ୍କୁ ଚରାଇବାକୁ ନେଇ ବି ଆପୋଷ ବୁଝାମଣା ହୋଇଛି।

Advertisment

LACରେ ଲାଗି ରହିଥିବା ସଂଘର୍ଷର ସମାଧାନ ନିମନ୍ତେ ଭାରତ ଓ ଚାଇନା ମଧ୍ୟରେ ବିଭିନ୍ନ ସ୍ତରରେ ଆଲୋଚନା ଜାରି ରହିଥିଲା। କିନ୍ତୁ କିଛି ଦିନ ତଳେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଉଚ୍ଚସ୍ତରୀୟ ଆଲୋଚନା ପରେ ଗ୍ରାଉଣ୍ଡ ସ୍ଥିତିରେ ପରିବର୍ତ୍ତନ ହୋଇଛି। ଭାରତୀୟ ସେନାର ଅଦ୍ୟମ ସାହସ, ପରାକ୍ରମ ନିମନ୍ତେ ଏହା ସମ୍ଭବ ହୋଇ ପାରିଲା ବୋଲି ସେ କହିଛନ୍ତି।

ଡିସଏନଗେଜମେଣ୍ଟ ପ୍ରକ୍ରିୟା ଶେଷ ହୋଇଥିବାରୁ ଉଭୟ ପକ୍ଷଙ୍କ ଆଲୋଚନା ଏହାଠୁ ଆଗକୁ ବଢ଼ୁ ବୋଲି ଆମେ ପ୍ରୟାସ କରୁଛୁ। କିନ୍ତୁ ଏଥିପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ମନ୍ତ୍ରୀ ।

ଏହି ଅବସରରେ ସେ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ କହିଥିଲେ, ଆମେ ସାଙ୍ଗ ବଦଳାଇ ପାରିବା, କିନ୍ତୁ ପଡ଼ୋଶୀ ନୁହେଁ। ତେଣୁ ପଡ଼ୋଶୀଙ୍କ ସହ ଭଲ ସମ୍ପର୍କ ବଜାୟ ରଖିବା ଭାରତର ସ୍ପଷ୍ଟ ନୀତି। କିନ୍ତୁ ବେଳେବେଳେ ଏପରି ପରିସ୍ଥିତି ଉପୁଜେ ଯେ, ଦେଶର ସୁରକ୍ଷା ପାଇଁ ଆମକୁ ସଂଘର୍ଷ କରିବାକୁ ପଡ଼ିଥାଏ। କିନ୍ତୁ ଶାନ୍ତି ବଜାୟ ରଖିବା ନିମନ୍ତେ ସରକାର ଯଥାସମ୍ଭବ ଚେଷ୍ଟା ଜାରି ରଖିଥାନ୍ତି ।

ସୂଚନାଯୋଗ୍ୟ, ପୂର୍ବ ଲଦାଖର ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରେ ଗତ ୪ ବର୍ଷ ହେବ ସୃଷ୍ଟି ହୋଇଥିବା ଉତ୍ତେଜନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଗତକାଲି ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଜି ଦୁଇ ଦେଶର ସେନା ପରସ୍ପରକୁ ମିଠା ବାଣ୍ଟିଛନ୍ତି। ଏବେ ସମ୍ଭାବ୍ୟ ରୁଟିନ ପାଟ୍ରୋଲିଂ ଆରମ୍ଭ ହେବ। ଏଥିପାଇଁ ଦୁଇ ଦେଶ ରାଜି  ହୋଇଛନ୍ତି।

ଉଭୟ ଦେଶର ସ୍ଥାନୀୟ ମିଲିଟାରୀ କମାଣ୍ଡର୍ସ ପ୍ରତିଦିନ ସକାଳେ ହଟଲାଇନ ଦ୍ୱାରା ଦୈନିକ ଯୋଜନା ସମ୍ପର୍କରେ କଥା ହେବେ। ସେହିପରି ଧାର୍ଯ୍ୟ ସ୍ଥାନରେ ଦୈନିକ ଥରେ କିମ୍ବା ଦୁଇ ଥର ଇନ ପର୍ସନ ମିଟିଂ କରି ସ୍ଥିତିର ସମୀକ୍ଷା କରିବେ। ସବୁ କିଛି ପ୍ରୋଟକଲ ଅନୁସାରେ ହେବ ବୋଲି ଉଭୟ ଦେଶ ସହମତି ଜଣାଇଛନ୍ତି। 

Rajnath Singh India-china Border Tension India-China Land Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe