Advertisment

ସୀମାରୁ ସେନା ପ୍ରତ୍ୟାହାର ସହ ଭିତ୍ତିଭୂମି ହଟାଇଲେ ଭାରତ ଓ ଚାଇନା

ଗଲୱାନ ସମେତ ସୀମାରେ ସୃଷ୍ଟି ହୋଇଥିବା ୪ ବଫର ଜୋନ ସମ୍ପର୍କରେ ଦୁଇ ଦେଶ କୌଣସି ପ୍ରକାରର ଆଲୋଚନା କରିନାହାନ୍ତି। ତେବେ କ୍ରପ୍ସ କମାଣ୍ଡରସ୍ତରୀୟ ଆଲୋଚନା ଦ୍ୱାରା ବଫର ଜୋନରେ ସମ୍ଭାବ୍ୟ ପାଟ୍ରୋଲିଂ ଉପରେ ନିଷ୍ପତ୍ତି ନିଆଯିବ।

author-image
Hemant Lenka
India

India

ଭାରତ ଓ ଚାଇନା ସେନା ମଧ୍ୟରେ ଚାଲିଥିବା ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆପତତଃ ଶେଷ ହୋଇଛି। ଦୁଇ ଦେଶ ପରସ୍ପର ସହ ଆଲୋଚନା କରି ପୂର୍ବ ଲଦାଖର ଦେପାଙ୍ଗ ଓ ଡେମଚୋକ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ।

Advertisment

ଏଥିସହ ଅକ୍ଟୋବର ୨୯ ସୁଦ୍ଧା ସୀମାରେ ନିର୍ମାଣ ହୋଇଥିବା ଭିତ୍ତିଭୂମି ହଟାଇବାକୁ ରାଜି ହୋଇଥିଲେ। ସେହି ଅନୁସାରେ ଆଜି ଡିସଏନଗେଜମେଣ୍ଟ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ଏହାର ସ୍ୟାଟେଲାଇଟ ଛବି ମଧ୍ୟ ସାମ୍ନାକୁ ଆସିଛି।

ବର୍ତ୍ତମାନ ଭାରତୀୟ ସେନା ଓ ଚାଇନାର ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ) ମିଳିତ ଭାବେ ଏଲଏସିର ସମ୍ବେଦନଶୀଳ ଅଞ୍ଚଳରୁ ସୈନ୍ୟ ଓ ଭିତ୍ତିଭୂମି ପ୍ରତ୍ୟାହାର କାର୍ଯ୍ୟକୁ ଯାଞ୍ଚ କରୁଛନ୍ତି। ଉଭୟ ଦେଶର ସେନା ମିଳିତ ଭାବେ ଯାଞ୍ଚ ପ୍ରକ୍ରିୟା କରି ବାସ୍ତବରେ ଡିସଏନଗେଜମେଣ୍ଟ ପ୍ରକ୍ରିୟା ଶେଷ ହୋଇଛି କି ନାହିଁ, ତା’ର ରିପୋର୍ଟ ଦେବେ। ଏବେ କେବଳ ଦୁଇ ଦେଶ ମଧ୍ୟରେ ବିଶ୍ୱାସ ଆଧାରରେ କାମ ହେଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

Advertisment

ଅନ୍ୟପକ୍ଷରେ ଗଲୱାନ ସମେତ ସୀମାରେ ସୃଷ୍ଟି ହୋଇଥିବା ୪ ବଫର ଜୋନ ସମ୍ପର୍କରେ ଦୁଇ ଦେଶ କୌଣସି ପ୍ରକାରର ଆଲୋଚନା କରିନାହାନ୍ତି। ତେବେ କ୍ରପ୍ସ କମାଣ୍ଡରସ୍ତରୀୟ ଆଲୋଚନା ଦ୍ୱାରା ବଫର ଜୋନରେ ସମ୍ଭାବ୍ୟ ପାଟ୍ରୋଲିଂ ଉପରେ ନିଷ୍ପତ୍ତି ନିଆଯିବ।

ପ୍ରଥମେ ଡିସଏନଗେଜମେଣ୍ଟ ହୋଇଥିବା ଦେପାଙ୍ଗ ଓ ଡେମଚୋକ ଅଞ୍ଚଳରେ ଦୁଇ ଦେଶ ସଫଳତାର ସହ ପାଟ୍ରୋଲିଂ କରିବେ। ଏହାପରେ ବାକି ବଫର ଜୋନରେ ହେବାକୁ ଥିବା ପାଟ୍ରୋଲିଂ ଉପରେ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି।

ଉଭୟ ଦେଶର ସ୍ଥାନୀୟ ମିଲିଟାରୀ କମାଣ୍ଡର୍ସ ପ୍ରତିଦିନ ସକାଳେ ହଟଲାଇନ ଦ୍ୱାରା ଦୈନିକ ଯୋଜନା ସମ୍ପର୍କରେ କଥା ହେବେ। ସେହିପରି ଧାର୍ଯ୍ୟ ସ୍ଥାନରେ ଦୈନିକ ଥରେ କିମ୍ବା ଦୁଇ ଥର ଇନ ପର୍ସନ ମିଟିଂ କରି ସ୍ଥିତିର ସମୀକ୍ଷା କରିବେ। ସବୁ କିଛି ପ୍ରୋଟକଲ ଅନୁସାରେ ହେବ ବୋଲି ଦୁଇ ଦେଶ ରାଜି ହୋଇଛନ୍ତି।

India China Dispute