Advertisment

ସେନା ପ୍ରତ୍ୟାହାର ପରେ LACରେ ପ୍ରଥମଥର ପାଇଁ ପାଟ୍ରୋଲିଂ କଲେ ଭାରତ ଓ ଚାଇନା

ପାଟ୍ରୋଲିଂ ପୂର୍ବରୁ ଉଭୟ ଦେଶର ସ୍ଥାନୀୟ କମାଣ୍ଡରମାନେ ପରସ୍ପର ସହ ଆଲୋଚନା କରିଥିଲେ। ସେମାନେ ନିୟମ ପ୍ରଣୟନ କରିବା ପରେ ସେହି ଅନୁସାରେ ପାଟ୍ରୋଲିଂ କରାଯାଇଛି।

author-image
Hemant Lenka
India, China

India, China

ପୂର୍ବ ଲଦାଖର ଡେମଚୋକ ଓ ଦୀପସାଙ୍ଗର ବିବାଦୀୟ ଅଞ୍ଚଳରେ ଉଭୟ ଭାରତ ଏବଂ ଚାଇନା ପ୍ରଥମ ରାଉଣ୍ଡ ପାଟ୍ରୋଲିଂ ଶେଷ କରିଛନ୍ତି। ନିକଟରେ ଦୁଇ ଦେଶ ପରସ୍ପର ସହ ଚୁକ୍ତି କରି ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିଥିଲେ। ଏଥିସହ ଭିତ୍ତିଭୂମିକ ମଧ୍ୟ ହଟାଇଥିଲେ।

Advertisment

ଏହି ସମୟରେ ଭାରତ ଓ ଚାଇନା ମିଳିତ ଭାବେ ସପ୍ତାହକୁ ଗୋଟିଏ ଥର ପାଟ୍ରୋଲିଂ କରିବେ ବୋଲି ସହମତି ପ୍ରକାଶ କରିଥିଲେ। ସେହି ଅନୁସାରେ ଉଭୟ ଦେଶ ଏବେ ପ୍ରଥମ ରାଉଣ୍ଡ ପାଟ୍ରୋଲିଂ ଶେଷ କରିଛନ୍ତି।

ପାଟ୍ରୋଲିଂ ପୂର୍ବରୁ ଉଭୟ ଦେଶର ସ୍ଥାନୀୟ କମାଣ୍ଡରମାନେ ପରସ୍ପର ସହ ଆଲୋଚନା କରିଥିଲେ। ସେମାନେ ନିୟମ ପ୍ରଣୟନ କରିବା ପରେ ସେହି ଅନୁସାରେ ପାଟ୍ରୋଲିଂ କରାଯାଇଛି।

Advertisment

ଚୁକ୍ତିରେ ଥିବା ବ୍ୟବସ୍ଥାକୁ ଉଭୟ ଦେଶ ଅନୁପାଳନ କରିଛନ୍ତି। ସେମାନେ ପାଟ୍ରୋଲିଂ ମାଧ୍ୟମରେ ଡିସଏନଗେଜମେଣ୍ଟ ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି। ଏଠାରେ ବାକି ରହିଯାଇଥିବା ଅସ୍ଥାୟୀ ଭିତ୍ତିଭୂମିକୁ ହଟାଇବାକୁ ମଧ୍ୟ ସହମତି ପ୍ରକାଶ କରିଛନ୍ତି।

ଅକ୍ଟୋବର ମାସରେ ସେନା ପ୍ରତ୍ୟାହାର ପାଇଁ ଆଲୋଚନା ଶେଷ ହୋଇଥିବା ବେଳେ ନଭେମ୍ବର ମାସରେ ଉଭୟ ଦଳ ମିଳିତ ପାଟ୍ରୋଲିଂ କରିଛନ୍ତି। ପ୍ରତିଟି ଅଞ୍ଚଳରେ ଗୋଟିଏ ପାଟ୍ରୋଲିଂ ଭାରତ ପକ୍ଷରୁ ଓ ଅନ୍ୟ ଗୋଟିଏ ଚାଇନା ତରଫରୁ କରାଯିବ।

India China Diplomatic Talks India China Dispute