Advertisment

ସାମରିକ ବିବାଦର ସମାଧାନ ପାଇଁ ଚାଲିଛି ଭାରତ ଏବଂ ଚୀନ୍ ବୈଠକ

ତିନି ବର୍ଷ ପୁରୁଣା ସାମରିକ ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍ ଆଜି ୧୮ ତମ ରାଉଣ୍ଡ କର୍ପସ କମାଣ୍ଡର ସ୍ତରର ଆଲୋଚନା କରୁଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
India, China

India, China

ନୂଆଦିଲ୍ଲୀ: ତିନି ବର୍ଷ ପୁରୁଣା ସାମରିକ ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍ ଆଜି ୧୮ ତମ ରାଉଣ୍ଡ କର୍ପସ କମାଣ୍ଡର ସ୍ତରର ଆଲୋଚନା କରୁଛନ୍ତି। ପୂର୍ବାଞ୍ଚଳ ଲଦାଖ ସେକ୍ଟରର ଚୁସୁଲ-ମୋଲଡୋ ସୀମାରେ ଏହି ବୈଠକ ଅନୁଷ୍ଠିତ ହେଉଛି। ରହିଥିବା ବିବାଦର ସମାଧାନ ପ୍ରସଙ୍ଗକୁ ଉଭୟ ଦେଶ ଗୁରୁତ୍ୱ ସହ ନେଇଛନ୍ତି। ପାଞ୍ଚ ମାସର ବ୍ୟବଧାନ ପରେ ଦୁଇ ଦେଶ ମଧ୍ୟରେ ବୈଠକ ଅନୁଷ୍ଠିତ ହେଉଛି। ଗତ ବର୍ଷ ଡିସେମ୍ବରରେ କର୍ପସ କମାଣ୍ଡର ସ୍ତରର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା।

Advertisment

ଭାରତ ପକ୍ଷରୁ ଫାୟାର ଆଣ୍ଡ ଫ୍ୟୁରି କର୍ପସ କମାଣ୍ଡର ଲେଫ୍ଟ ଜେନେରାଲ ରସିମ ବାଲି ଏହି ସଭାର ନେତୃତ୍ୱ ନେଉଛନ୍ତି। ଚୀନ୍ ପକ୍ଷରୁ ମଧ୍ୟ ସମାନ ପଦବୀ ଅଧିକାରୀ ବୈଠକରେ ନିୟୋଜିତ ଅଛନ୍ତି ବୋଲି ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାପଡ଼ିଛି। ଉଭୟ ପକ୍ଷ ନିଜ ନିଜ ସ୍ଥିତିକୁ ମଜବୁତ କରିବା ପାଇଁ ସୀମାରେ ଦ୍ରୁତ ଗତିରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଏହି ସଭା ଅନୁଷ୍ଠିତ ହେଉଛି। ଭାରତୀୟ ଦଳ ପକ୍ଷରୁ ଡେପସଙ୍ଗ, ଡେମୋକୋକରେ ଚାଇନା ସୃଷ୍ଟି କରୁଥିବା ଅଶାନ୍ତି ପ୍ରସଙ୍ଗ ବୈଠକରେ ଉଠାଉଛନ୍ତି।

ସୂଚନା ଥାଉକି, ପୂର୍ବାଞ୍ଚଳ ଲଦାଖ ସେକ୍ଟର ସୀମାରେ ଚାଇନା ତାହାର ବିଶାଳ ସେନା ବଢ଼ାଇବାରେ ଲାଗିଛି। ଏୟାରବେସ୍‌ ପ୍ରତିଷ୍ଠା କରିବା ସାଙ୍ଗକୁ ଅତ୍ୟାଧୁନିକ ପରମାଣୁ ଅସ୍ତ୍ରଶସ୍ତ୍ର ମୁତୟନ କରୁଛି। ଗତ ୩ ବର୍ଷ ଭିତରେ ଡ୍ରାଗନର ଏଭଳି ଗତବିଧି ଦେଖି ଭାରତ ମଧ୍ୟ ଯେକୌଣସି ପ୍ରକାର ଆକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ନେଇଛି। ବ୍ୟାପକ ଫୋର୍ସ ମୁତୟନ କରାଯିବା ସହ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପ୍ରସ୍ତୁତ ରଖାଯାଇଛି।

Advertisment
India-China Clash