Advertisment

ଭାରତ-ଚାଇନା ସମ୍ପର୍କକୁ ନେଇ ଲୋକସଭାରେ ବଡ଼ ବୟାନ ଦେଲେ ବୈଦେଶିକ ମନ୍ତ୍ରୀ

ଶୀତ ଅଧିବେଶନରେ ଭାରତ-ଚାଇନା ସମ୍ପର୍କକୁ ନେଇ ଲୋକସଭାରେ ବିବୃତି ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର।

Lok sabha

Lok sabha

Advertisment

ଏଲଏସିରେ ଦୀର୍ଘ ଦିନ ଧରି ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚାଲିଥିବା ବେଳେ ନିକଟରେ ଦୁଇଟି ପଏଣ୍ଟରେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ସେହିପରି ଦୁଇ ଦେଶ ପରସ୍ପର ସହ ଆଲୋଚନା କରି ବିବାଦୀୟ ସ୍ଥଳରେ ପ୍ୟାଟ୍ରୋଲିଂ ମଧ୍ୟ କରୁଛନ୍ତି।

Advertisment

ଏସବୁ ଭିତରେ ପ୍ରଥମଥର ପାଇଁ ଶୀତ ଅଧିବେଶନରେ ଭାରତ-ଚାଇନା ସମ୍ପର୍କକୁ ନେଇ ଲୋକସଭାରେ ବିବୃତି ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର। ଚାଇନା ସହ ନିରପେକ୍ଷ ଓ ଉଭୟ ଦେଶକୁ ଗ୍ରହଣୀୟ ହେଉଥିବା ଭଳି ପଦକ୍ଷେପ ନେବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ଜୟଶଙ୍କର ଗୃହକୁ ଅବଗତ କରାଇଛନ୍ତି।

ସେ କହିଛନ୍ତି, “ ନିୟମିତ କୂଟନୀତିକ ଆଲୋଚନା ଯୋଗୁ ଭାରତ-ଚାଇନା ସମ୍ପର୍କ ଉନ୍ନତି ଦିଗରରେ ଗତି କରୁଥିବା ନିକଟରେ ସୀମାରେ ନିଆଯାଇଥିବା ପଦକ୍ଷେପରୁ ସ୍ପଷ୍ଟ ହୋଇଛି।”

Advertisment

ବୈଦେଶିକ ମନ୍ତ୍ରୀଙ୍କ କହିବା କଥା ଯେ ୨୦୨୦ ପରଠାରୁ ଭାରତ-ଚାଇନା ସମ୍ପର୍କ ସ୍ୱାଭାବିକ ନଥିଲା। ସୀମାରେ ଥିବା ଶାନ୍ତି ଓ ସ୍ଥିରତା ଚାଇନା ନେଇଥିବା ପଦକ୍ଷେପ ଯୋଗୁ ବିଗିଡ଼ି ଯାଇଥିଲା। ଶାନ୍ତି ଓ ସ୍ଥିରତା ଉପରେ ହିଁ ଭାରତ-ଚାଇନାର ସମ୍ପର୍କ ସେତୁ ନିର୍ଭର କରୁଛି।

ଆମ ସମ୍ପର୍କ ଅନେକ କ୍ଷେତ୍ରରେ ଆଗକୁ ଯାଇଛି। କିନ୍ତୁ ନିକଟରେ ଘଟିଥିବା ଘଟଣା ନିଶ୍ଚିତ ଭାବେ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥିଲା। ଆମେ ସ୍ପଷ୍ଟ ଭାବେ କହି ସାରିଛୁ ଯେ ସୀମାରେ ଶାନ୍ତି ଓ ସ୍ଥିରତା ହିଁ ଦୁଇ ଦେଶର ସମ୍ପର୍କର ଭାଗ୍ୟ ନିର୍ଦ୍ଧାରଣ କରିବ।

ଆଗାମୀ ଦିନରେ ଆମେ ସୀମାନ୍ତ ଅଞ୍ଚଳରେ ଉଭୟ ସେନା ପ୍ରତ୍ୟାହାର ଓ ପ୍ରଭାବୀ ବ୍ୟବସ୍ଥିତ କାର୍ଯ୍ୟକଳାପ ଉପରେ ମଧ୍ୟ ଆଲୋଚନା କରିବୁ। ଡିସଏନଗେଜମେଣ୍ଟ ପ୍ରକ୍ରିୟା ଶେଷ ହୋଇଥିବାରୁ ଆମେ ଏବେ ଆମର ଜାତୀୟ ସୁରକ୍ଷାକୁ ସର୍ବାଧିକ ଅଗ୍ରାଧିକାର ଦେଇ ଅନ୍ୟ ଦିଗ ଗୁଡ଼ିକ ଉପରେ ଆଲୋଚନା କରିବାକୁ ସୁଯୋଗ ପାଇଛୁ।

ଲଜିଷ୍ଟିକ ସମସ୍ୟା ଓ କୋଭିଡ ସତ୍ତ୍ୱେ ଆମ ସୁରକ୍ଷାକର୍ମୀମାନେ ଚାଇନିଜ ଟ୍ରୁପ୍ସକୁ ଦୀର୍ଘ ଦିନ ଯାଏ ମୁକାବିଲା କରିଥିଲେ। ତେଣୁ ଏବେ କାର ପରିସ୍ଥିତି ପାଇଁ ସବୁ ଶ୍ରେୟ ଆମ ସୁରକ୍ଷାକର୍ମୀଙ୍କ ପାଖକୁ ଯାଉଛି ବୋଲି ଜୟଶଙ୍କର କହିଛନ୍ତି।

India China Diplomatic Talks S Jaishankar Lok Sabha Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe