Advertisment

ବାଂଲାଦେଶ ମିଶନରେ ଧସେଇ ପଶିଲେ ବିକ୍ଷୋଭକାରୀ, ଦୁଃଖଦାୟକ କହିଲା ଭାରତ

ବାଂଲାଦେଶରେ ସନ୍ଥମାନଙ୍କ ଗିରଫଦାରୀ ବିରୋଧରେ ଆଜି ବାଂଲାଦେଶ ମିଶନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Bangladesh

Bangladesh

Advertisment

ତ୍ରିପୁରାର ଅଗରତାଲାରେ ଥିବା ବାଂଲାଦେଶ ଆସିସଷ୍ଟାଣ୍ଟ ହାଇକମିଶନରେ ଆଜି ସାଂଘାତିକ ସୁରକ୍ଷା ତ୍ରୁଟି ଦେଖିବାକୁ ମିଳିଛି। ବାଂଲାଦେଶରେ ସନ୍ଥମାନଙ୍କ ଗିରଫଦାରୀ ବିରୋଧରେ ଆଜି ବାଂଲାଦେଶ ମିଶନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Advertisment

ଏହି ସମୟରେ ବିକ୍ଷୋଭକାରୀମାନେ ମିଶନ ଭିତରେ ଧସେଇ ପଶି ଯାଇଥିଲେ। ଏପରି ଘଟଣାକୁ ଭାରତ ସରକାର ନିନ୍ଦା କରିଛନ୍ତି। ଏଥିସହ ଘଟଣାଟି ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି।

ବାଂଲାଦେଶରେ ଏବେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି। ଇସ୍କନ ମହନ୍ତ ଚିନ୍ମୟ ଦାସଙ୍କୁ ମଧ୍ୟ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଛି। ଏହା ବିରୋଧରେ ଆଜି ଅଗରତାଲାରେ ଥିବା ବାଂଲାଦେଶ ମିଶନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Advertisment

ଏହି ସମୟରେ ପ୍ରାୟ ୫୦ ଜଣ ବିକ୍ଷୋଭକାରୀ ବଳପୂର୍ବକ ବାଂଲାଦେଶ ମିଶନ ଭିତରେ ପଶି ଯାଇଥିଲେ। ଏଥିଯୋଗୁ ସେଠାରେ ଥିବା ବାଂଲାଦେଶ ଅଧିକାରୀମାନେ ଆତଙ୍କିତ ହୋଇପଡ଼ିଥିଲେ।

ଘଟଣା ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଅଗରତାଲାରେ ଥିବା ବାଂଲାଦେଶ ଆସିସଷ୍ଟାଣ୍ଟ ହାଇକମିଶନରେ ବିକ୍ଷୋଭକାରୀ ଧସେଇ ପଶିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ। କୂଟନୀତିକ ଓ କନସୁଲାର ସମ୍ପତ୍ତିକୁ କୌଣସି ବି ପରିସ୍ଥିତିରେ କେହି ଟାର୍ଗେଟ କରିପାରିବେ ନାହିଁ।

ଭାରତ ସରକାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ଦିଲ୍ଲୀରେ ଥିବା ବାଂଲାଦେଶ ହାଇକମିଶନ ସମେତ ଅନ୍ୟାନ୍ୟ ସ୍ଥାନରେ ଥିବା ଡେପୁଟି ଓ ଆସିସଷ୍ଟାଣ୍ଟ ହାଇକମିଶନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe