ବୁଧବାର ମୋଦିଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ: ଏଥର ପାକିସ୍ତାନ ପାଇଁ ବନ୍ଦ ହେବ ଆକାଶ ପଥ!

ଭାରତର କୂଟନୀତିକ ଝଟକାରେ ଥରହର ପାକିସ୍ତାନ ରକ୍ତ ଚାଉଳ ଚୋବାଇବା ସହ ନୂଆଦିଲ୍ଲୀକୁ ପରମାଣୁ ବୋମାର ଧମକ ଦେଇ ଚାଲିଛି।

CCS

ଏପ୍ରିଲ ୨୩ରେ ବସିଥିବା ସିସିଏସ୍‌ ବୈଠକ

Hemant Lenka
  • Published: Tuesday, 29 April 2025
  • Updated: 29 April 2025, 02:29 PM IST

Sports

Latest News

ପହଲଗାମ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଛି। ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଭୟରେ ଛାନିଆ ହୋଇଥିବା ପାକିସ୍ତାନକୁ ନୂଆଦିଲ୍ଲୀ ପକ୍ଷରୁ ପ୍ରଥମେ କୂଟନୀତିକ ଝଟକା ଦିଆଯାଇଥିଲା। ପହଲଗାମ ଆତଙ୍କବାଦୀ ହମଲା ପରେ ବସିଥିବା ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକରେ ପାକିସ୍ତାନ ବିରୋଧରେ ୫ ବଡ଼ ନିଷ୍ପତ୍ତି ନିଆଯାଇଥିଲା। ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗତି, ପାକିସ୍ତାନୀଙ୍କ ଭିସା ରଦ୍ଦ, ଅଟାରୀ ସୀମା ବନ୍ଦ, ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ସହ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନୀ ଦୂତାବାସର ସାମରିକ ପରାମର୍ଶଦାତା ସପ୍ତାହେ ଭିତରେ ଭାରତ ଛାଡ଼ିବା ଓ ପାକିସ୍ତାନ ସହ ସମସ୍ତ ପ୍ରକାରର ବ୍ୟବସାୟିକ ସମ୍ପର୍କ ରନ୍ଦ କରାଯାଇଥିଲା। 

ଭାରତର ଏପରି କୂଟନୀତିକ ଝଟକାରେ ଥରହର ପାକିସ୍ତାନ ରକ୍ତ ଚାଉଳ ଚୋବାଇବା ସହ ନୂଆଦିଲ୍ଲୀକୁ ପରମାଣୁ ବୋମାର ଧମକ ଦେଇ ଚାଲିଛି। ଭାରତ କୂଟନୀତିକ ଗୋଟିଏ ଚାଳନା ପରେ ପାକିସ୍ତାନକୁ ଏୟାର ଷ୍ଟ୍ରାଇକର ଭୟ ଘାରିଛି। ଏଥିପାଇଁ ପାକିସ୍ତାନ ପକ୍ଷରୁ ତା’ର ସିଆଲକୋଟ ଡିଫେନ୍ସ ରାଡାର ସିଷ୍ଟମକୁ ଫର୍‌ୱାର୍ଡ ପୋଜିସନକୁ ଆଣିଛି। ଭାରତୀୟ ବାୟୁସେନାର ଗତିବିଧିକୁ ଆଗୁଆ ଜାଣିବା ପାଇଁ ପାକିସ୍ତାନ ଏପରି ପଦକ୍ଷେପ ନେଇଛି।

Also Read

ଏସବୁ ଭିତରେ ଆସନ୍ତାକାଲି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବା ସିସିଏସ୍‌ ବୈଠକ ବସୁଛି। ଏହି ବୈଠକ ଦିନ ୧୧ଟାରେ ଆରମ୍ଭ ହେବ। ଏଥିରେ ପାକିସ୍ତାନ ବିପକ୍ଷରେ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। କୁହାଯାଉଛି ଯେ ଭାରତ ସରକାର ପାକିସ୍ତାନର ସମସ୍ତ ବିମାନ ପାଇଁ ନୂଆଦିଲ୍ଲୀର ଆକାଶ ପଥକୁ ବନ୍ଦ କରିବେ।

ଭାରତ ଯଦି ଆକାଶ ପଥ ବନ୍ଦ କରିବ, ତା’ହେଲେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବିମାନଗୁଡ଼ିକୁ ଦକ୍ଷିଣ ପୂର୍ବ ଏସିଆ ଦେଶ ଯଥା କ୍ୱାଲାଲମ୍ପପୁର ଭଳି ପ୍ରମୁଖ ସ୍ଥାନକୁ ଯିବା ପାଇଁ ଚାଇନା କିମ୍ବା ଶ୍ରୀଲଙ୍କାର ଆକାଶ ପଥରେ ନିଜର ପଥ ପ୍ରସ୍ତୁତ କରିବାକୁ ପଡ଼ିବ।

ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ହମଲା ପରେ ପାକିସ୍ତାନ ପୂରା ଡରି ଯାଇଛି। ଭାରତ ପଟୁ ଆକ୍ରମଣର ଭୟ ଥିବାରୁ ପାକିସ୍ତାନୀ ବିମାନଗୁଡ଼ିକ ଭାରତର ଆକାଶ ପଥ ବ୍ୟବହାର କରୁ ନାହାନ୍ତି। ଏବେ ଭାରତ ସରକାର ଆକାଶ ପଥକୁ ପାକିସ୍ତାନ ବିମାନଗୁଡ଼ିକ ପାଇଁ ବନ୍ଦ କଲେ, ଇସଲାମାବାଦ ଅନେକ ସମସ୍ୟାରେ ପଡ଼ିବ। ପାକିସ୍ତାନ ବିମାନ ଗୁଡ଼ିକ ଅଧିକ ଇନ୍ଧନ ଖର୍ଚ୍ଚ କରି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ବାଧ୍ୟ ହେବେ।

ଆକାଶ ପଥ ବ୍ୟତୀତ ଆସନ୍ତାକାଲି ସିସିଏସ୍‌ ବୈଠକରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇ ପାରେ। ଏବେ ଭାରତର ବିଭିନ୍ନ ପୋର୍ଟକୁ ପାକିସ୍ତାନୀ ଜାହାଜ ଆସୁଛି। ପାକିସ୍ତାନକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବା ପାଇଁ ଭାରତ ସରକାର ବିଭିନ୍ନ ପୋର୍ଟକୁ ଆସୁଥିବା ପାକିସ୍ତାନୀ ଜାହାଜ ଉପରେ ମଧ୍ୟ ବ୍ୟାନ ଲଗାଇ ପାରନ୍ତି।

ଏପ୍ରିଲ ୨୩ରେ ଭାରତ ସରକାରଙ୍କ କୂଟନୀତିକ ଗୋଟି ଚାଳନାରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ପାକିସ୍ତାନ ଭାରତୀୟ ବିମାନ ଗୁଡ଼ିକ ପାଇଁ ତା’ର ଆକାଶ ପଥକୁ ବନ୍ଦ କରି ଦେଇଥିଲା। ଏଥିଯୋଗୁ ୟୁରୋପ ଓ ଦକ୍ଷିଣ ଆମେରିକାକୁ ଯାଉଥିବା ଭାରତୀୟ ବିମାନ ଗୁଡ଼ିକ ଆରବ ସାଗର ଉପର ଦେଇ ଯାତ୍ରା କରୁଛନ୍ତି। ଏଥିପାଇଁ ଅଧିକ ଇନ୍ଧନ ଖର୍ଚ୍ଚ ହେଉଛି ଓ ଅଧିକ ସମୟ ଲାଗୁଛି। ତଥାପି ଭାରତୀୟ ବିମାନ ଗୁଡ଼ିକ ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି।

ହେଲେ ପାକିସ୍ତାନ ଆକାଶ ପଥ ଦେଇ ବିମାନ ଯିବା ବେଳେ ଦେଶକୁ ମିଳୁଥିବା ଓଭର ଫ୍ଲାଇଟ ଫି’ ଇସଲାମାବାଦ ଏବେ ହରାଇ ଦେଇଛି। ପାକିସ୍ତାନକୁ ଆଉ ବିମାନ କମ୍ପାନୀଗୁଡ଼ିକ ଦେଉଥିବା ଫି’ ମିଳିବ ନାହିଁ। ୨୦୧୯ ଜୁଲାଇ ମାସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା ଯେ ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ତା’ର ଆକାଶ ପଥକୁ ଭାରତ ପାଇଁ ବନ୍ଦ କରିଥିଲା। ଏଥିଯୋଗୁ ପାକିସ୍ତାନ ପ୍ରାୟ ୧୦୦ ମିଲିୟନ ଡଲାରର କ୍ଷତି ସହିଥିଲା। ଆକାଶ ପଥ ବନ୍ଦ ଯୋଗୁ ଦୈନିକ ୪୦୦ ବିମାନ ପ୍ରଭାବିତ ହେଉଥିଲେ। ପାକିସ୍ତାନର ବେସାମରିକ ବିମାନ ଚଳଚଳ ପ୍ରାଧିକରଣ ବା ସିଏଏ ଓ ପାକିସ୍ତାନ ଅନର୍ଜାତୀୟ ଏୟାରଲାଇଇନ୍ସ ବା ପିଆଇଏକୁ ବଡ଼ଧରଣର କ୍ଷତି ସହିବାକୁ ପଡ଼ିଥିଲା।

ତଥ୍ୟରୁ ଜଣାପଡ଼ିଥିଲା ଯେ ବୋଇଂ ୭୩୭ ପାକିସ୍ତାନ ଆକଶ ପଥକୁ ବ୍ୟବହାର କଲେ ଓଭର ଫ୍ଲାଇଟ ଫି’ ବାବଦରେ ୫୮୦ ଡଲାର ଦେବାକୁ ପଡ଼ିଥାଏ। ଏହା ଠାରୁ ବଡ଼ବଡ଼ ବିମାନ ପାଇଁ ଅଧିକ ଫି’ ଲାଗି ଥାଏ। ଅଧିକାରୀମାନେ ଆକଳନ କରିଥିଲେ ଯେ ୨୦୧୯ରେ ପାକିସ୍ତାନ ଆକାଶ ପଥ ବନ୍ଦ କରିଥିବାରୁ ସିଏଏକୁ ଦୈନିକ ୨୩୨,୦୦୦ ଡଲାରର କ୍ଷତି ରହିଥିଲା। ଯଦି ଏଥିରେ ଲ୍ୟାଣ୍ଡିଂ ଓ ପାର୍କିଂକୁ ଯୋଡ଼ା ଯାଏ, ତା’ହେଲେ ଦୈନିକ ରାଜସ୍ୱ କ୍ଷତି ୩୦୦,୦୦ ଡଲାରରେ ପହଞ୍ଚିବ।

ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ ମଧ୍ୟ ଅନ୍ତର୍ଜାତୀୟ ରାସ୍ତାର ନିଲମ୍ବନ ଓ ଘରୋଇ ରାସ୍ତାରେ ଦୀର୍ଘ ସମୟର ଯାତ୍ରା ଯୋଗୁ ପ୍ରତଦିନ ୪୬୦,୦୦୦ ଡଲାରର କ୍ଷତି ସହିଥିଲା। ଏହାର ଅର୍ଥ ସିଏଏ ଓ ପିଆଇର କ୍ଷତିକୁ ମିଶାଇଲେ ଦୈନିକ ରାଜସ୍ୱହାନୀର ପରିମାଣ ୭୬୦,୦୦୦ ଡଲାର ଛୁଇଁଥିଲା। ଫଳ ସ୍ୱରୁପ କଟକଣା ହଟାଇବା ବେଳକୁ କ୍ଷତି ପ୍ରାୟ ୧୦୦ ମିଲିୟର ଡଲାର ଛୁଇଁ ସାରିଥିଲା।

ଏବେ ପହଲଗାମ ଆକ୍ରମଣ ପରେ ପାକିସ୍ତାନ ପୁଣି ଆକାଶ ପଥକୁ ବନ୍ଦ କରିଛି। ତେଣୁ ପାକିସ୍ତାନ ସମାନ ଧରଣର କ୍ଷତି ସହିବାକୁ ଯାଉଛି। ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ପକ୍ଷରୁ କୁହାଯାଇ ସାରିଛି ଯେ ସେମାନଙ୍କର କିଛି ଅନ୍ତର୍ଜାତୀୟ ବିମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀ, ଅମୃତସର, ଜୟପୁର, ଲକ୍ଷ୍ନୌ ଓ ବାରାଣସୀ ଭଳି ସହରରୁ ଉଡ଼ାଣ କରୁଥିବା ବିମାନଗୁଡ଼ିକ ବାଧ୍ୟ ହୋଇ ବୁଲିବୁଲି ଯାଉଛନ୍ତି। ପାକିସ୍ତାନ ବଦଳରେ ବିମାନଗୁଡ଼ିକୁ ଆରବ ସାଗର ଉପରେ ଥିବା ଲମ୍ବା ରାସ୍ତାକୁ ବ୍ୟବହାର କରୁଛନ୍ତି।

ଜଣେ ବରିଷ୍ଠ ପାଇଲଟ କହିଛନ୍ତି, ପାକିସ୍ତାନର ଆକାଶ ପଥ ବନ୍ଦ ଥିବାରୁ ଆମେରିକା ଓ ୟୁରୋପ ଗସ୍ତ ପାଇଁ ଅଧିକ ୨ରୁ ୨.୫ ଘଣ୍ଟା ସମୟ ଲାଗିବ। ଏଥିଯୋଗୁ ଅଧିକ ଇନ୍ଧନ ଲାଗିବ ଓ ସମୟ ଖର୍ଚ୍ଚ ହେବ। ସେହିପରି ସବୁ କିଛି ବିଳମ୍ବିତ ହେବ। ଦିଲ୍ଲୀ, ଅମୃତସର, ଜୟପୁର, ଲକ୍ଷ୍ନୌ ଓ ବାରାଣସୀ ଭଳି ସହରରୁ ଉଡ଼ୁଥିବା ବିମାନ କଟକଣା ଦ୍ୱାରା ସିଧାସଳଖ ପ୍ରଭାବିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story